Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଫେରିଲା କୋଭିଡର ଗାଇଡଲାଇନ

FILE PHOTO

(ଦ କୁଇଭର): ଚାଇନା ସମେତ ବିଶ୍ୱର ଅନେକ ଦେଶରେ କରୋନା ମାମଲାରେ ବଢିବା ପରେ କେନ୍ଦ୍ର ସରକାର ସକ୍ରିୟ ହୋଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରମାଗତ ତୃତୀୟ ଦିନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ସବୁ ରାଜ୍ୟ ସହ ଏକ ବୈଠକ କରିଛନ୍ତି। ଆଜି ସେ ସମସ୍ତ ରାଜ୍ୟମାନଙ୍କୁ ସଜାଗ ରହିବାକୁ ଏବଂ କୋଭିଡ -୧୯ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। କରୋନା ମାମଲାରେ ଗତଥର ଭଳି କେନ୍ଦ୍ର ଏବଂ ରାଜ୍ୟମାନେ ଏକ ସହଯୋଗୀ ମନୋଭାବରେ କାର୍ୟ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚିଠି ଲେଖି କରୋନା ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ସର୍ବ ସାଧାରଣ ସ୍ଥାନରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ଏହା ସହିତ କରୋନାର ଯେଉଁ ଗାଇଡ ଲାଇନ ଥିଲା ଯେପରି ମାସ୍କ ପରିଧାନ କରିବା, ହାତକୁ ଧୋଇବା, ଦୂରତା ପାଳନ କରିବା ପାଇଁ ସୂଚନା ଦିଆଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡ୍ଲାଇନ୍ ଜାରି ହୋଇଛି। ଯାତ୍ରୀମାନେ କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ଯେଉଁମାନଙ୍କ କରୋନା ଲକ୍ଷଣ ଥିବ ସେମାନଙ୍କୁ ପୃଥକ୍ ରଖାଯିବ।

ଏଥିସହ ବିମାନ ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତଙ୍କ କରୋନା ଟେଷ୍ଟ କରାଯିବ। କେଉଁ ଯାତ୍ରୀମାନଙ୍କ କରୋନା ଟେଷ୍ଟ ହେବ, ତାହା ସମ୍ପୃକ୍ତ ଏୟାରଲାଇନ୍ସ ସ୍ଥିର କରିବ। ସାମ୍ପଲ ସଂଗ୍ରହ ପରେ ସେମାନଙ୍କୁ ବିମାନବନ୍ଦର ଛାଡ଼ିବାକୁ ଅନୁମତି ମିଳିବ। ସେମାନଙ୍କ ନମୂନା ପଜିଟିଭ୍ ବାହାରିଲେ ଜିନୋମ୍ ସିକ୍ୱିଏନ୍ସିଂ ପାଇଁ ପଠାଯିବ। ଏହା ସହିତ ଯେଉଁ ମାନଙ୍କ ଠାରେ ଲକ୍ଷଣ ଦେଖା ଯିବ ତାଙ୍କୁ ଆଇସୋଲେସନରେ ରଖାଯିବ । ଟେଷ୍ଟି କରାଯିବ ଏହାପରେ ଯଦି ସେମାନେ ଆକ୍ରାନ୍ତ ହୋଇଥିବେ ତେବେ ତାଙ୍କର ଟ୍ରାକ୍ରିଙ୍ଗ କରାଯିବ । ସେମାନେ ଯେଉଁମାନଙ୍କ ସହିତ ମିଶିଥିବେ ତାଙ୍କର ଟେଷ୍ଟିଙ୍ଗ କରାଯିବ ।

Exit mobile version