ଲଘୁଚାପ ପ୍ରଭାବ: ଉପକୂଳରେ ବର୍ଷା ଜାରୀ

ଭୁବନେଶ୍ୱର(ଦ କୁଇଭର): ବର୍ଷାରେ ଭିଜୁଛି ରାଜଧାନୀ ଭୁବନେଶ୍ୱର । ଗତ କାଲିଠାରୁ ଭୁବନେଶ୍ୱରରେ ଲାଗି ରହିଥିବା ବର୍ଷା ଯୋଗୁ ବିଭିନ୍ନ ଆଞ୍ଚଳରେ ପାଣି ଜମି ରହିଛି । ଖାଲି ଭୁବନେଶ୍ୱର ନୁହେଁ କଟକ ସମେତ ଉପକୂଳ ଓଡିଶାରେ ମଧ୍ୟ ଲାଗିରହିଛି ବର୍ଷା । ଏଭଳି ପାଣିପାଗ ଆସନ୍ତା ୨ ରୁ ତିନି ଦିନ ଯାଏ ଜାରିରହିବ ।

ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପରୁ, ବଲାଙ୍ଗିର,ବରଗଡ, ନୂଆପଡା ଭଳି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ଯାଏ ବର୍ଷା ଲାଗି ରହିବ ବୋଲି ସୂଚନାମିଳିଛି ।

Leave a Reply

Your email address will not be published. Required fields are marked *