ଆଜି ହେରା ପଞ୍ଚମୀ: ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ (ଦ କୁଇଭର): ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ “ହେରା ପଞ୍ଚମୀ” ଉତ୍ସବ । “ହେରା” ଶବ୍ଦ ର ଅର୍ଥ ଦର୍ଶନ ଏବଂ “ପଞ୍ଚମୀ” ଶବ୍ଦ ର ଅର୍ଥ ପଞ୍ଚମ ଦିନ. ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଯାତ୍ରା ଦିନ ମା ଲକ୍ଷ୍ମୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଗୋଟିଏ ଦିନ ପରେ ସେ ମାଉସୀ ମା ଙ୍କ ଘରୁ ଶ୍ରୀ ମନ୍ଦିର କୁ ଫେରି ଆସିବେ । କିନ୍ତୁ ଦିନ ପରେ ଦିନ ଯାଇ ଯେବେ ପାଂଚ ଦିନ ବିତିଲା । ସେତେବେଳେ ମା ମହାଲକ୍ଷ୍ମୀ ରାଗି ଗଲେ । ଏବଂ ଗୁଣ୍ଡିଚା ମନ୍ଦିର ଯିବା ପାଇଁ ନିଷ୍ପତ୍ତି ନେଲେ ।

ମହାପ୍ରଭୁ ପାଞ୍ଚ ଦିନ ପର୍ୟ୍ୟନ୍ତ ନ ଫେରିବାରୁ ମା ଲକ୍ଷ୍ମୀ ଅନ୍ଧାର ରାତି ରେ ଏକ ପାଲିଙ୍କି ରେ ବସି ମାଉସୀ ମା ମନ୍ଦିର କୁ ଆସନ୍ତି. ମହାପ୍ରଭୁ ଙ୍କୁ ଗୋପନୀୟ ଭାବେ ଦର୍ଶନ କରିବା ପରେ ଗୁଣ୍ଡିଚା ମା ଙ୍କୁ ମନ୍ଦିର ବାହାରୁ ପୂଜା କରନ୍ତି. । ଏସବୁ ରୀତି ନୀତି ଆଜି ଗୁଣ୍ଡିଚା ମନ୍ଦିରରେ କରାଯିବ । ଏହାପରେ ମା ଲକ୍ଷ୍ମୀ ମହାପ୍ରଭୁ ଙ୍କ ଉପରେ ପ୍ରତିଶୋଧ ନେବା ପାଇଁ କ୍ରୋଧ ରେ ନନ୍ଦିଘୋଷ ରଥ କୁ କ୍ଷତ କରି ଥାଆନ୍ତି ତଥା ସାରଥୀ ଙ୍କର ହାତ ଭାଙ୍ଗି ଦେଇଥାନ୍ତି । ଏସବୁ ହେଲା “ହେରା ପଞ୍ଚମୀ” ମହୋତ୍ସବ ।

ହେରାପଞ୍ଚମୀ ନୀତିପରେ ବୁଧବାର ଠାରୁ ବାହୁଡାଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ଏହା ପରେ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ।  ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରେ ଥାଏ।

Leave a Reply

Your email address will not be published. Required fields are marked *