ଆରମ୍ଭ ହେଲା ମୌସୁମୀ ଅଧିବେଶନ, ପ୍ରଥମେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍

ନୂଆଦିଲ୍ଲୀ (ଦ କୁଇଭର): ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ସଂସଦରେ ଉଭୟ ଗୃହର ସଦସ୍ୟମାନେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସାଂସଦ ଭୋଟ ଦେଇଛନ୍ତି । ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହି ଭୋଟିଂ ପ୍ରକ୍ରିୟାରେ ମୋଟ ୪୮୦୦ ନିର୍ବାଚିତ ଏମପି ଏବଂ ବିଧାୟକ ଅଂଶ ଗ୍ରହଣ କରୁଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଆଜି ସକାଳ ୧୦ ଟାରୁ ୫ ଟା ପର୍ୟ୍ୟନ୍ତ ମତଦାନ ଚାଲିବ।

ରାଷ୍ଟ୍ରପତି ନିର୍ବାଚନରେ ଲୋକସଭା, ରାଜ୍ୟସଭା ଏବଂ ରାଜ୍ୟ ବିଧାନସଭା ସଦସ୍ୟମାନେ ମତଦାନ କରିବେ। ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭା ମଧ୍ୟରୁ କେବଳ ୨୩୩ ସାଂସଦ ଭୋଟ୍ ଦେଇପାରିବେ। ୧୨ ଜଣ ମନୋନୀତ ସାଂସଦ ଏହି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହା ସହିତ ଲୋକସଭାର ସମସ୍ତ ୫୪୩ ସଦସ୍ୟ ମତଦାନରେ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ସମସ୍ତ ରାଜ୍ୟରୁ ମୋଟ ୪ ହଜାର ୩୩ ବିଧାୟକ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ସେହିପରି, ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪୮୦୯ ଭୋଟର ମତଦାନ କରିବେ।

ଦ୍ରୈା ପଦୀ ମୁର୍ମୁଙ୍କୁ ସମର୍ଥନ କରୁଥିବା ଦଳଗୁଡିକ:
୧. ଭାରତୀୟ ଜନତା ପାର୍ଟି (ବିଜେପି)
୨. ଜନତା ଦଳ ୟୁନାଇଟେଡ୍ (JDU)
୩. AIADMK
୪. ବିଜେଡି
୫. ବହୁଜନ ସମାଜ ପାର୍ଟି (ବିଏସପି)
୬. YSRCP
୭.ADS
୮. ଆରଏଲଜେପି
୯. ଆସାମ ଗଣ ପରିଷଦ (AGP)
୧୦. (ଚଗକ)
୧୧. ନାଗା ପିପୁଲ୍ସ ଫ୍ରଣ୍ଟ (NPF)
୧୨. (PMK)
୧୩. ଜେଜେପି
୧୪. UPPL

୧୫. NISHAD
୧୬. MNF
୧୭. NDPP
୧୮. AJSU
୧୯. ଲୋକ ଜନଶକ୍ତି ପାର୍ଟି (ରାମ ଭିଲାସ)
୨୦. ମହାରାଷ୍ଟ୍ର ନବନିର୍ମାନ ସେନା (MNS)

Leave a Reply

Your email address will not be published. Required fields are marked *