ନୂଆଦିଲ୍ଲୀ (ଦ କୁଇଭର): କାହିଁକି ଖସୁଛି ଟଙ୍କାର ମୁଲ୍ୟ? ଖସିବା ପଛରେ କ’ଣ ରହିଛି କାରଣ? କାହିଁକି ଟଙ୍କାର ମୂଲ୍ୟକୁ ସରକାର ରୋକିପାରୁନାହାନ୍ତି? ବହୁତ ଯୋଜନା କରିଛନ୍ତି । ହେଲେ କାହିଁକି ଏହି ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ? ଟଙ୍କାର ମୂଲ୍ୟ ଏପରି ଖସିଲେ, ଭାରତର ଦେଖାହେବ ଆର୍ଥିକ ଦୂରାବସ୍ତା । ତାକୁ ମୁକାବିଲା କରିପାରିବେ ତ ସରକାର । ସେ ନବୀନ ହୁଅନ୍ତୁ କି ମୋଦୀ । ଟଙ୍କାର ମୂଲ୍ୟ ହ୍ରାସ କରିବା ପାଇଁ କେହି ବି ଏବେ ପର୍ଯ୍ୟନ୍ତ ଉପଯୁକ୍ତ ଯୋଜାନା କାର୍ଯ୍ୟକାରୀ କରିପାରୁନାହାନ୍ତି । ତାଙ୍କ ସମର୍ଥକମାନେ ମୂଲ୍ୟ ହ୍ରାସକୁ ନେଇ ନାନା କଥା କହୁଛନ୍ତି । କିନ୍ତୁ ବାସ୍ତବତା ଆଡକୁ କେହି ଚାହୁଁନାହାନ୍ତି ।

ମୁଦ୍ରାର ମୂଲ୍ୟ ସେତେବେଳେ ହ୍ରାସ ହୁଏ, ଯେତେବେଳେ ରପ୍ତାନୀ ଠୁ ଆମଦାନୀ ଅଧିକ ହୁଏ । ଭାରତର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଲାଗୁଛି, ତାହା ହିଁ ହେଉଛି । ଆମଦାନୀର ମୁଖ୍ୟ ଭାଗ ହେଉଛି ତେଲ । ତେଲ ଆମଦାନୀକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିକଳ୍ପ ବାହାର କରିପାରିନାହାନ୍ତି । ଆମର ଯାଜବାହନ କମ୍ପାନୀ ମାନେ ବି ଏ ଦିଗରେ ସେତିକି ଅଗ୍ରଗତି କରିନାହାନ୍ତି । ତେଲ ବ୍ୟତୀତ, ଆମେ ଆଜି ବି ଭଲ ଛୁଞ୍ଚି ଟିଏ ପାଇଁ ଆମେ ବିଦେଶ ଉପରେ ନିର୍ଭର କରୁଛୁ । ଭାରତରେ ମୋବାଇଲର ପ୍ରଚଳନ ଅନ୍ୟ ଦେଶ ଠାରୁ ବହୁତ ଅଧିକ । ସେ ଉତ୍ତମ ଗୁଣବତ୍ତାର ମୋବାଇଲ ଟି ବି ଭାରତରେ ପ୍ରସ୍ତୁତ ଏ ପର୍ଯ୍ୟନ୍ତ ହୋଇପାରୁନାହିଁ । ଯାହା ବି ହେଉଛି, ତାହା କମ୍ । ସେଥିପାଇଁ ଆମଦାନୀ ଉପରେ ଆମକୁ ନିର୍ଭର କରିବାକୁ ପଡ଼ୁଛି ।

ଖାଲି ସେତିତି ନୁହେଁ, ଔଷଧ ହେଉ ବା ମୋବାଇଲ । ଘଣ୍ଟା ହେଉ ବା ଆସବାପତ୍ର । ପ୍ରସାଧନ ସାମଗ୍ରୀ ଛୁଞ୍ଚି ଠୁ ଜାହାଜର ଯନ୍ତ୍ରାଂଶ ପର୍ଯ୍ୟନ୍ତ ସବୁ ବିଦେଶରୁ ଆମଦାନୀ କରୁଛି ଭାରତ । ଏବେ ଆମେ ଦେଖିବା ଆମଦାନୀକୁ ଅଟକାଇବା ପାଇଁ ୨୦୧୪ରେ କ୍ଷମତାକୁ ଆସିବା ପରେ ମୋଦୀ ମୋକ୍ ଇନ ଇଣ୍ଡିଆ ଯୋଜନା କରିଥିଲେ । ତାକୁ ଦେଖି ନବୀନ ବି କରିଦେଲେ ମେକ୍ ଇନ ଓଡ଼ିଶା । ବଡ଼ ବଡ଼ କନକ୍ଳେଭ୍, ହେଲା । ପୁଞ୍ଜିପତିମାନେ ଆସିଲେ । ହେଲେ ୮ ବର୍ଷ ହୋଇଗଲାଣି ଉତ୍ପାଦନ ବଢୁନି କି ରପ୍ତାନୀ ହୋଇପାରୁନି । ଆଜି ବି ଆମେ ଆମଦାନୀ କରି ଚଳୁଛୁ । ଯେଉଁଥିପାଇଁ ଟଙ୍କାର ମୂଲ୍ୟ ଖସି ଖସି ଯାଉଛି ।

୨୦୧୪ ରେ ମୋଦୀ କହିଥିଲେ ସବୁ ଦେଶରେ ତ ମୁଦ୍ରାର ମୂଲ୍ୟ କମୁନି, ଆମ ଦେଶରେ କାହିଁକି କମୁଛି । କଂଗ୍ରେସ ସରକାର ଏହାର ଉତ୍ତର ଦେବା ଉଚିତ୍ । ଆଉ ମୋଦୀ ସରକାର ୮ ବର୍ଷ ଶାସନ କାଳ ପରେ ଟଙ୍କାର ମୂଲ୍ୟ ୧୬.୦୮ ଟଙ୍କା ହ୍ରାସ ପାଇଛି । ୨୦୧୪ରେ ସେ ଯେଉଁ କଥା କହିଥିଲେ, ମୋଦୀ ଓ ତାଙ୍କ ସମର୍ଥକମାନେ ବିଚାର କରନ୍ତୁ ସେ କ’ଣ ଓ ଏବେ ଦେଶର ଅର୍ଥନୀତି ପାଇଁ ତାଙ୍କର ଭୂମିକା କ’ଣ? ନବୀନ ବି ଚିନ୍ତା କରନ୍ତୁ ଦେଶର ଅର୍ଥନୀତିରେ ତାଙ୍କର ଯୋଗଦାନ କେତେ ହୋଇଛି ।

Leave a Reply

Your email address will not be published. Required fields are marked *