ଅନଲାଇନ୍ ଗେମ୍ ନିଶା ପାଲଟିଛି କି ପିଲାଙ୍କ ଆତ୍ମହତ୍ୟାର କାରଣ ?

ନୂଆଦିଲ୍ଲୀ (ଦ କୁଇଭର): ସମସ୍ତଙ୍କ ହାତରେ ଏବେ ସ୍ମାର୍ଟ ଫୋନ । ଆଙ୍ଗୁଠି ଟିପରେ ଘରେ ବସି ସବୁ କିଛି ପାଇପାରୁଛନ୍ତେ ଲୋକେ । ଏଠାରେ ଗୋଟିଏ ଛାତ ତଳେ ରହିଲେ ମଧ୍ୟ କେହି କାହାକୁ ସମୟ ଦେଇ ପାରୁନାହାନ୍ତି । ସମସ୍ତେ ନିଜ ନିଜ ମୋବାଇଲ ଫୋନରେ ଏତେ ବ୍ୟସ୍ତ ଯେ ନିଜ ପରିବାରଙ୍କୁ ସମୟ ଦେଇପାରୁ ନାହାଁନ୍ତି । ଯେଉଁଥି ପାଇଁ ଏବେ ବିଗିଡି ଯାଇଛି ସହରୀ ଜୀବନ । କିଏ ଗେମ ଖେଳୁଛି ତ ଆଉ କିଏ ଫିଲ୍ମ ଦେଖୁଛି । ଏଭଳି ୨୪ ଘଣ୍ଟା ମୋବାଇଲ ରେ ମଜି ରହୁଥିବାରୁ ଏହାର କୁ-ପ୍ରଭାବ ବ୍ୟବହାରକାରୀଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି । ଯୁବ ପିଢିଙ୍କ ମାନସିକ ଚାପ ବଢିବାରେ ଲାଗିଛି । ଗେମିଙ୍ଗ୍ ନିଶା ଏବେ ଗମ୍ଭୀର ସମସ୍ୟା ପାଲଟିଛି ।

ଛୋଟ ଛୁଆମାନେ ମନର କଥାକୁ କାହା ଆଗରେ କହି ନପାରି ଆତ୍ମହତ୍ୟା କରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ୨୫୦ ଜଣ କେବଳ ମୋବାଇଲ ପାଇଁ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଏକ ସର୍ଭେ ରୁ ଜଣା ପଡିଛି ରାଜଧାନୀରେ ୪୦ ପ୍ରତିଶତ ଲୋକେ ମୋବାଇଲ ପାଇଁ ଆତ୍ମହତ୍ୟା କରିଛନ୍ତି । କିଏ ଅନଲାଇନ୍ ଖେଳି ସର୍ବସ୍ୱ ହରାଇ ଆତ୍ମହତ୍ୟା କରିଛି ତ ଆଉ କିଏ ଗେମରେ ହାରିଯିବା ପରେ ଆତ୍ମହତ୍ୟା କରିଛି । ପିଲାମାନେ ଗେମ ଖେଳିବା ସମୟରେ ବାପା ମା’ ମୋବାଇଲ ଛଡାଇ ନେଉଁଛନ୍ତି ଫଳରେ ଅନେକ ପିଲା ନିଜ ଜୀବନ ତ ନେଉଛନ୍ତି ଆଉ କିଏ ନିଜ ବାପା ମା’ ଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ପଛାଉ ନାହାନ୍ତି ।

ଯେତେ ଆମେ ଆଧୁନିକରଣ ଆଡକୁ ଆଗଉଛେ ସେତିକି ନିଜ ଜୀବକୁ ବିପଦ ଆଡକୁ ଠେଲୁଛେ । ସହରରେ ଏକାଧିକ ପରିବାରରେ ବାପା ମା ଏକାଧିକ ଚାକିରି କରୁଛନ୍ତି ସେମାନେ ପିଲାମାନଙ୍କୁ ସମୟ ଦେଉନାହାନ୍ତି । ଫଳରେ ପିଲାମାନେ ଏକୁଟିଆ ଅନୁଭବ କରି ମୋବାଇଲକୁ ନିଜର ଭାବୁଛନ୍ତି । ପରେ ସେମାନେ କୈଣସି କାରଣ ପାଇଁ ଆତ୍ମହତ୍ୟା କରୁଛନ୍ତି । ନିକଟରେ ସହିଦ ନଗର ଥାନା ଆଞ୍ଚଳର ଜଣେ ସ୍କୁଲ ପିଲା ମୋବାଇରେ ଗେମ୍ ଖେଳୁଥିବା ସମୟରେ ତା ବାପା ମା ତା ଠାରୁ ମୋବାଇ ଛଡାଇ ନେଲେ । ଏହି କାରଣରୁ ପୁଅଟି ଆତ୍ମହତ୍ୟା କରିଛି ।

କେବଳ ଏହି ଘଟଣା ନୁହେଁ ଦେଶରେ ମଧ୍ୟ ଏପରି ସମସ୍ୟା ମୁଣ୍ଡବ୍ୟଥା ପାଲଟିଛି । ମୋବାଇଲ ଗେମ୍ ପାଇଁ କିଏ ବାପା ମାଆଙ୍କୁ ମାରିଦେଉଛି ତ କିଏ ଆତ୍ମହତ୍ୟା ଭଳି ପଦକ୍ଷପ ଆପଣାଉଛି । ଏପରି ଏନେକ ଘଟଣା ପରେ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ଗେମିଙ୍ଗ ଆପ୍ ମଧ୍ୟ ବ୍ୟାନ୍ କରାଯାଇଛି । ତଥାପି ପିଲାମାନେ କିପରି ମାରାତ୍ମକ ଗେମିଙ୍ଗ ଆପ୍ ଡାଉନଲୋଡ କରି ଏହି ଗେମ୍ ନିଶାରେ ମାତିଛନ୍ତି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସାଧାରଣରେ ଦାବି କରାଯାଉଛି ।

Leave a Reply

Your email address will not be published. Required fields are marked *