ରାଜନୀତିରୁ ସନ୍ୟାସ ନେବେ କି ଗଡ଼କରୀ ? କହିଲେ ଏମିତି କଥା…

ନୂଆଦିଲ୍ଲୀ(ଦ କୁଇଭର): କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ତାଙ୍କ ସଚ୍ଚୋଟତା ପାଇଁ ଅନେକ ସମୟରେ ଲାଇମଲାଇଟରେ ଥାଆନ୍ତି। ବିଷୟ ଯାହା ବି ହେଉ, ସେ ମୁକ୍ତ ଭାବରେ ନିଜର ମତ ପ୍ରକାଶ କରନ୍ତି। ସେହିଭଳି ବର୍ତ୍ତମାନ ସେ ରାଜନୀତି ବିଷୟରେ ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି। ବାସ୍ତବରେ ନିତିନ ଗଡକରୀ ରବିବାର ଏକ ଘରୋଇ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ରାଜନୀତିରେ ସେ ରହିବେ ନା ନାହିଁ ସେ ନେଇ ଚିନ୍ତା ପ୍ରକଟ କରିଥିବା ଜଣାପଡିଛି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ବେଳେବେଳେ ରାଜନୀତିରୁ ସନ୍ୟାସ ନେବାକୁ ଚାହାନ୍ତି ବୋଲି ସେ କହିଛନ୍ତି । ସେ କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ପ୍ରତିକ ରାଜନୈତିକ ରାଜନୀତିରୁ ସନ୍ୟାସ ନେବାକୁ ଚାହାନ୍ତିବୋଲି କହିଛନ୍ତି । ରାଜନେତା ମାନଙ୍କର ଶିକ୍ଷା, କଳା ଭଳି ଜ୍ଞାନର ବିକାଶ କରିବାକୁ ଚାହାନ୍ତି ବୋଲି କହିଛନ୍ତି ଗଡ଼କରି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପୋଷ୍ଟର ବା ବ୍ୟାନର୍ ଲାଗିଲେ ତାହା ତାଙ୍କୁ ପସନ୍ଦ ନୁହେଁ।

ସାମାଜିକ କାର୍ୟ୍ୟକର୍ତ୍ତା ଗିରିସ ଗାନ୍ଧୀଙ୍କ ସମ୍ନାନ ସମାରୋହରେ ପହଞ୍ଚି ନୀତିନ କହିଛନ୍ତି, ଆମକୁ ରାଜନୀତିର ଅର୍ଥ ବୁଝିବାକୁ ହେବ। ଏହି ସମାଜ ଦେଶର କଲ୍ୟାଣ ପାଇଁ ଉଦିଷ୍ଟ ନା କେବଳ ସରକାରରେ ରହିବା ପାଇଁ ଉଦିଷ୍ଟ ବୋଲି ପ୍ରଶ୍ନ କରିଛନ୍ତି ଗଡ଼କରୀ। ସେ ପୁଣି କହିଛନ୍ତି, ମହାତ୍ମାଗାନ୍ଧୀଙ୍କ ସମୟରୁ ରାଜନୀତି ସାମାଜିକ ଆନ୍ଦୋଳନର ଏକ ଅଂଶ ହେଶି ରହିଆସିଛି। କିନ୍ତୁ ପରେ ଏହାର ନଜର ରାଷ୍ଟ୍ରର ବିକାଶ ଓ ଲକ୍ଷ ଉପରେ ରହିଆସିଛି।

ଗଡ଼କରୀ କହିଛନ୍ତି, ଆଜି ଆମକୁ ଦେଖିବାକୁ ମିଳୁଛି, ୧୦୦ ପ୍ରତିଶତ କେବଳ ଶାସନଗାଦୀରେ ରହିବାକୁ ଚାହାଁନ୍ତି। ଆଜିକାର ରାଜନେତା ତଥା ଲୋକ ପ୍ରତିନିଧିମାନେ ସମାଜରେ ଶିକ୍ଷା, କଳା ଆଦିର ବିକାଶ କରିବା ପାଇଁ କାମ କରିବା ଦରକାର। ତେବେ ଡଠାତ୍ ନୀତିନ ଗଡ଼କରୀଙ୍କର ଏଭଳି ବୟାନକୁ ନେଇ ରାଜନୀତି ମହଲରେ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି। ପ୍ରଶ୍ନ ଉଠୁଛି, ରାଜନୀତି ଛାଡ଼ିଦେବେ କି ଗଡ଼କରୀ ?

Leave a Reply

Your email address will not be published. Required fields are marked *