ଉପରମୁହାଁ କରୋନା ଗ୍ରାଫ୍: ରାଜ୍ୟରେ ୭ ହଜାର ପାର୍ କଲା ସଂକ୍ରମିତଙ୍କ ସଂଖ୍ୟା

(ଦ କୁଇଭର): ରାଜ୍ୟକୁ କରୋନା ଭୟ । କରୋନାର ଦ୍ରୁତ ସଂକ୍ରମଣ ଚିନ୍ତା ବଢାଇ ଦେଇଛି । ଗୋଟିଏପ ପେଟେ କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ୭ ହଜାର ପାର୍ କରିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ଜଣ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪୧୨୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୯୪୩ । ୦ରୁ ୧୮ ବର୍ଷ ପିଲାଙ୍କ ମଧ୍ୟରୁ ୭୦୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ ୬୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୩, ବାଲେଶ୍ୱରରୁ ୧୯୮, ବରଗଡ଼ରୁ ୮୫, ଭଦ୍ରକରୁ ୫୪, ବଲାଙ୍ଗିରରୁ ୧୯୦, ବୈଦ୍ଧରୁ ୨୦, କଟକରୁ ୫୦୫, ଦେଓଗଡ଼ରୁ ୧୮, ଢେଙ୍କାନାଳରୁ ୫୫, ଗଜପତିରୁ, ୪୫, ଗଞ୍ଜାମରୁ ୧୧୧, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୩୦, ଝାରସୁଗୁଡ଼ାରୁ ୧୪୩, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୨୭, କେନ୍ଦୁଝରରୁ ୬୫, କୋରାପୁଟରୁ ୧୦୭ ଓ ମାଲକାନଗିରିରୁ ୬, ମୟୁରଭଞ୍ଜରୁ ୨୦୧, ନବରଙ୍ଗପୁରରୁ ୯୫, ନୟାଗଡ଼ରୁ ୩୫, ନୂଆପଡ଼ାରୁ ୨୬, ପୁରୀରୁ ୧୫୬, ରାୟଗଡ଼ାରୁ ୩୬, ସୋନପୁରରୁ ୬୧ ଏବଂ ଷ୍ଟେଟପୁଲରୁ ୪୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *