ବୋତଲରେ ପେଟ୍ରୋଲ ନମିଳିବାରୁ ଏହି ଉପାୟ ଆପଣାଇଲେ ବାଳକ: ଭିଡିଓ ଭାଇରାଲ

(ଦ କୁଇଭର ବ୍ୟୁରୋ): ଆମେ ସମସ୍ତେ ଏହା ଜାଣିଛେ ଯେ ପେଟ୍ରୋଲ ପମ୍ପରେ ବୋତଲରେ ତେଲ ଭରିବାକୁ ଅନୁମତି ନାହିଁ । ତେବେ କେତେକ ସ୍ଥାନରେ ପେଟ୍ରୋଲ ପମ୍ପ କର୍ମଚାରୀମାନେ ନିୟମ ପାଳନ କରି ଏହା କରୁଛନ୍ତି । ଏଥି ସହିତ, ଅନେକ ଲୋକ ମଧ୍ୟ ଏହି ନିୟମକୁ କଡାକଡି ଭାବରେ ପାଳନ କରୁଛନ୍ତି, କିଛି ଲୋକ ଏହି ନିୟମକୁ ଅନୁସରଣ କରୁଛନ୍ତି କିନ୍ତୁ ତେଲ ଭରିବା ପାଇଁ ଅଜବ ଉପାୟ ଖୋଜୁଛନ୍ତି ।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ପିଲା ସାଇକେଲରେ ତେଲ ଭରିବା ପାଇଁ ପେଟ୍ରୋଲ ପମ୍ପରେ ପହଞ୍ଚିଥାଏ ହେଲେ ତେଲ ଭରିବା ପାଇଁ ଏକ ବୋତଲ ମଧ୍ୟ ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଏକ ପିଲାକୁ ସାଇକେଲ ପଛରେ ପେଟ୍ରୋଲ ଟାଙ୍କି ନେଇଥିବାର ଦେଖିପାରିବେ । ଏହି ପିଲାଟି ବାଇକ୍ ର ପେଟ୍ରୋଲ୍ ଟାଙ୍କି କୁ ଚକ ପଛରେ ରଖି ତେଲ ଭର୍ତ୍ତି କରୁଛି ଜ୍ଝ ଏଭଳି ମଜାଦାର ଭିଡିଓ ଏବେ ସୋସିଆଲମିଡିଆରେ ଭାଇରାଲ ହେଉଛି ।

ବୋତଲରେ ପେଟ୍ରୋଲ ନ ମିଳିବାରୁ ପିଲାଟିର ଏହି ଉପାୟ ପାଇଁ ପିଲାଟିର ନାମ ଜୁଗାଡୁ ବୋଲ ଦିଆଯାଇଛି । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ରାଜୀବ ଚୋପ୍ରା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ପୋଷ୍ଟ କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *