ଏସିଆ କପ୍ ତାରିଖ ଘୋଷଣା, ୨୮ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଏସିଆ କପ୍ ୨୦୨୨ର ସିଡ୍ୟୁଲର ଘୋଷଣା ହୋଇଛି । ୨୮ ଅଗଷ୍ଟରେ ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମ୍ ରେ ଭାରତ-ପାକିସ୍ତାନର ମ୍ୟାଚ୍ ହେବ। ଚଳିତଥର ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଏହି ମ୍ୟାଚ୍ ଦୁବାଇରେ ହେବ । ଅଗଷ୍ଟ ୨୭ରୁ ୩୧ ତାରିଖ ଯାଏ ଗ୍ରୁପ୍ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୩ରୁ ୯ ତାରିଖ ଯାଏ ସୁପର-୪ ଟିମ୍ ମ୍ୟାଚ୍ ହେବ । ସେପ୍ଟେମ୍ବର ୧୧ ତାରିଖ ରବିବାର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏସିଆ କପ୍ର ସିଡ୍ୟୁଲର ଘୋଷଣା ଏସିଆନ୍ କ୍ରିକେଟ କାଉନସିଲ୍ ଅର୍ଥାତ ଏସିସିର ଚେୟାରମ୍ୟାନ୍ ଜୟ ଶାହ କରିଛନ୍ତି ।

ଟି -୨୦ ଫର୍ମାଟରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ ର ୧୫ ତମ ସଂସ୍କରଣ ପାଇଁ ଏସିଆନ୍ କ୍ରିକେଟ୍ ପରିଷଦ (ଏସିସି) ଦ୍ୱାରା ପ୍ରକାଶିତ କାର୍ୟ୍ୟସୂଚୀ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ କେବଳ ଥରେ ମୁହାଁମୁହିଁ ହେବେନି ୧୬ ଦିନ ମଧ୍ୟରେ, ୩ ଥରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ ।

ଉଲ୍ଲେଖନୀୟ ଯେ, ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଟିମ୍ ଭାଗ ନେବେ। ଭାରତ ଓ ପାକିସ୍ତାନ ବ୍ୟତୀତ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନର ଟିମ୍ ଭାଗ ନେବ, ସେଭଳି ଏକ ଟିମ୍ କ୍ବାଲିଫାଏର ଜରିଆରେ ଏସିଆ କପ୍ ୨୦୨୨ ଖେଳିବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଦୁବାଇ ଓ ଶାରଜାରେ ଖେଳଯିବ, ଯାହାର ଆୟୋଜକ ହେବ ଶ୍ରୀଲଙ୍କା କ୍ରିକେଟ ବୋର୍ଡ। ୬ଟି ଟିମ୍କୁ ଦୁଇଟି ଗ୍ରୁପ୍ରେ ବଣ୍ଟା ଯାଇଛି। ଏ’ ଗ୍ରୁପ୍ରେ ଟିମ୍ ଇଣ୍ଡିଆ, ପାକିସ୍ତାନ ଓ କ୍ବାଲିଫାଏର ଟିମ୍ ରହିଛି। ସେଭଳି ବି ଗ୍ରୁପ୍ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶର ଟିମ୍ ରହିଛି। ଟିମ୍ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ୍ ୨୮ ଅଗଷ୍ଟରେ ପାକିସ୍ତାନ ବିପକ୍ଷରେ ଖେଳିବ। ସେଭଳି ଦ୍ବିତୀୟ ମ୍ୟାଚ୍ ୩୧ ଅଗଷ୍ଟରେ କ୍ବାଲିଫାଏର ଟିମ୍ ସହିତ ଖେଳିବ। ଏହାପରେ ସୁପର ୪ ମ୍ୟାଚ୍ ଆରମ୍ଭ ହେବ। ୧୬ ଦିନରେ ଫାଇନାଲ ସହିତ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ।

Leave a Reply

Your email address will not be published. Required fields are marked *