ଲକ୍ଷ୍ମୀପୁର (ଦ କୁଇଭର): ଜନ୍ମିତ ବାପା ପାଇଁ ପୁଅ ବି ହୋଇପାରେ ଏତେ କ୍ରୁର ଆଉ ହିଂସ୍ର । ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି । ହତ୍ୟାକାଣ୍ଡ ତ ବହୁତ ହେଉଛି । ହେଲେ ଗାଁ ଦାଣ୍ଡ ବିଜୁଳି ଖୁଣ୍ଟରେ ବାନ୍ଧିଦେଇ ପିଟି ପିଟି ମାରିଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଳ୍ଲା ଲକ୍ଷ୍ମୀପୁରରେ । ଯାହାକୁ ଦେଖିଲେ ଆପଣ ବି ତାଜୁବ୍ ହୋଇଯିବେ । ଜଣେ ବାପାଙ୍କୁ ତାର ପୁଅ ବୋହୁ ଏପରି ମାଡ଼ ମାରିବାର ଦୃଶ୍ୟ ହୁଏତ ଆପଣ କେବେ ଦେଖିନଥିବେ । ଏତେ ଭୟଙ୍କର, ଏତେ ହୃଦୟବିଦାରକ ଏହି ଦୃଶ୍ୟ । ଯାହକୁ ଦେଖିଲେ ଯେ କେହି ବି କହିବେ, ଧୀକ ଏମିତି ପୁଅ-ବୋହୂ । ଏହି ଘଟଣା ପଛରେ ବାପାର କୌଣସି ଦୋଷ ବି ଥାଇପାରେ, ପୁଅ ବୋହୂଙ୍କର ଶିକ୍ଷାର ଅଭାବ ବି ଥାଇପାରେ । ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଯାହା ବି ହେଉ, ମଣିଷ ଯେ ଏତେ ନିଚ ସ୍ତରକୁ ଯାଇପାରେ । ତାହା କଳାନା କରାଯାଇପାରିବ ନାହିଁ ।

ଆଜିକାଲିର ସଭ୍ୟ ସମାଜର ସୁଦୃଢ ଆଇନକାନୁନ ବ୍ୟବସ୍ଥା ଭିତରେ ଏହି ଘଟଣା ଘଟିଛି । ଏଥିରୁ ଜଣାପଡ଼ୁଛି ଯେ, ଉପାନ୍ତ ଅଞ୍ଚଳରେ ଆଇନକାନୁନ ଓ ପୋଲିସ ବ୍ୟବସ୍ଥାକୁ କେହି ଖାତିର କରୁନାହାନ୍ତି । କୌଣସି ବ୍ୟକ୍ତିର ଅପରାଧିକ ମାନସିକତାକୁ ଆମେ ବଦଳାଇପାରିବୁ ନାହିଁ । ତାକୁ ନିୟନ୍ତ୍ରଣ ବି କରାଯାଇପାରିବ ନାହିଁ । କେବଳ ଆଇନକାନୁନର ଭୟ ହିଁ ତାକୁ ନିୟନ୍ତ୍ରଣ କରିପାରିବ । ଏଠାରେ ଲକ୍ଷ୍ମୀପୁରରେ ଯେଉଁ ଘଟଣା ଘଟିଛି, ତାହ ସ୍ପଷ୍ଟ କରିଦେଉଛି ଯେ, ଶାସନ ବ୍ୟବସ୍ଥାକୁ ତ କେହି ଖାତିର କରୁନାହାନ୍ତି । ବରଂ ଏ ବିଷୟରେ କେହି କହିବାକୁ ବି ଶାହସ କରୁନାହାନ୍ତି । ଦିନ ଦ୍ୱୀପ୍ରହରରେ ବାପାକୁ ଆଣି ବିୁଦ୍ୟତ୍ ଖୁଣ୍ଟରେ ବାନ୍ଧି ଦେଇ ପିଟି ପିଟି ସେଇଠି ହିଁ ମାରିଦେଲେ । ଆଉ ମରିଗଲା ପରେ ତାଙ୍କୁ ନେଇ ଶବଦାହ ବି କରିଦେଲେ । କିଛି ବି ପ୍ରମାଣ ଛାଡ଼ିଲେନି । ଏତେ ଘଟଣା ପରେ ଏବେ ପୋଲିସ ଯାଇ ତଦନ୍ତ ଆରମ୍ଭ କରିଛି । ତେବେ ଦେଖାଯାଉ ଏହାର କାରଣ କ’ଣ ଖୋଜି ବାହାର କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *