ପରିବାରବାଦ ଓ ଦୁର୍ନୀତି ପାଇଁ ଦେଶ ଧୀରେ ଧୀରେ ଖୋଳ ହେଉଛି: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଆଜି ସାରା ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ବିରୋଧୀଙ୍କ ଉପରେ ପ୍ରହାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି। ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୋଦି କହିଛନ୍ତି ଦୁର୍ନୀତି ଓ ପରିବାରବାଦ ଦେଶକୁ ଧୀରେ ଧୀରେ ଖୋଳ କରୁଛି। ଉଇ ଭଳି ଦେଶକୁ ଫମ୍ପା କରିବାରେ ଲାଗିଛନ୍ତି।

ପରିବାରବାଦ ପ୍ରସଙ୍ଗ ଉପରେ ପରୋକ୍ଷରେ ବର୍ଷିଛନ୍ତି ମୋଦି। ସେ କହିଛନ୍ତି, ମୁଁ ଯେତେବେଳେ ଭାଇ ଭତିଜାବାଦ ତଥା ପରିବାରବାଥର କଥା କୁହେ ସେତେବେଳେ ଲୋକମାନେ ମୁଁ କେବଳ ରାଜନୈତିକ କରୁଛି ବୋଲି ଭାବୁଛନ୍ତି। ଦୁର୍ଭାଗ୍ୟବଶତଃ, ରାଜନୀତିର ଏହି ଖରାପ ଗୁଣ ଭାରତର ସମସ୍ତ ଅନୁଷ୍ଠାନରେ ପରିବାରବାଦକୁ ପୋଷୁଛି। ଏଥିଯୋଗୁ ଦେଶର ପ୍ରତିଭାକୁ କ୍ଷତି ପହଞ୍ଚୁଛି। ତେଣୁ ପରିବାରବାଦ ବିରୋଧରେ ଲଢ଼ିବା ପାଇଁ ଦେଶର ଯୁବକଙ୍କ ସମର୍ଥନ ଚାହୁଁଛି ବୋଲି ମୋଦି କହିଛନ୍ତି। ବିରୋଧୀଙ୍କୁ ପରୋକ୍ଷରେ ଟାର୍ଗେଟ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Leave a Reply

Your email address will not be published. Required fields are marked *