ବିଗୁଡୁଛି ଦେଶ ଦେଶ ଭିତରେ ସଂପର୍କ

(ଦ କୁଇଭର ବ୍ୟୁରୋ): ବିଗୁଡୁଛି ଦେଶ ଦେଶ ଭିତରେ ସଂପର୍କ । ନିଜ ପ୍ରଭାବ ଦେଖାଇବା ପାଇଁ ଶକ୍ତିଶାଳୀ ଦେଶମାନେ ଯୁଦ୍ଧଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ଋଷ ମଧ୍ୟରେ ତିକ୍ତତା ବଢିଛି । ଚୀନ ସହ ଆମେରିକାର ସଂପର୍କ ବିଗିଡି ଯାଇଛି । କୌଣସି ମୁହୁର୍ତ୍ତରେ ଏକ ବଡ ଯୁଦ୍ଧ ହୋଇପାରେ । ଯଦି ଆଣବିକ ଯୁଦ୍ଦ ହେଲା ତେବେ ବିଶ୍ୱର ଅଧା ଜନସଂଖ୍ୟା ଧ୍ୱଂସ ପାଇଯିବ । ଆଣବିକ ପ୍ରଭାବର ଯେତିକି ମରିବେ ତା ଠୁ ଅଧିକ ମରିବେ ଖାଦ୍ୟ ଅଭାବରେ । ଆମେରିକାର ରେଟର୍ଗସ ବିଶ୍ୱବିଦ୍ୟାଳୟରୁ ଅନୁଧ୍ୟାନ ରିପୋର୍ଟରେ ଏହି ଆକଳନ କରାଯାଇଛି ।

ଏହି ଗବେଷଣାରେ କୁହାଯାଇଛି ଆମେରିକା ଓ ଋଷ ଭିତରେ ଯେଉଁ ଭଳି ତିକ୍ତତା ବଢୁଛି ତାହା ଯଦି ଯୁଦ୍ଧ ଭଳି ସ୍ଥିତିକୁ ମୁହାଁଏ ବିଶ୍ୱର ଧ୍ୱଂସ ସମୟ ଆସିବ । ଉଭୟ ଆମେରିକା ଋଷ ଆଣବିକ ଶକ୍ତି ସମ୍ପନ୍ନ । ପୂର୍ବ ବହୁବାର ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଛି । କିନ୍ତୁ ଏବେକାର ସ୍ଥିତି ସେ ସବୁଠୁ ଭିନ୍ନ । ଏବେ ଚୀନ ଋଷ ସପକ୍ଷରେ ଅଛି, ଚୀନ ବିରୋଧରେ ରାଷ୍ଟ୍ରମାନେ ଆମେରିକା ସହିତ ଅଛନ୍ତି । କୈଣସି ପରିସ୍ଥିତି ଯଦି ଆମେରିକା ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ ଓ ଉଭୟ ଯଦି ଆଣବିକ ଶକ୍ତି ପ୍ରୟୋଗ କରନ୍ତି ତେବେ ଏକ ପ୍ରକାର ପ୍ରଳୟ ଆସିବ । ଆଣବିକ ବିସ୍ଫୋରଣ ଦ୍ୱାରା ଯାହା ତ ଜଳିପୋଡି ମରିବେ ଏହାର ଧୂଅାଁ ଆଣନିଶ୍ୱାସୀ କରିଦେବ । କେବଳ ସେତିକି ନହେଁ ଆଣବିକ ବିସ୍ଫୋରଣରୁ ନିର୍ଗତ ଧୂଆଁ ସୂର୍ଯ୍ୟ ଏବଂ ପୃଥିବୀ ବାସିଙ୍କ ମଧ୍ୟରେ ଏକ ବଳୟ ସୃଷ୍ଟି କରିଥାଏ । ଯାହା ଦ୍ୱାରା ସୂର୍ଯ୍ୟଲୋକ ବହୁପରିମାଣରେ ହ୍ରାସ ପାଇବ । ଏହା ଦ୍ୱାରା ସବୁଠୁ ଅଧିକ ପ୍ରବାଭିତ ହେବ ଖାଦ୍ୟ ପ୍ରକ୍ରିୟା । ସୂର୍ଯ୍ୟ କିରଣ ବିନା ଚାଷବାସ ସହିତ ମାଛ, ମାଂସ ବି ଧ୍ୱଂସ ହୋଇଯିବ । ଏହା ପରେ ଅନାହାରରକାୟା ବଢିବ, ଦୁର୍ଭକ୍ଷ୍ୟ ଆସିବ । ଖାଦ୍ୟ ଅଭାବରୁ ଲୋକେ ପୋକମାଛି ଭଳି ମରିବେ ।

ଏଭଳି ସ୍ଥିତିର ଆକଳନ ଏବେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଲାଣି । ଆଉ ଏହା ଦ୍ୱାରା ସବୁଠୁ ପ୍ରଭାବିତ ହେବ ଭାରତ, ଭାରତର ଜନସଂଖ୍ୟା ଏବଂ କୃଷି ପ୍ରକ୍ରିୟାକୁ ଦେଖିଲେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ ଭରତର କୃଷି ଉତ୍ପାଦନ । ଋଷ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଦେବ କି ନାହିଁ ତାହା ତ ଭିନ୍ନ କଥା ତାର ପରିଣାମ ସମଗ୍ର ବିଶ୍ୱ ଭୋଗିବ ।

https://youtu.be/n5GD-6kRw38

Leave a Reply

Your email address will not be published. Required fields are marked *