ପଛରେ ପଡିଲେ ସୁନକ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ପ୍ରଧାନମନ୍ତ୍ରୀ ରେସ୍ ରେ ପଛରେ ପଡିଲେ ଭାରତୀୟ ବଂଶୋଦ୍ଭବ ତଥା କଞ୍ଜରଭେଟିଭ୍ ପାର୍ଟିର ଋଷି ସୁନକ । ଏବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଲିଜ୍ ଟ୍ରସ୍ । ଲିଜ୍ ଟ୍ରସ୍ ବିଜୟ ଆଡକୁ ଗତି କରୁଥିବା ଜଣାପଡିଛି । ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ତାର ଫଳାଫଳ ଆସନ୍ତା ସପ୍ତାହରେ ସେପ୍ଟେମ୍ବର ୫ ରେ ଫଳାଫଳ ପ୍ରକାଶ ପାଇବ । ପରଦିନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରାଣୀ ଏଲିଜା ବେଥ ଦ୍ୱୀତିୟଙ୍କ ନିକଟରେ ଆନୁଷ୍ଠାନିକ ଭାବେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ । ଅଗଷ୍ଟ ମାସ ପ୍ରାରମ୍ଭରେ ଆକଳନକ କରାଯାଇଥିବା ୨୦୦,୦୦୦ କଞ୍ଜର୍ଭେଟିଭ୍ ପାର୍ଟିର ସଦସ୍ୟମାନଙ୍କର ପୋଷ୍ଟାଲ୍ ଏବଂ ଅନ୍‌ଲାଇନ୍‌ ଭୋଟ୍‌ସଂଖ୍ୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା। ଏହି ମତଦାନରେ ଟ୍ରସ୍ ସୁନକ୍‌ଙ୍କ ଅପେକ୍ଷା ବିପୁଳ ସଂଖ୍ୟାରେ ସମର୍ଥନ ପାଇଥିବା କୁହାଯାଉଛି। ବାଲାଟ ବକ୍ସରେ ଋଷି ସୁନକ ଏବଂ ଲିଜ ଟ୍ରସଙ୍କ ଭାଗ୍ୟ ସ୍ଥିର ହେବ।

Leave a Reply

Your email address will not be published. Required fields are marked *