ବର୍ଷକରେ ବଢିଛି ୫୨ ପ୍ରତିଶତ ଅର୍ଥନୈତିକ ଅପରାଧ

FILE PHOTO

ଭୁବନେଶ୍ୱର(ଦ କୁଇଭର): ଓଡିଶାରେ ଅର୍ଥନୈତିକ ଅପରାଧିକ ଗ୍ରାଫ ଏବେ ଉପରମୁହାଁ ହୋଇଛି । କରୋନା କାଳରେ ଲକଡାଉନ୍ ସତ୍ତେ୍ୱ ଠକେଇ ଜାଲିଆତି ଢେର ବଢିଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ କହୁଛି ୨୦୨୦ ତୁଳନାରେ ୨୦୨୧ରେ ୫୨ ପ୍ରତିଶତ ଏଧିକ ମାମଲା ସାମ୍ନାକୁ ଆସିଛି । ଠକେଇ ଜନିତ ଚାର୍ଜ ସିଟ୍ ମାମଲାରେ ମଧ୍ୟ ପୋଲିସ ପଛେଇଛି । ୨୦୨୧ରେ ୫୬.୬ ପ୍ରତିଶତରେ ମାମଲାରେ ଚାର୍ଜସିଟ୍ ଦାଖଲ କରିବାରେ ସକ୍ଷମ ହୋଇଛି ।

ଏନସିଆରବି ତଥ୍ୟ ମୁତାବକ ୨୦୧୯ରେ ମୋଟ୍ ୪୩୨୯ ଟି ଓ ୨୦୨୦ରେ ୪୦୨୮ଟି ଅର୍ଥନୈତିକ ଅପରାଧ ଜନିତ ମାମଲା ରୁଜୁ ହୋଇଥିଲା । କିନ୍ତୁ ୨୦୨୧ ରେ ଏହା ବଢି ୬୧୧୫ରେ ପହଁଚିଥିଲା । ସେଥିରୁ ୮୫୯ଟି ମାମଲା ରହିଛି ଯେଉଁଥିରେ ଅଭିଯୋଗକାରୀଙ୍କ ବିଶ୍ୱାସ ଭାଙ୍ଗି ଅଭିଯୁକ୍ତ ଟଙ୍କା ଠକିଛି । ଏଭଳି ଢଙ୍ଗରେ ୧୪ଟି ମାମଲାରେ ୧ଲକ୍ଷ ଟଙ୍କା ତଳକୁ ଠକେଇ ହୋଇଛି । ସେହିଭଳି ୧୮ଟି ନକଲି ଟଙ୍କା ଓ ସରକାରୀ ଟିକେଟ୍ କୁ ଜାଲ କରିବା ଭଳି ମାମଲା ରହିଛି । ସବୁଠୁ ଅଧିକ ମାମଲା ଠକେଇ ଜାଲିଆତିକୁ ନେଇ ରୁଜୁ ହୋଇଛି । ୨୦୨୧ରେ ମୋଟ୍ ୫୨୩୮ଟି ଏଭଳି ମାମଲା ସାମ୍ନାକୁ ଆସିଛି ।

ସେଥିରୁ ୨୦୮ ମାମଲାରେ ଲକ୍ଷେ ଟଙ୍କା ତଳକୁ ଠକେଇ ହୋଇଛି । ଠକେଇ ରୋକ ଲଗାଇବା ଛାଡନ୍ତୁ ଓଡିଶା ପୋଲିସ ଠକେଇ ମାମଲାର ତଦନ୍ତ ସହ ଚାର୍ଜ ସିଟ୍ ଦାଖଲରେ ମଧ୍ୟ ବିଫଳ । ୨୦୨୧ ରେ ୧୯୧୧ ଟି ମାମଲା ଚାର୍ଜ ସିଟ୍ ଦାଖଲ କରାଯାଇଛି । ତାପୂର୍ବରୁ ୧୧୯୫ଟି ମାମଲା ର ଚାର୍ଜ ସିଟ୍ ଦାଖଲ ହୋଇଥିଲା । ୨୦୨୧ରେ ରୁଜୁ ହୋଇଥିବା ୬୧୧୫ଟି ମାମଲାର ତଦନ୍ତ ଚାଲିଛି । କିନ୍ତୁ ପୂର୍ବରୁ ୪୮୯୯ଟି ମାମଲାର ତଦନ୍ତ ବାକି ଅଛି । ଠକେଇ ଜନିତ ଗୋଟିଏ ମାମଲା ଅନ୍ୟ ରାଜ୍ୟକୁ ପଠାଯାଇଛି । ତଦନ୍ତ ବେଳେ ଅଭିଯୋଗ ମିଛ ଜଣାପଡିଥିବାରୁ ୧୩୫ଟି ମାମଲାରେ ପୁନଚ୍ଛେଦ ପକାଇଛି ପୋଲିସ । ସେହିପରି ଭୁଲ ତଥ୍ୟ ଥିବା କିମ୍ବା ଆଇନ ଗତ ସମସ୍ୟା ଯୋଗୁଁ ୧୩୫୯ଟି ମାମଲା ତଦନ୍ତ ପୋଲିସ ଦେଇସାରିଛି । ୮୮୬ଟି ମାମଲାରେ ଠକେଇ ହୋଇଥିଲେ ହେଁ ତଦନ୍ତ ବେଳେ ଯଥେଷ୍ଟ ପ୍ରମାଣ କିମ୍ବା ତଥ୍ୟ ମିଳି ନ ଥିବାରୁ ଏହି ସବୁ ଫାଇଲକୁ ବନ୍ଦ କରାଯାଇଛି ।F

Leave a Reply

Your email address will not be published. Required fields are marked *