ICC T-20 ମାନ୍ୟତାରେ ଏକ ବଡ ପରିବର୍ତ୍ତନ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦର T-20 ମାନ୍ୟତାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ନୂତନ ଆଇସିସି ଟି-୨୦ ମାନ୍ୟତା ବ୍ୟାଟିଂ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି ପାକିସ୍ତାନ ୱିକେଟ କିପର ମହମ୍ମଦ ରିଜୱାନ । ନିଜ ଦଳର ଅଧିନାୟକ ବାବର ଆଜାମଙ୍କୁ ପଛରେ ପକାଇ ରିଜୱାନ ଏହି ପଦ ହାସଲ କରିଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜାମ ୧୦୦୦ ଦିନରୁ ଅଧିକ ସମୟ ଧରି ଟି -୨୦ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ରହିଛନ୍ତି। କିନ୍ତୁ T-20 ଇଣ୍ଟରନ୍ୟାସନାଲ୍ର ଶେଷ ୧୦ ଇନିଂସରେ ବାବର ଆଜାମ ଫେଲ ମାରିଛନ୍ତି । ସେ ତାଙ୍କର ଶେଷ ତିନୋଟି ମ୍ୟାଚ୍‌ରେ କୌଣସି ବଡ଼ ଇନିଂସ ଖେଳି ନାହାଁନ୍ତି।

ଭାରତୀୟ ଅଧିନାୟକ ତଥା ହିଟ ମ୍ୟାନ ରୋହିତ ଶର୍ମା ଏସିଆ କପରେ ଚାଲିଥିବା ସୁପର ୪ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ କରି ଧୂଆଁଧାର ଅର୍ଦ୍ଧଶତକ ଇନିଂସ ଖେଳିଥିଲେ । ତେବେ ସେ ନୂତନ ଆଇସିସି ଟି-୨୦ ମାନ୍ୟତା ବ୍ୟାଟିଂ ତାଲିକାରେ ଚାରି ସ୍ଲଟ ଆଗକୁ ବଢିବାରେ ସଫଳ ହୋଇଛନ୍ତି । ରୋହିତ ଚାରି ସ୍ଲଟ ଆଗକୁ ବଢି ୧୩ ନମ୍ବର ସ୍ଥାନରେରେ ରହିଛନ୍ତି । ଏଥି ସହିତ ସୂର୍ୟ୍ୟକୁମାର ଆଗରୁ ଆଇସିସି ଟି-୨୦ ମାନ୍ୟତା ତାଲିକାରେ ତିନି ନମ୍ବର ସ୍ଥାନରେ ଥିବା ବେଳେ ଏବେ ସେ ଗୋଟେ ସ୍ଲଟ ତଳକୁ ଖସି ୪ ନମ୍ବର ସ୍ଥାନରେ ରହିଛନ୍ତି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଶନ ମଧ୍ୟ ଏହାକୁ ଆଇସିସି ଟି -୨୦ ପୁରୁଷ ଖେଳାଳି ମାନ୍ୟତାରେ ସ୍ଥାନିତ କରିଛନ୍ତି । ସୂର୍ୟ୍ୟକୁମାର ଯାଦବଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଖେଳାଳି ଶ୍ରେଷ୍ଠ ୧୦ରେ ସ୍ଥାନିତ ହୋଇପାରିନାହାନ୍ତି ।

Leave a Reply

Your email address will not be published. Required fields are marked *