ସେନା ପ୍ରତ୍ୟାହାର ପାଇଁ କାହିଁକି ରାଜି ହେଲା ଡ୍ରାଗନ ?

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଆଜି ଶେଷ ହେବ ସେନାପ୍ରତ୍ୟାହାର ପ୍ରକ୍ରିୟା । ପୂର୍ବ ଲଦାଖର ପେଟ୍ରୋଲ ପଏଣ୍ଟ -୧୫ (ଗୋଗ୍ରା-ହଟ ସ୍ପ୍ରିଙ୍ଗ ଏରିଆ) ରୁ ଭାରତୀୟ ଏବଂ ଚୀନ୍ ସୈନ୍ୟ ପ୍ରତ୍ୟାହାର ଆଜି ଶେଷ ହେବ ବୋଲି ସୂଚନାମିଳିଥିଲା । ପୂର୍ବ ଲଦାଖର ବିବାଦୀୟ ଅଂଚଳ ଉପରେ ନଜର ରଖିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୈନିକମାନଙ୍କୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଏବଂ ସେଠାରେ ନିର୍ମିତ ଅସ୍ଥାୟୀ ଭିତ୍ତିଭୂମି ଭାଙ୍ଗିବା ପ୍ରକ୍ରିୟା ମଧ୍ୟ ଆଜି ଶେଷ ହେବ।

ହେଲେ ଏଠାରେ ପ୍ରଶ୍ନ ଉଠୁଛି ଦସ୍ୱବ ବର୍ଷ ଧରି ଲାଗିରହିଥିବା ବିବାଦକୁ ନେଇ ଏତେ ଥର ଆଲୋଚନା ସତ୍ତ୍ବେ କୈଣସି ସମାଧାନ ବାହାରୁ ନଥିଲା । କିନ୍ତୁ ଏଥର କିପରି ସହମତି ସୃଷ୍ଟି ହୋଇଗଲା ? ଏହି ସହମତି ପଛରେ ଚୀନର ଆଉ କିଛି ରଣନୀତି ନାହିଁତ ? ଭାରତ ଆଗରେ ମୁଣ୍ଡ ନୁଆଇ ଦେଲାକି ଡ୍ରାଗନ? ନା ଚୀନ୍ ପୂର୍ବ ଲଦାଖରେ ଗତ ଦୁଇ ବର୍ଷ ମଧ୍ୟରେ କରିଥିବା ସମସ୍ତ ଅତିକ୍ରମଣ ଯୋଜନାକୁ ଭାରତ ପଣ୍ଡ କରିବା ସହ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପରେ ଚୀନ୍ ପଛକୁ ହଟିବାକୁ ବାଧ୍ୟ ହୋଇଛି । ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ।
ଭାରତ ଓ ଚୀନ ସେନା ଲଦାଖର ଗୋଗ୍ରା-ହଟସ୍ପ୍ରିଙ୍ଗ ପରି କେତେକ ବିବାଦୀୟ ଇଲାକାରୁ ପଛକୁ ଘୁଞ୍ଚିବାକୁ ସହମତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ୧୬ତମ କୋର କମାଣ୍ଡରସ୍ତରୀୟ ଆଲୋଚନାରେ ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି ।

ଏ ସଂପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନର ଯେ ହଠାତ ହୃଦୟ ପରିବର୍ତ୍ତନ ହେଲା ତାହା ଭାବିବା ବୋକାମୀ ହେବ । ପ୍ରକୃତ କଥା ହେଉଛି, ଆସନ୍ତା ସାଂଘାଇ ସହଯୋଗ ସଂଗଠନ ବୈଠକରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ରହିଛି । ଏହି ସାକ୍ଷାତ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସୈନ୍ୟ ପ୍ରତ୍ୟାହାର ପାଇଁ ଚୀନ ରାଜି ହୋଇଛନ୍ତି । ଏଣୁ ବିପଦ ଟଳିଗଲା ବୋଲି ଭାବିବା ଉଚିତ ନୁହେଁ । ଏଣୁ ଭାରତକୁ ସତର୍କ ରହିବାକୁ ହେବ ।

ଲଦାଖ ସେକ୍ଟରରେ ଭାରତୀୟ ଏବଂ ଚୀନ୍ ସୈନ୍ୟ ଏକ ବର୍ଷରୁ ଅଧିକ ସମୟ ଧରି ରହିଥିଲେ। ଗତ ବର୍ଷ ଅଗଷ୍ଟରେ ଉଭୟ ଦେଶର ସୈନ୍ୟବାହିନୀ ଗୋଗ୍ରା ସେକ୍ଟରରୁ (PP -17 ) ପ୍ରତ୍ୟାହାର କରି ନେଇଥିଲେ। ଦୁଇ ବର୍ଷରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା। ପାଙ୍ଗଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ ୫ ମଇ ୨୦୨୦ ରେ ପୂର୍ବ ଲଦାଖରେ ସୀମା ବିବାଦ ଆରମ୍ଭ ହୋଇଥିଲା।

ଏହା ସହିତ ବାସ୍ତବ ନିୟନ୍ତ୍ରଣ ରେଖାରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିବ ବୋଲି କୁହାଯାଉଛି। ତେବେ ଚୀନ୍ ସର୍ବଦା ଷଡ଼ଯନ୍ତ୍ରପୂର୍ଣ୍ଣ ନୀତିରେ ଚାଲୁଥିବା ଏବଂ ଏହାର ରଣନୀତି ଆକ୍ରମଣାତ୍ମକ ରହୁଥିବାରୁ ଭାରତ ଏ ବାବଦରେ ଅତି ସତର୍କତାର ସହ ପଦକ୍ଷେପ ନେଉଛି। ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟରେ ସାମରିକ ବ୍ୟାପାର ବିଶେଷଜ୍ଞ ଲେଫ୍ଟ ଜେନେରାଲ୍ ଡି.ବି. ସେ କହିଛନ୍ତି, ‘ଏହି ପ୍ରସଙ୍ଗରେ ଚୀନ୍ରୁ ମିଳିଥିବା ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସତର୍କ ରହିବା ଆବଶ୍ୟକ। ଗତ ତିନି ଦଶନ୍ଧି ମଧ୍ୟରେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଭାରତ ଚୀନ୍ ସହିତ ଅନେକ ଚୁକ୍ତିନାମା ସ୍ୱାକ୍ଷର କରିଛି, କିନ୍ତୁ ଏହା ଆମକୁ ସର୍ବଦା ବିଶ୍ୱାସଘାତକତା କରିଛି।

Leave a Reply

Your email address will not be published. Required fields are marked *