SCOରେ ଯୋଗଦେବେ ବିଶ୍ବର ଚାରି ପ୍ରମୁଖ ନେତା

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହେବାକୁ ଯାଉଛି ଏସସିଓ ସମ୍ମିଳନୀ ଅର୍ଥାତ୍ ସାଂଘାଇ କପୋର୍ସେନ ଅର୍ଗାନାଇଜେନ ସମ୍ମିଳନୀ । ଏହି ଶିଖର ସମ୍ମିଳନୀରେ ପ୍ରଥମ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହାଁମୁହିଁ ହେବେ। ଏହି କାର୍ୟ୍ୟକ୍ରମରେ ଭାଗ ନେବାକୁ ପିଏମ ମୋଦୀ ଆଜି ଅପରାହ୍ନରେ ସମରଖଣ୍ଡ ଅଭିମୁଖେ ଯାତ୍ରା କରିବେ ଏବଂ ଆଜି ସଂନ୍ଧ୍ୟା ୬ ଟାରେ ପହଞ୍ଚିବେ। ଆସନ୍ତାକାଲି ଯଥା ୧୬ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ବୈଠକରେ ଯୋଗଦେବେ। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିବେ।

ଏହାପୂର୍ବରୁ ୨୦୧୯ ରେ କିର୍ଗିଜସ୍ଥାନର ରାଜଧାନୀ ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା, ଯାହାକୁ ସୌଜନ୍ୟମୂଳକ ବୈଠକ ଭାବରେ ନାମିତ କରାଯାଇଥିଲା। ତେବେ ଶିଖର ସମ୍ମିଳନୀରେ ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।

ତିନି ବର୍ଷ ପରେ ଇଣ୍ଡୋ-ପାକ୍ ପ୍ରଧାନମନ୍ତ୍ରୀ ମୁହାଁମୁହିଁ ହେବେ ।
ତିନି ବର୍ଷ ପରେ ଅର୍ଥାତ୍ ୨୦୨୨ ରେ, ଉଭୟ ଦେଶର ପ୍ରଧାନମନ୍ତ୍ରୀ ପୁଣି ଥରେ ଏକ ପ୍ଲାଟଫର୍ମରେ ରହିବେ । ତେବେ ଏଥର ମଧ୍ୟ ଆଲୋଚନା ହେବାର ସମ୍ଭାବନା କମ୍ ଦେଖାଯାଉଛି। ଯଦି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୁଏ, ତେବେ ଭାରତ-ପାକ୍ ବାଣିଜ୍ୟ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଯେକୈଣସି ମୂଲ୍ୟରେ ଭାରତ ସହ କଥା ହେବାକୁ ପାକିସ୍ତାନ ଚାହୁଁଛି, କାରଣ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ଏବଂ ପୂର୍ବରୁ ବିପର୍ୟ୍ୟସ୍ତ ହୋଇପଡିଥିବା ଅର୍ଥନୀତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଏଲଏସିରୁ ସେନା ପ୍ରତ୍ୟାହାର ପରେ ମୋଦୀ-ଜିନପିଙ୍ଗ୍ ମୁହାଁମୁହିଁ ହେବେ ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ୩୪ ମାସ ପରେ ସାକ୍ଷାତ କରିବାକୁ ଯାଉଛନ୍ତି। ଭାରତ-ଚୀନ୍ ସୀମା ବିବାଦକୁ ନେଇ ଏହି ବୌଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଉଭୟଙ୍କ ମଧ୍ୟରେ ଶେଷ ସାକ୍ଷାତ ୨୦୧୯ ରେ ବ୍ରିକ୍ସ ସମ୍ମିଳନୀରେ ହୋଇଥିଲା ଜ୍ଝ ସୀମା ବିବାଦ ପରେ ଏହା ଉଭୟଙ୍କ ପ୍ରଥମ ବୌଠକ ହେବ।

ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ପୁଟିନ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ସ୍ତରରେ ରହିବେ ।
ୟୁକ୍ରେନ ସହିତ ଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଆନ୍ତର୍ଜାତୀୟ ଫୋରମରେ ଉପସ୍ଥିତ ରହିବେ। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ପାଇଁ ବିଶ୍ୱର ଅନେକ ବଡ ଦେଶ ଋଷ ବିରୁଦ୍ଧରେ ଅଛନ୍ତି, କିନ୍ତୁ ଭାରତ ଏହି ପ୍ରସଙ୍ଗରେ ନିରପେକ୍ଷତା ପ୍ରଦର୍ଶନ କରିଛି ଏବଂ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସର୍ବଦା କହିଛି। ଭାରତ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବୌଠକ ସହିତ ପୁଟିନ ଏବଂ ସି ଜିନପିଙ୍ଗଙ୍କ ବୌଠକରେ ସମଗ୍ର ବିଶ୍ୱର ନଜର ରହିଛି।

ଏସସିଓ କ’ଣ ?
୨୦୦୧ରେ ଏସସିଓ ଗଠନ କରାଯାଇଥିଲା। ଏଥିରେ ଭାରତ, ପାକିସ୍ଥାନ, ଋଷ ଏବଂ ଚୀନ୍ ସମେତ ମୋଟ ୮ ଟି ସ୍ଥାୟୀ ସଦସ୍ୟ ଅଛନ୍ତି। ଏହା ଏକ ଭୌଗୋଳିକ ଏବଂ ସୁରକ୍ଷା ସଂଗଠନ। ପ୍ରଥମେ ଏହି ଏସସିଓରେ ୬ଟି ଦେଶ ଥିଲେ। ଯେଉଁଥିରେ ଋଷ, ଚୀନ୍, କାଜାକିସ୍ତାନ, ତାଜାକିସ୍ତାନ, କିର୍ଗିଜସ୍ଥାନ ଏବଂ ଉଜବେକିସ୍ତାନ ସାମିଲ ହୋଇଛନ୍ତି। ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟ ଯୋଗ ଦେଇଥିଲେ। ଆସନ୍ତା ବର୍ଷ ୨୦୨୩ରେ ଭାରତରେ ଏସସିଓ ବୈଠକ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *