କାହିଁକି ଅଲୋଡା ଜୀବନ୍ତ ଠାକୁର ?

FILE PHOTO

ଭୁବନେଶ୍ୱର (ଦ କୁଇଭର): ବାପା ମା’ କେବଳ ଦୁଇଟି ଶଦ୍ଦ ନୁହେଁ ବା ଦୁଇ ଜଣ ମଣିଷ ନୁହନ୍ତି । ଏମାନଙ୍କୁ କୁହାଯାଏ ଜୀବନ୍ତ ଭଗବାନ । ଯାହାଙ୍କ ସ୍ପର୍ଶ ସୃଷ୍ଟି କରିଥାଏ ଜୀବନ ଆଉ ବିକଶିତ କରିଥାଏ ସମାଜର ଧାରା । ସେହି ବାପା ମାଆଙ୍କୁ ଶାସ୍ତ୍ର ପୁରାଣରେ ଭଗବାନ ର ଆକ୍ଷ୍ୟା ଦିଆଯାଇଛି, ଆଇନରେ ବି ସେମାନଙ୍କ ସୁରକ୍ଷା ଓ ପ୍ରତିପାଳନକୁ ବା ପିଲାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଛୋଟବେଳେ ବାପା ମା’ ମାନେ ପିଲାଙ୍କୁ ଯେପରି ଲାଳନପାଳନ କରନ୍ତି ବୃଦ୍ଧାବସ୍ଥାରେ ପିଲାମାନଙ୍କ ଦାୟିତ୍ୱ କର୍ତ୍ତବ୍ୟ ବାପା ମା’ ମାନଙ୍କୁ ଲାଳନ ପାଳନ କରିବା ଆଇନରେ ଏକଥା ବି ବାଧ୍ୟ କରିଛି । ନିକଟରେ ସୁପ୍ରିମକୋର୍ଟ ବି କହିଛନ୍ତି । ମା’ ବାପାଙ୍କୁ ଆଦର ନ କଲେ ଘରେ ରହିପାରିବେନି ପିଲାମାନେ । ଶାସ୍ତ୍ର ହେଉ ବା ପୁରାଣ ସାମାଜିକ ପରମ୍ପରା ହେଉ ବା ରୀତି ନୀତି ଏବଂ ଆଇନ । ସମସ୍ତେ ବାପା ମା’ ଙ୍କ ସୁରକ୍ଷାକୁ ବେଶ ମାହାତ୍ମ୍ୟ ଦେଉଥିବା ବେଳେ । ବାପା ମା’ ମାନେ ଅଲୋଡା ହେଉପଡୁଛନ୍ତି । କେଉଁଠି ଉଚ୍ଚ ଶିକ୍ଷିତ ପିଲାମାନେ ବାପା ମା’ଙ୍କ ମୃତ୍ୟୁ କୁ ଅପେକ୍ଷା କରୁଛନ୍ତି ସଂସ୍କାର କାର୍ଯ୍ୟରେ ସାମିଲ ହେବା ପାଇଁ । ତ ଆଉ କେଉଁଠି ଅଣ ପାଠୁଆ ପୁଅମାନେ ଜୀଅନ୍ତା ଜାଳିଦେବାକୁ ପଛାଉ ନାହାନ୍ତି । ଏହାକୁ ଆମେ ସାମାଜିକ ଅଧୋପତନ କହିବା ସହ ମାନବିକତାର ମୃତ୍ୟୁ ବୋଲି ଧରା ଯାଇପାରିବ । ବାପା ମା’ଙ୍କ ପ୍ରତି ପିଲାମାନେ ଯେ ଏତେ କୃର ଏବଂ ହିଂସ ହୋଇପାରନ୍ତି ତାହାର ନଜିର ଦେଖିଲେ କୋହ ସମ୍ଭାଳି ହେବନି ।

ଏଭଳି ଘଟଣା ଘଟିଛି ଭୋଗରାଇର ଗୋଛିଦା ତେଘରି ପଞ୍ଚାୟତ ଅଧୀନ ମଙ୍ଗରାଜପୁର ଗାଁରେ । ଯେଉଁ ବାପା ମା ଏହି ପୁଅକୁ ଲାଳନ ପାଳନ କରି ନିଜ ଗୋଡରେ ଛିଡା ହେବା ପାଇଁ ଯୋଗ୍ୟ କରିଥିଲେ ସେହି ବାପା ମା ହିଁ ହୋଇଯାଇଥିଲେ ଶତ୍ରୁ । ଗାଁରେ ବାପା ମା’ ଙ୍କୁ ଅଲୋଡା ଅବସ୍ଥାରେ ଛାଡିଦେଇ ପୁଅ ୧୫ ବର୍ଷ ହେଲା ନିକଟସ୍ଥ କାନ୍ଥଭଉଁରୀ ଗାଁର ଶ୍ୱଶୁର ଘରେ ରହିଥିଲା । ବୁଢା ବୁଢୀ ବାପା ମା’ ଗଣ୍ଡେ ଖାଇବା ଓ ଗଣ୍ଡେ ଯିଇଁବା ତାଙ୍କ ପାଇଁ ହୋଇପଡିଥିଲା କଷ୍ଟକର । ପରିଣତ ବୟସରେ ବି ସେମାନେ ଖଟି ଖାଉଥିଲେ । ଆଉ ଏପଟେ ମା’ କୁ ହୋଇଥିଲା କ୍ୟାନସର । ଚିକିତ୍ସା କରିବା ତ ଦୂରର କଥା, ଚିକିତ୍ସା ପାଇଁ ଥିବା ଅର୍ଥକୁ ଲୁଟିବା ପାଇଁ ଆଗେଇ ଆସିଥିଲା ପୁଅ । ହଠାତ୍ ଦିନେ ଘରେ ପହଁଚି ମା’ ଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ବି ମାରିଥିଲା । ବୃଦ୍ଧ ମା ଉପରେ ଏପରି ଆକ୍ରମଣ ବାପା ସମ୍ଭାଳି ପାରି ନଥିଲେ, ପ୍ରତିରୋଧ କରିବାରୁ ପୁଅ ଦେଖାଇଥିଲେ ହିଂସାର ରୂପ । ଉଭୟ ମା ବାପାଙ୍କୁ ବାଡେଇବା ସହ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଲା । ଜିଅନ୍ତା ଜାଳିଦେବାକୁ ଉଦ୍ୟମ କରିଥିଲା । ପ୍ରାଣବିକଳରେ ବାପା ମା ସିନା ପଳେଇ ଆସିଲେ, ଗାଁ ଲୋକମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ, କିନ୍ତୁ ସବୁ କିଛି ଜଳି ଯାଇଥିଲା । ସବୁ ସଂପତ୍ତି ଜଳିଯାଇଥିଲା । ବୃଦ୍ଧ ମା’ଙ୍କ ଚିକିତ୍ସା ପାଇଁ ସାଇତି ରଖିଥିବା ୩୫ ହଜାର ଟଙ୍କା ବି ସେ ନିଆଁରେ ଜଳି ଯାଇଥିଲା । ଏବେ ସେ ନିଶ୍ୱ । ନିଜ ଘରକୁ ପୁଅ ଜାଳିଦେବା ପରେ ବାପା ମା ଏବେ ଦାଣ୍ଡରେ । ଏଣେ ତେଣେ ବୁଲୁଛନ୍ତି ବାପା ମା’ ।

ଏହି ଗୋଟିଏ ଘଟଣା ନୁହେଁ ଆଉ ଗୋଟିଏ ଉଚ୍ଚ ଶିକ୍ଷିତ ପରିବାରର ଘଟଣା ଆମେ ଆଣୁଛୁ ଆପଣଙ୍କ ସାମ୍ନାକୁ । ଉତ୍ତର ପ୍ରଦେଶର ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ । ପିଲାମାନଙ୍କୁ ବେଶ ପାଠସାଠ ପଢାଇଥିଲେ । ଦୁଇ ପୁଅ ବିଦେଶରେ ନିଯୁକ୍ତି ପାଇଥିଲେ । ଉତ୍ତରପ୍ରଦେଶର ଲକ୍ଷେ୍ନøର ଏହି ଘଟଣା । ଉତ୍ତରପ୍ରଦେଶରେ ରହୁଥିଲେ ବୃଦ୍ଧ ବାପା ମାଆ । ମା’ ଙ୍କ ଦେହାନ୍ତ ପରେ ପୁଅମାନଙ୍କୁ ଖବର ଯାଇଥିଲା । ସାନ ପୁଅ ଆସିଲା ହେଲେ ବଡ ପୁଅ ଆସିଲା ନାହିଁ । ବାପା ଙ୍କର ଯିଦ୍ ଥିଲା ବଡ ପୁଅ ଆସିଲେ ହିଁ ମା’ ସଂସ୍କାର ହେବ । ହେଲେ ବଡ ପୁଅ କହିଥିଲା ମା’ ମଲା ବେଳକୁ ସାନ ପୁଅ ଯିବ ଆଉ ବାପା ମଲାବେଳେ ମୁଁ ଯିବି । ଏହି କଟୁ କଥା ସେହି ପୂର୍ବତନ ସେନା ଅଧିକାରୀଙ୍କ କାନରେ ପଡିଲା ।

ପିଲାମାନଙ୍କ ଏଭଳି ଆଭିମୁଖ୍ୟ ବାପା ମା’ ମଲେ ଆସିବେ ତାଙ୍କୁ ବେଶ କଷ୍ଟ ଦେଇଥିଲା । ନିଜ ବନ୍ଦୁକରେ ଗୁଳି କରି ମରିଗଲେ । ଆଉ ସାନ ପୁଅ ହିଁ ନିଜ ମା ବାପାଙ୍କୁ ଗୋଟିଏ ଜୁଇରେ ଅନ୍ତେଷ୍ଟି କ୍ରିୟା କରିଦେଲେ । ଏମିତି ତ ଦୁଇଟି ଘଟଣା ଆମେ କହୁଛୁ, ସାମଜରେ ପ୍ରତିଟି ସ୍ଥାନରେ ଏବେ ବାପା ମା’ ମାନେ ନିର୍ଯାତିତ, ଅବହେଳିତ ଆଉ ଅସୁରକ୍ଷିତ । କେଉଁଠି ମାଡ ଖାଇ ଦାଣ୍ଡରେ ଗଡୁଛନ୍ତି ତ ଆଉ କେଉଁଠି ଖାଇବାକୁ ଗଣ୍ଡେ ପାଉନାହାନ୍ତି । ସେତେ କି ବାପା ମା’ ହୋଇ ସେମାନେ ଏକ ଅପରାଧ କରିଛନ୍ତି । ବାପା ମା’ ଙ୍କ ପ୍ରତି ଏଭଳି ଅନାଦର ଆଉ କେତେ ଦିନ?

Leave a Reply

Your email address will not be published. Required fields are marked *