ପାଶ୍ଚାତ୍ୟ ଦେଶକୁ ପୁଟିନଙ୍କ ପରମାଣୁ ଧମକ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଋଷ-ୟୁକ୍ରେନ ଯୁଦ୍ଧକୁ ସାତ ମାସ ବିତିବାକୁ ବସିଲାଣି । ମାସ ମାସ ଧରି ଉଭୟ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଥିବା ବେଳେ, ବର୍ତ୍ତମାନ ଆଗକୁ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି । କାରଣ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ଦେଇଥିବା ନଜର ଆସିଛି । ଦେଶବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ରୁଷ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି । ତାଙ୍କ ବାର୍ତ୍ତାରେ ଆଗକୁ ପରମାଣୁ ବୋମା ପ୍ରୟୋଗ କରିବା ନେଇ ଧମକ ଦେଇଥିବା ଦେଖିବାକୁ ମିଳିଛି । ପୁଟିନ୍ କହିଛନ୍ତି କି, ଆଗକୁ ଦେଶ ଏକ ବଡ଼ ମୁକାବିଲାର ସାମ୍ନା କରିବ । ତେଣୁ ରୁଷବାସୀ ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ରୁଷିଆକୁ ଧ୍ବଂସ କାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଉଦ୍ୟମ କରୁଛନ୍ତି ।

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ରୁଷିଆକୁ ଧ୍ବଂସ କରିବାକୁ ଉଦ୍ୟମ କରାଯାଉଛି । ଯଦି ଆମ ଦେଶ ପ୍ରତି ବିପଦ ଆସେ ତେବେ ସମସ୍ତ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ସେ ସିଧାସିଧା ଟେଲିଭିଜନ ମାଧ୍ୟମରେ ଧମକ ଦେଇଛନ୍ତି । ଖାଲିସେତିକି ନୁହେଁ ସେ କହିଛନ୍ତି ଏହି ଲଢ଼େଇରେ ରୁଷିଆ ପାଖରେ ଥିବା ସବୁ ଅସ୍ତ୍ର ପ୍ରୟୋଗ କରାଯିବ । ଏଥିସହ ୩ ଲକ୍ଷ ରିଜର୍ଭ ମିଲିଟାରୀ ଫୋର୍ସକୁ ମୁତୟନ ପାଇଁ ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି ।

ଆମେରିକା ସମେତ ପାଶ୍ଚାତ୍ୟ ଦେଶକୁ ପୁଟିନ ଧମକ ଦେଇ କହିଛନ୍ତି ଯେ ପରମାଣୁ ଆକ୍ରମଣର ଚେତାବନୀକୁ ହାଲକା ଭାବରେ ନନେବାର ଭୁଲ କରାନଯାଉ। ପରମାଣୁ ଆକ୍ରମଣ କରିବା ଏକ ଡ୍ରାମା ନୁହେଁ ଯଦି ଋଷିଆ ପ୍ରତି କିଛି ବି ବିପଦ ଆସେ ତେବେ ପରମାଣୁ ଆକ୍ରମଣ କରିବାକୁ ପଛାଇବ ନାହିଁ ବୋଲି ପୁଟିନ ଖୋଲାଖୋଲି ଧମକ ଦେଇଛନ୍ତି ।

ରୁଷ ଏବେ ୟୁକେୟନ୍ର ଡୋନେସ୍କ, ଲୁହାନସ୍କ, ଖୁରସାନ ଓ ଜାପୋରିଜିୟାକୁ ନିଜର ଅଂଶ କରିବାର ଚେଷ୍ଟା କରୁଛି। ପୁଟିନ୍ ଏହି ଅଞ୍ଚଳରେ ଜନମତ ସଂଗ୍ରହ କରିବାର ନିର୍ଦେଶ ଦେଇଛନ୍ତି। ପୁଟିନ୍ କହିଛନ୍ତି, ୟୁକ୍ରେନ୍ର ଲୁହାନସ୍କ ପିପୁଲସ୍ସ ରିପବ୍ଲିକ(ଏଲପିଆର)କୁ ମୁକ୍ତ କରିଦେଇଛି ଓ ଡୋନେସ୍କ ପିପୁଲ୍ସ ରିପବ୍ଲିକ୍ ଡିପିଆରକୁ ମଧ୍ୟ ଆଶିଂକ ଭାବରେ ମୁକ୍ତ କରିଦେଇଛି। ଏହା ଭିତରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଦେଶରେ ୩୦୦୦୦୦ ରିଜର୍ଭ ସୈନିକ ମୁତୟନ କରାଯାଇଛି। ପୁଟିନ୍ କହିଛନ୍ତି, ଯେଉଁ ଲୋକ ରୁଷକୁ ନେଇ ଏଭଳି ବୟାନ ଦେଇଛନ୍ତି, ମୁଁ ସେହି ଲୋକଙ୍କୁ ମନେପକାଇବାକୁ ଚାହେଁ ଯେ, ଆମ ଦେଶରେ ବିନାଶର ବିଭିନ୍ନ ସାଧନ ରହିଛି। ଏହା ନାଟୋ ଦେଶଠାରୁ ମଧ୍ୟ ଅଧତକ ଆଧୁନିକ। ଯେତେବେ ଆମ ଦେଶର ଆଞ୍ଚଳିକ ଅଖଣ୍ଡତାକୁ ବିପଦ ପହଁଞ୍ଚେ,ସେତେବେଳେ ରକ୍ଷା ପାଇଁ ରୁଷ ଓ ଆମର ଲୋକ ନିଶ୍ଚିତ ଭାବରେ ଏହି ସମ୍ବଳର ବ୍ୟବହାର କରିବୁ।

Leave a Reply

Your email address will not be published. Required fields are marked *