ଖାଦ୍ୟ ଅଭାବରୁ ପ୍ରତି ସେକେଣ୍ଡରେ ଜଣଙ୍କ ମୃତ୍ୟୁ !

FILE PHOTO

ନ୍ୟୁର୍ୟକ(ଦ କୁଇଭର): ଗୋଟିଏ ପରେ ଗୋଟିଏ ବିପଦ ସାମ୍ନାକୁ ଆସୁଛି । ଜଳବାୟୁ ପରିବର୍ତ୍ତନ ସହ ଏବେ ଖାଦ୍ୟ ସଂଙ୍କଟ ମଧ୍ୟ ମୁଣ୍ଡ ଟେକିଲାଣି । ଏବେ ଏକ ସାଘାଂତିକ ତଥ୍ୟ ସାମ୍ନାକୁ ଆଣିଛନ୍ତି ୨୦୦ରୁ ଉର୍ଦ୍ଧ ଏନଜିଓ । ଖାଦ୍ୟ ଅଭାବରୁ ପ୍ରତି ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଘଟୁଛି । ଏନଜିଓ ପକ୍ଷରୁ ଏକ ଚେତାବନୀ ଦେବା ସହ କ୍ଷୁଧା କୁ ଦୂର କରିବା ପାଇଁ ଆର୍ନ୍ତଜାତୀୟ ସ୍ତରରେ ଉଚିତ୍ ପଦକ୍ଷପ ନେବାକୁ ହେବ ବୋଲି କହିଛନ୍ତି ।

ଏନଜିଓ ଏକ ବିବୃତ୍ତିରେ କହିଛି ଯେ ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ସଭାରେ ସାମିଲ ଥିବା ବିଶ୍ୱ ନେତାମାନଙ୍କୁ ଏକ ଖୋଲା ଚିଠି ଲେଖାଯାଇଥିଲା । ଏଥିରେ ୭୫ରୁ ଉର୍ଦ୍ଧ ଦେଶର ୨୩୮ ସଂସ୍ଥା ଏହି ଖାଦ୍ୟ ସଂଙ୍କଟ ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି । ଏନଜିଓ ଏକ ବିବୃତ୍ତିରେ କହିଛି, ୨୦୧୯ ପରଠାରୁ ୩୪କୋଟି ୫୦ ଲକ୍ଷ ଲୋକ ଅନାହାରରେ ଅଛନ୍ତି। ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଆଉ ଦୁର୍ଭିକ୍ଷ ହେବ ନାହିଁ ବୋଲି ବିଶ୍ୱ ନେତାଙ୍କ ପ୍ରତିଶ୍ରୁତି ସତ୍ତେ୍ୱ ସୋମାଲିଆ ପୁଣିଥରେ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଛି। ବିଶ୍ୱ ବ୍ୟାପୀ ୪୫ ଟି ଦେଶର ୫୦ ନିୟୁତ ଲୋକ ଖାଦ୍ୟ ଅଭାବରୁ ମୃତ୍ୟୁର ଦ୍ୱାର ଦେଶରେ ।

ଏନଜିଓ କହିଛି ଯେ ପ୍ରତିଦିନ ପ୍ରାୟ ୧୯,୭୦୦ ଲୋକ ଭୋକରେ ମରିଯାଉଛନ୍ତି । ଏହାର ଅର୍ଥ ପ୍ରତି ୪ ସେକେଣ୍ଡରେ ଜଣେ ବ୍ୟକ୍ତି ଭୋକରେ ମରୁଛନ୍ତି। ଖୋଲା ଚିଠିରେ ଦସ୍ତଖତ କରିଥିବା ୟେମେନ ଫ୍ୟାମିଲି କେୟାର ଆସୋସିଏସନର ମୋହାନା ଅହମ୍ମଦ ଅଲି ଏଲଜାବାଲି ବିବୃତ୍ତିରେ କହିଛନ୍ତି ଯେ କୃଷି ଏବଂ ଅମଳ ଅତ୍ୟାଧୁନିକ ଜ୍ଞାନ କୈଶଳ ସତ୍ତେ୍ୱ ଏକବିଂଶ ଶତାବ୍ଦୀରେ ଲୋକ ଭୋକ ଆଉ ଅକାଳ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ହେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଆଉ ଅପେକ୍ଷା ନ କରି କ୍ଷୁଧା ସମସ୍ୟାର ଦୀର୍ଘକାଳିନ ସମାଧାନ ପାଇଁ ରାସ୍ତା ବାହାରକରିବା ସହ ପିଲାଙ୍କ ଭବିଷ୍ୟତ ରକ୍ଷା କରିବା ଦିଗରେ ଚିନ୍ତା କରିବା ଉଚିତ୍ ।

ଏହା ପୂର୍ବରୁ ବିଶ୍ୱ ଖାଦ୍ୟ କାର୍ୟ୍ୟକ୍ରମ ଦ୍ୱାରା କୁହାଯାଇଥିଲା ଯେ ଦୁନିଆରେ ପ୍ରାୟ ୬୯ କୋଟି ଲୋକ ଅଛନ୍ତି ଯେଉଁମାନେ ରାତ୍ରୀ ଭୋଜନ କରନ୍ତି ନାହିଁ । ଭୋକର ଏହି ସମସ୍ୟା ମଧ୍ୟମ ଏବଂ ସ୍ୱଳ୍ପ ଆୟକାରୀ ଦେଶମାନଙ୍କରେ ଅଧିକ (ଯାହା ବିକଶିତ ଦେଶ ଅଧୀନରେ କୁହାଯାଏ) । କୋଭିଡ -୧୯ ମହାମାରୀ ହେତୁ ଏହି ସମସ୍ୟା ବୃଦ୍ଧି ପାଇଛି କାରଣ ଏହି କାରଣରୁ ଅନେକ ଦେଶର ଲୋକ ଜୀବିକା ହରାଇଛନ୍ତି। ଏହା ମଧ୍ୟ କୁହାଯାଇଥିଲା ଯେ ବର୍ତ୍ତମାନ ୟୁକ୍ରେନ ଯୁଦ୍ଧ ହେତୁ ଏହି ଅବସ୍ଥା ଖରାପ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *