ସଞ୍ଜୟଙ୍କ ଇସାରା କୁଆଡେ ?

FILE PHOTO

ପୁରୀ (ଦ କୁଇଭର): କଣଠେସା ହେଲେ ବି ନିବର ଥିଲେ । ମାସେ କି ୨ ମାସ ନୁହେଁ, ବେଶ୍ କିଛି ଦିନ ନିରବ ରହିଲେ । ହେଲେ ଆଜି ବରିଛନ୍ତି ବାକ୍ ବିସ୍ଫୋରଣ । ପୁରା ରାଗି ପାଚି ଲାଲ୍ ପଡ଼ିଯାଇଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା । କ୍ରୋଧ ଏତେ ଯେ, ସିଧାସଳଖ ନା ନ ନେଲେ ବି ଇଙ୍ଗିତ ଇଙ୍ଗିତରେ ବିଜେଡ଼ି ପୁରୁଖାଙ୍କ ଉପରେ ଲଦି ଦେଇଛନ୍ତି ଦୋଷ । ତାଙ୍କ ଇଙ୍ଗିତ ଯିଏ ବୁଝୁଛି, ସେ ହିଁ କହୁଛି, ସଞ୍ଜୟ ବର୍ତ୍ତମାନର ଯୁବ ସାଙ୍ଗଠନିକ ମୁଖ୍ୟ ପରାମର୍ଶଦାତାଙ୍କୁ ଟାଣିଛନ୍ତି । ପୁରୀ ସଦର ବ୍ଲକରେ ସଞ୍ଜୟଙ୍କର ଏହି ବିସ୍ଫୋରକ ବୟାନ ବିଜେଡି ଭିତରେ ଗୁଞ୍ଜରଣ ସୃଷ୍ଟି କରିଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଯେତିକି ହଇଚଇ ହେଲାଣି, ଦଳରେ କଣଠେସା ଓ ଅଲୋଡ଼ା ହୋଇଥିବା ବରିଷ୍ଠ ମାନେ ନଖ ଘୋଷିଲେଣି । ବିଜେଡି ସମର୍ଥକଙ୍କ ପ୍ରଶ୍ନ ହେଲାଣି, ସଞ୍ଜୟ ହଠାତ୍ ରାଗିଲେ କାହିଁକି ? ପ୍ରଥମେ ଶୁଣି ନେବା, ସେ କ’ଣ କହିଛନ୍ତି ?

ସଞ୍ଜୟ କହିଛନ୍ତି, ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଚାଲିଛି । ଆଉ ଏହି ଷଡଯନ୍ତ୍ର ଭୁବନେଶ୍ୱରରୁ ଆରମ୍ଭ ହୋଇ ପୁରୀ ଠାରେ ପହଞ୍ଚି ବାସୁଦେଇପୁର ବାଟ ଦେଇ ଏଗାର ପଞ୍ଚାୟତରେ ପଶିବାକୁ ଚେଷ୍ଟା କରୁଛନ୍ତି । ଇଏ ବହୁତ ବଡ଼ କଥା କହିଦେଇଛନ୍ତି । ଭୁବନେଶ୍ୱରରେ କିଏ ସେହି ଷଡ଼ଯନ୍ତ୍ରକାରୀ? ତାଙ୍କ ନାଁ ସେ ନେଇ ନାହାନ୍ତି କିନ୍ତୁ ସେ ଯାହା ଇଙ୍ଗିିତ କରିଛନ୍ତି । ତାହା ଅତ୍ୟନ୍ତ ସାଙ୍ଘାତିକ ଲାଗୁଛି । ଇଙ୍ଗିତରେ ସେ କହିଛନ୍ତି ବିଦେଶୀ । ଅର୍ଥ ଓଡ଼ିଶ ବାହାରେ । ଏଠିତ କେହି ଭାରତ ବାହାରୁ ଆସି କେହି ବେପାର କରୁନାହାନ୍ତି । ବା ପଦପଦବୀରେ ନାହାନ୍ତି । ଓଡ଼ିଶା ବାହାରୁ ଆସିଛନ୍ତି । ଅର୍ଥାତ୍ ଓଡ଼ିଶା ବାହାର ଲୋକଙ୍କୁ ବୋଧହୁଏ ସେ ବିଦେଶୀ ବୋଲି କହୁଛନ୍ତି । ଯଦି ଓଡ଼ିଶା ବାହାର ଲୋକଙ୍କୁ ବିଦେଶୀ ବୋଲି କହୁଛନ୍ତି ।

ତାହେଲେ ଇଙ୍ଗିତ ସିଧାସଳଖ ପରାମର୍ଶଦାତାଙ୍କ ଆଡ଼କୁ ଯାଉଛି । କାରଣ ଯଦି ଆମେ ଦେଖିବା ଅନେକ ଅଣ ଓଡ଼ିଆ ବେପାରୀ ଏବେ ଓଡ଼ିଶାରେ ସକ୍ରିୟ । ସଞ୍ଜୟ ଏକଥା ବି କହିଛନ୍ତି । ଓଡ଼ିଶାର ଖଣିଜ ସମ୍ପଦ, ରତ୍ନଭଣ୍ଡାର ଉପରେ ବିଦେଶୀ ଶକ୍ତିଙ୍କ ଆଖି ପଡ଼ିଛି । ଲୋଲୁପ ଦୃଷ୍ଟିରେ ଅନେଇ ରହିଛନ୍ତି । ସବୁ କିଛି ଲୁଟି ପଳାଇବାକୁ ଯୋଜନା କରୁଛନ୍ତି । ଏହାର ଅର୍ଥ କିଏ ସେ ବିଦେଶୀ ? କିଏ ସେଇ ଅଣ ଓଡ଼ିଆ ? ଯିଏ ଆମ ଓଡ଼ିଶାକୁ ଲୁଟୁଛନ୍ତି । କାହା କଥା ସଞ୍ଜୟ କହୁଛନ୍ତି ? ମୁହଁ ତ ଖୋଲିଲେ, ହେଲେ ଅଧାରେ ରହିଗଲେ କାହିଁକି ସଞ୍ଜୟ ? ଯଦି ଓଡ଼ିଶା ଲୁଟ୍ ହେଉଛି, ତେବେ ସେମାନଙ୍କ ନାଁ କାହିଁକି କହୁନାହାନ୍ତି ? ନା ଭୟ କରୁଛନ୍ତି ସେ ? ଖୋଲେିଲେଣି ତ ପୁରା ଖୋଲନ୍ତୁ ।

ଆମେ ଏଠି ଏତିକି କହିବୁ, ସଞ୍ଜୟ ଜଣେ ପରିପକ୍ୱ ରାଜନେତା । ବେଶ୍ ସଂଘର୍ଷ କରି ସେ ଆସିଛନ୍ତି । କଂଗ୍ରେସର ଟାଣୁଆ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ପରାଜିତ କରିବା କମ୍ ପଥା ନୁହେଁ । ଥରେ ନୁହେଁ ୨ ୨ ଥର ପରାଜିତ କରିଛନ୍ତି ସେ । ସେ ରାଜନୀତିରେ ବେଶ୍ ଭଲ ଖେଳାଳୀ । ତା ସତ୍ୱେ ବି ସେ ଅଧାରେ କାହିଁକି ଅଟକିଗଲେ? ସେ ଓଡ଼ିଶାର ଲୁଟକୁ ପର୍ଦ୍ଦାଫାସ କରି ଓଡ଼ିଶାର ହିତ କରିବାକୁ ଚାହୁଁନାହାନ୍ତି କି?

Leave a Reply

Your email address will not be published. Required fields are marked *