ସିନେଷ୍ଟାରଙ୍କ କମିଲା ବ୍ରାଣ୍ଡ ଭେଲ୍ୟୁ, ଏବେ କେମିତି ଦେଖାଇବେ ଦମ୍ ?

FILE PHOTO

ମୁମ୍ବାଇ (ଦ କୁଇଭର): ବଲିଉଡର ବଡ ବଡ ଅଭିନେତାଙ୍କ ଝଲକ ଏବେ ଦିନକୁ ଦିନ ଫିକା ପଡୁଛି । ସିନେମାରେ ବି କ୍ରେଜ୍ ଦେଖିବାକୁ ମିଳୁନି । ବଡ ବଡ ସିନେଷ୍ଟାରମାନଙ୍କୁ ମହାମାରୀ ପରଠୁ ସୁପରହିଟ୍ ଫିଲ୍ମ କରିବା ନିଶା ଘାରିଛି । ହେଲେ ଫିଲ୍ମ ଫ୍ଲପ ହେତୁ କାମ ବି ହାତକୁ ଆସୁନି । ଏହାରି ଭିତରେ ବିଗ୍ ସ୍କ୍ରିନ ଖିଲାଡି ଅକ୍ଷୟ କୁମାର ଏବଂ ସିମ୍ବା ରଣଭୀ ସିଂଙ୍କୁ ଏକ ବଡ ଧକ୍କା ଲାଗିଛି । ଏହି ଦୁଇ ତାରକାଙ୍କୁ ଟପ୍ ଏଣ୍ଡୋର୍ସର୍ ଭାବରେ ବିବେଚନା କରାଯାଇଛି ।

୨୦୨୨ ମସିହାରେ ବଲିଉଡର ପ୍ରମୁଖ ତାରକାମାନଙ୍କ ରୋଜଗାର ହ୍ରାସ ପାଇଛି । ଫ୍ଲପ୍ ଫିଲ୍ମର ପାଇଁ ସେମାନଙ୍କ ବ୍ରାଣ୍ଡ ଭେଲ୍ୟୁ ମଧ୍ୟ କମିଛି । ରଣଭୀର ସିଂ ଏବଂ ଅକ୍ଷୟ କୁମାରଙ୍କ ପରି ଟପ୍ ଏଣ୍ଡୋର୍ସଙ୍କ ସମେତ ବଲିଉଡର ସବୁଠାରୁ ଲୋକପ୍ରିୟ ତାରକାଙ୍କ ପାଇଁ ବିଜ୍ଞାପନ ହାର ୧୦ ରୁ ୨୦ ପ୍ରତିଶତ ହ୍ରାସ ପାଇଛି। ରୋଜଗାର ଉପରେ ଏହା ସିଧାସଳଖ ପ୍ରଭାବ ପଡିଛି । ଏହି ଅଭାବକୁ ପୂରଣ କରିବାକୁ ଏହି କଳାକାରମାନେ ବିଭିନ୍ନ ବର୍ଗରେ ଅଧିକ ବିଜ୍ଞାପନ ଦେଉଛନ୍ତି ।

ଚଳିତ ବର୍ଷ ବକ୍ସ ଅଫିସରେ ହିନ୍ଦୀ ଚଳଚ୍ଚିତ୍ର ଗୁଡିକ ନ ଚାଲିବା ହେତୁ ଅଭିନେତା ଏବଂ କଳାକାରଙ୍କ ରୋଜଗାର ପ୍ରଭାବିତ ହୋଇଛି । କେବଳ ରଣଭୀର ସିଂ ଏବଂ ଅକ୍ଷୟ କୁମାର ନୁହଁନ୍ତି, ଆମୀର ଖାନ ମଧ୍ୟ ଏଥିରେ ସାମିଲ ଅଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ବର୍ଷରେ ଅର୍ଥାତ୍ ୨୦୨୧ ରେ ରଣଭୀର ସିଂଙ୍କର ବ୍ରାଣ୍ଡ ମୂଲ୍ୟ ୧୫୮.୩ ମିଲିୟନ ଡ଼ଲାର୍ ଏବଂ ଅକ୍ଷୟ କୁମାରଙ୍କର ବ୍ରାଣ୍ଡ ମୂଲ୍ୟ ୧୩୯.୬ ମିଲିୟନ ଥିଲା। ଯାହା ଗତ ବର୍ଷର ସର୍ବାଧିକ ଏଡ୍ ଫି ଥିଲା । କିନ୍ତୁ କରୋନା ମହାମାରୀ ପରେ ଏଥିରେ ବହୁତ ହ୍ରାସ ଘଟିଛି। ଏହା ଉଭୟ ତାରାଙ୍କ ରୋଜଗାର ଉପରେ ପ୍ରଭାବ ପକାଇଛି । ଆଲକେମିଷ୍ଟ ମାର୍କେଟିଂ ଏବଂ ଟ୍ୟାଲେଣ୍ଟ ସଲ୍ୟୁସନର ଏମଡି ମନୀଷ ପୋରୱାଲ କହିଛନ୍ତି ଯେ ମହାମାରୀ ପରେ ବଲିଉଡର ସମସ୍ତ ତାରକା ଏକ ହିଟ୍ ଫିଲ୍ମ ପାଇବାକୁ ନିରାଶ ହୋଇଛନ୍ତି।

୨୦୧୯ ରେ ରଣଭୀର ସିଂଙ୍କ ଫିଲ୍ମ ଗୁଲି ବଏ ଭଲ ପ୍ରଦର୍ଶନ କରିଥିଲା କିନ୍ତୁ ଏହା ପରେ ତାଙ୍କ ଫିଲ୍ମ ‘83’ ଏବଂ ‘ଜୟଶଭାଇ ଜୋରଦାର’ ଯାହା ଫ୍ଲପ୍ ହୋଇଥିଲା । ଅକ୍ଷୟଙ୍କ କଥା ଯଦି ଦେଖିବା ତେବେ ପ୍ରାୟ ସମୟ ତାଙ୍କର କୌଣସି ଚଳଚ୍ଚିତ୍ର ଦୀର୍ଘ ସମୟ ଧରି ହିଟ୍ ବୋଲି ପ୍ରମାଣିତ ହୋଇନାହିଁ । ଯେଉଁଠାରେ ୨୦୨୦ ରେ, ଲକ୍ଷ୍ମୀ ପରେ, ବେଲ ବଟମ ଠାରୁ ଆରମ୍ଭ କରି ଅତରଙ୍ଗୀ, ବଚ୍ଚନ ପାଣ୍ଡେ, ସମ୍ରାଟ ପୃଥିବରାଜ, ରକ୍ଷା ବନ୍ଦନ, କାଠପୁତଲି ଏବଂ ରାମ ସେତୁ ପର୍ୟ୍ୟନ୍ତ ସେ ଏକାଠି ଆଠଟି ଫ୍ଲପ ଫିଲ୍ମ ଦେଇଛନ୍ତି। ଯାହା ତାଙ୍କ ରୋଜଗାର ଉପରେ ପ୍ରଭାବ ପକାଇଛି ।

Chasicare Biofloc in Odisha
Chasicare Biofloc in Odisha

Leave a Reply

Your email address will not be published. Required fields are marked *