ଚାଇନା ଫ୍ୟାନରେ ତାଲା

FILE PHOTO

ଭୁବନେଶ୍ୱର(ଦ କୁଇଭର): ଚାଇନାରୁ ଆସୁଥିବା ଫ୍ୟାନ ଆଉ ଭାରତରେ ଚାଲିବ ନାହିଁ । ଧିରେ ଧିରେ ବଜାରରୁ ସେଗୁଡ଼ିକ ହଟିଯିବ । ଆଉ ଏହାକୁ ଭାରତ ସରକାର ହଟାଇବେ । ପୂର୍ବରୁ ଚାଇନା ଖେଳନାକୁ ବ୍ୟାନ କରିଛନ୍ତି । ଅନେକ ଆପ୍ ବି ବନ୍ଦ କରି ଦିଆଯାଇଛି । ଏବେ ଫ୍ୟାନ ଉପରେ ମାଡ଼ ମାରିବାକୁ ଯାଉଛି ଭାରତ । ଏମିତି ନିଷ୍ପତ୍ତି କେନ୍ଦ୍ର ସରକାର ନେଉଛନ୍ତି । କେନ୍ଦ୍ରସରକାର ଚାଇନା ଫ୍ୟାନ ବନ୍ଦ କରିବା ଦ୍ୱାରା ଦେଶର ଫ୍ୟାନ ବଜାରରେ ଅଭାବ ଦେଖା ତ ନିଶ୍ଚିତ ହେବ, ମାତ୍ର ଏହା ଆଭ୍ୟନ୍ତରୀଣ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବ ।

ସୂଚନାନୁସାରେ ୨୦୨୨ରେ ଭାରତରେ ସିଲିଂ ପ୍ୟାନର ଆମଦାନୀ ୧.୩୨ ପ୍ରତିଶତକୁ ବୃ୍ଦ୍ଧି ପାଇଁ ଆନୁମାନିକ ୬.୨୨ ମିଲିୟନ ଡଲାରରେ ପହଞ୍ଚିଛି । ସେଥିରୁ ଚାଇନାରୁ ପ୍ରାୟ ୫.୯୯ମିଲିୟନ ଡଲାର ଫ୍ୟାନ ଭାରତକୁ ଆସୁଛି । ସେହିପରି ଇଲେଣ୍ଟ୍ରିକ ସ୍ମାର୍ଟ ମିଟରର ଆମଦାନୀ ୩.୧ ମିଲିୟନ ଡଲାର ଆସୁଛି । ଯଦି ଚାଇନାରୁ ଆସୁଥିବା ଫ୍ୟାନ ୭୦ ପ୍ରତିଶତ ବନ୍ଦ ହୋଇଯିବ ତେବେ ତାହେଲେ ସେହି ପଇସା ଆମ ଦେଶରେ ରହିବ । ଏଥିରୁ ଦେଶକୁ ବହୁ ଲାଭ ହେବ । ପ୍ରଥମ କଥା ହେଲା ଯେତେବେଳେ ଆମଦାନୀ କମି ଯିବ ତେବେ ଟଙ୍କାର ମୂଲ୍ୟ ବଢିଯିବ । ଡଲାର ତୁଳନାରେ ଟଙ୍କା ହ୍ରାସ ପାଇଛି ତାହା ଅଟକି ଯିବ । ଦ୍ୱିତିୟରେ ଘରୋଇ, ଦେଶି କମ୍ପାନୀର ଗୁରୁତ୍ୱ ବଢିଯିବ । ନୂଆ ନୂଆ ଉଦ୍ୟୋଗୋକୁ ପ୍ରତ୍ସାହୋନ ମିଳିବ । ଏହା ଦ୍ୱାରା ଭାରତର ଶ୍ରମିକ ସମସ୍ୟା ବି ଦୂର ହେବ । ଭାରତର ଅର୍ଥନିତି ବି ସୁଦୃଢ ହେବ ।

ତେବେ ଖେଳନା ନିର୍ମାଣରେ ଚୀନର ଏକଚାଟିଆ ଅଧିକାର ରହିଛି । ଚୀନ ନିର୍ମିତ ଶସ୍ତା ତଥା ଆକର୍ଷଣୀୟ ଖେଳନା ବିଶ୍ୱ ବଜାରରେ ଛାଇ ରହିଛି । ଏହାକୁ ପ୍ରତିହତ କରି ଭାରତୀୟ ଖେଳନାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରସରକାର ଅଣ୍ଟାଭିଡିଥିଲେ । ଆଉ ୨୦୨୦ରେ ଗୁଣବର୍ତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି କରାଯିବା ପରେ, ଗତ ତିନିବର୍ଷ ମଧ୍ୟରେ ଖେଳନା ଆମଦାନୀ ୭୦ ପ୍ରତିଶତ ହ୍ରାସ ପାଇ ୨୦୧୯ ରେ ୩୭୧ ମିଲିୟନ ଡଲାରରୁ ୧୧୦ ମିଲିୟନ ଡଲାରରେ ପହଞ୍ଚିଛି । ସେହି ସମୟରେ ମଧ୍ୟରେ ଚାଇନାରୁ ଖେଳନା ଆମଦାନୀ ୮୦ ପ୍ରତିଶତ ହ୍ରାସ ପାଇଁ ୫୯ ମିଲିୟନ ଡଲାରରେ ପହଞ୍ଚିଛି । ଧିରେ ଧିରେ ଚାଇନା ମାଲର ହ୍ରାସ ହେଉଛି ।

ପ୍ରତି କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବି କରିବା ଏବଂ ଚୀନ ଉପରେ ନିର୍ଭରଶୀଳତା ହ୍ରାସ ଲାଗି ଉଦ୍ୟମ ଜାରି ରଖିଛି ଭାରତ । ମହାମାରି ପରଠାରୁ ସରକାର ଅତ୍ୟାବଶ୍ୟକ ଆମଦାନୀକୁ ରୋକିବା ଏବଂ ଘରୋଇ ଶିଳ୍ପକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏଥିଲାଗି ଆତ୍ମନିର୍ଭରଶୀଳ ମଙ୍ଗ ଧରିଛନ୍ତି ନିଜେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି । ଖୁବ ଶୀଘ୍ର ଚୀନରୁ ଆମଦାନୀ ହେଉଥିବା ଫ୍ୟାନ ଏବଂ ସ୍ମାର୍ଟ ମିଟର ଆମଦାନୀ ଉପରେ ରୋକ ଲଗାଇବାକୁ ଅଣ୍ଟାଭିଡିଛନ୍ତି ।

THE Quiver News in Odisha
Chasicare Biofloc in Odisha

Leave a Reply

Your email address will not be published. Required fields are marked *