ବାଜି ମାରିଲା ବିଜେଡି

ପଦ୍ମପୁର (ଦ କୁଇଭର): ବାଜି ମାରିଲା ବିଜେଡି । ଶଙ୍ଖର ଶକ୍ତି ଆଗରେ ନା କାମ କଲା ପଦ୍ମର ପାୱାର ନା ହାତେ ଟେକି ପାରିଲା ହାତ । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ । ପଦ୍ମପୁର ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଜି ଫଳାଫଳ ସମସ୍ତଙ୍କ ସାମ୍ନାକୁ ଆସିଛି । ଯେଉଁଥିରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ବିପୁଳ ସମର୍ଥନ ସହ ବିଜୟ ଟୀକା ପିନ୍ଧିଛନ୍ତି ବର୍ଷା । ବାପାଙ୍କ ସ୍ୱପ୍ନଙ୍କୁ ପୂରା କରିବା ସହିତ ଗାଁ ମାଟିର ଉନ୍ନତି ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ବର୍ଷା ।ବର୍ଷା ବରିହା ପ୍ରଦୀପ ପୁରୋହିତଙ୍କ ଠାରୁ ୪୨,୦୬୫ ଖଣ୍ଡ ଭୋଟରେ ବିଜୟ ହୋଇଛନ୍ତି ।

Chasicare Biofloc in Odisha

Leave a Reply

Your email address will not be published. Required fields are marked *