ପତିଆରା ପାଇଁ ବଳିପଡିଲା ନି ତ ବିଜେପି ?

ମୁମ୍ବାଇ (ଦ କୁଇଭର): ଦୋଷ ଲଦାଲଦି ରାଜନୀତିର ଯୁଗ ଆଉ ନାହିଁ । ଏବେ କେବଳ ନିଜର ଦକ୍ଷତା ଓ ପାରିବାପଣିଆ ଦେଖାଇପାରିଲେ ହିଁ ଲୋକେ ଭରଷା କରିବେ । ଏକଥା ପ୍ରମାଣ କରିଛି ପଦ୍ମପୁର ଉପନିର୍ବାଚନ ଫଳାଫଳ । ବିଜେପିକୁ ବଡ଼ ଶିକ୍ଷା ମିଳଛି । ବିଜେପି ଶିଖିଛି କି ନାହିଁ, କେତେ ଶିଖିଛି, ତାହା ଭିନ୍ନ କଥା । କିନ୍ତୁ ଆମେ କହୁଛୁ ଏଠି ପଦ୍ମପୁର ବାଜି ବିଜେପି ହାରିବାର ଏକ ପ୍ରମୁଖ କାରଣ ।


ପଦ୍ମପୁର ଉପନିର୍ବାଚନ ସ୍ଥିତି କୁ ଯଦି ଟିକେ ନିରିଖେଇ ଦେଖାଯାଏ, ତେବେ ଉପନିର୍ବାଚନ ପୂର୍ବରୁ ବେଶ୍ ସରଗରମ ଥିଲା ମାହୋଲ । ବିଜେପିର ପ୍ରାର୍ଥୀ ବେଶ୍ ଅନୁଭବୀ ବି ଥିଲେ । ହାୱା ବି ଥିଲା । କେନ୍ଦ୍ରରୁ ରାଜ୍ୟ ନେତାମାନେ ସବୁ ପଦ୍ମପୁରରେ ପହଞ୍ଚିଯାଇଥିଲେ । ସବୁ କିଛି କଠିକ୍ ଠାକ୍ ଥିଲା । ହେଲେ ହଠାତ୍ ଫଳ ବୁଲିଗଲା କାହିଁକି? ବୁଲିଗଲା ନା ବୁଲେଇ ଦିଆଗଲା? ତାହା ତ ଆଉ ଏକ ପ୍ରଶ୍ନ ଆସିବ । କାରଣ ଧାମନଗରରେ କେବଳ ଧର୍ମେନ୍ଦ୍ର ହିଁ ନେତୃତ୍ୱ ନେଉଥିଲେ ଆଉ ଜିତାଇଥିଲେ । ଏଠି ଅନେକ ନେତା ପଶିଲେ । ବିଶେଷ କରି ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡାଙ୍କ ଭଳି ନେତା ପ୍ରଚାର କଲେ । ସମସ୍ତେ ପଶିବା ଦ୍ୱାରା ପତିଆରାର ଲଢେଇ ପାଇଁ ବଳି ପଡ଼ିଗଳେନି ତ ପ୍ରଦୀପ? ଏ ପ୍ରଶ୍ନ ବି ବିଜେପି ଭିତରେ ଅଛି । ତାକୁ ଆମେ ଆଲୋଚନାକୁ ନେଉନାହୁଁ ।

ଆମେ କହୁଛୁ, ପଦ୍ମପୁରରେ ବିଜେପି ହାରିବାର ଏକ ବଡ଼ କାରଣ ହେଉଛି ଆକ୍ଷେପ ରାଜନୀତି । ବିଜେପିର ସବୁ ନେଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆକ୍ଷେପ କରିଚାଲିଲେ । ବେଶ୍ କଠୋର ସମାଲୋଚନା କଲେ । ଏପରିକି ବ୍ୟକ୍ତିଗତ ସ୍ତରରେ ମଧ୍ୟ ଟାର୍ଗେଟ କଲେ । ଆଉ ନବୀନଙ୍କୁ ଖୋଲାଖୋଲି ସମାଲୋଚନା କଲେ । ବିଜେପିର ନେତାମାନେ ବୁଝିଯିବା ଦରକାର ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ନବୀନ ହେଉଛନ୍ତି ବ୍ରାଣ୍ଡ । ନବୀନଙ୍କ ଉପରେ ଲୋକଙ୍କର ବେଶ୍ ଆସ୍ଥା ରହିଛି । ସେ ଆସ୍ଥାକୁ ଭାଙ୍ଗିବା ପାଇଁ ନୂଆ ଗୋଟିଏ ଆସ୍ଥା ତିଆରି କରିବା ଦରକାର । ବିଜେପି ଆଜି ପର୍ଯ୍ୟନ୍ତ ଲୋକଙ୍କର ଆସ୍ଥାବାନ ହୋଇପାରିନି । ଲୋକଙ୍କୁ ବିକାଶର ଏକ ଚିତ୍ର ଦେଖାଇପାରୁନି । କେନ୍ଦ୍ର ସରକାର କ’ଣ କରୁଛନ୍ତି, ତାହା ବି ଲୋକଙ୍କ ପାଖରେ ସଠିକରେ ପହଞ୍ଚାଇ ପାରୁନି । ସିଧାସଳଖ ବିଜେପି ନେତାମାନେ ନବୀନଙ୍କୁ ଟାର୍ଗେଟ କଲେ । ନବୀନଙ୍କୁ ଦୋଷ ଦେଲେ । ଆଉ ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ଷେପ କଲେ ।

ଅନ୍ୟପକ୍ଷରେ ନବୀନ ଦେଖାଇଲେ ତାଙ୍କ ମହାନତା । ସେ କେବଳ ତାଙ୍କ ସରକାର କ’ଣ କରିଛି ଓ କ’ଣ କରିବ, ତାକୁ ହିଁ ଦେଖାଇଲେ । ଲୋକମାନେ ତାକୁ ଭରଷା କଲେ । ବିଜେପିର ଦୋଷ ଲଦିବାଟାକୁ ଗ୍ରହଣ କଲେ ନାହିଁ । ଏତେ ମାତ୍ରାରେ ବିଜେଡିକୁ ଭୋଟ୍ ଦେଲେ ଯେ, ବିଜେଡିର ଆକଳନ ଥିଲା ୩୫ ହଜାରରୁ ଅଧିକ ଭୋଟରେ ଯିତିବ, ହେଲେ ଭୋଟ୍ ୪୨ ହଜାର ପର୍ଯ୍ୟନ୍ତ ପଳାଇଲା । ହଁ ଏତିକି କୁହାଯାଇପାରିବ ଯେ, କଂଗ୍ରେସର ଭୋଟକୁ ପୂର୍ବତନ କଂଗ୍ରେସ ନେତା ଓ ବର୍ତ୍ତମାନ ମନ୍ତ୍ରୀ ନବ ଦାସଙ୍କ ଦ୍ୱାରା କାଳେ ମ୍ୟାନେଜ୍ କରାଯାଇଛି ।

କାରଣ ପଦ୍ମପୁରରେ ୨୦୨୯ ନିର୍ବାଚନରେ କଂଗ୍ରେସ ୧୬ ପ୍ରତିଶତ ୨୫ ଭୋଟ୍ ପାଇଥିଲା କିନ୍ତୁ ଏଥର ଉପନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ ୧.୭୩ ପ୍ରତିଶତକୁ ଖସି ଆସିଲା । ସିଧାସଳଖ କାଳେ ନବଙ୍କ ହସ୍ତକ୍ଷେପ ଦ୍ୱାରା ୧୫ ପ୍ରତିଷତରୁ ଅଧିକ ଭୋଟ୍ କଂଗ୍ରେସରୁ ସେ ନେଇ ଆସିଥିଲେ । ଏତେ ଗୁଡ଼ିଏ ଭୋଟ୍ କଂଗ୍ରେସରୁ ନେଇଯିବା ଓ ନବୀନଙ୍କ ସକରାତ୍ମକ ପ୍ରଚାର ବିଜେପିକୁ ସେଠି ଧୂଳି ଚଟାଇଦେଲା । ବିଜେପି କଏଠୁ ଶିଖିବା ଦରକାର ଓଡ଼ିଶା ବାସୀଙ୍କୁ ଦୋଷ ପସନ୍ଦ ନୁହେଁ, ନିଜର ବିକାଶର ମଡେଲ ଦେଖାଅ । ତାହେଲେ ଯାଇ ଭୋଟ୍ ପାଇବ । ଦେଖାଯାଉ ପଦ୍ମପୁରରୁ ଶିକ୍ଷା ଲାଭ କରି ଆଗାମୀ ନିର୍ବାଚନରେ ବିଜେପିର ରଣନୀତି କ’ଣ ରହିବ ।

Leave a Reply

Your email address will not be published. Required fields are marked *