ମାଗଣାଖିଆଙ୍କୁ ଦାନ, ସର୍ବହରାଙ୍କୁ ଶୋଷଣ

FILE PHOTO

କେନ୍ଦୁଝର (ଦ କୁଇଭର): ଏ ହେଉଛି ଆମ ଓଡିଶା ଆଉ ଓଡିଶାର ସ୍ଥିତି, ଯେଉଁ ରାଜ୍ୟର ସବୁ କାଳେ ନମ୍ବର ୱାନ । ରାଜ୍ୟର ବିକାଶ କାଳେ ଦୃତ ଗତିରେ ଚାଲିଛି । ହେଲେ ଏଠି ପେଟରେ ଛୁଆକୁ ଧରି ପ୍ରସବ ପାଇଁ ମା’କୁ କିଲୋ, କିଲୋମିଟର ଚାଲିବାକୁ ପଡୁଛି । ଯନ୍ତ୍ରଣାରେ ଫାଟି ପଡୁଛି ମା’ । ପେଟ ଭିତରେ ଶିଶୁ ଆଉଟୁ ପାଉଟୁ ହେଉଛି । କଷ୍ଟ ସମ୍ଭାଳିପାରୁନି ମା’ । ତଥାପି ମନୋବଳ ଦୃଢ କରି ଚାଲିଛିି ମୁଁ ଆମ୍ବୁଲାନ୍ସ ପାଖରେ ପହଁଚିଯିବି । ଆଉ ହସ୍ପିଟାଲରେ ମୋ ପିଲାଙ୍କୁ ଜନ୍ମ କରିବି । ଏ ହେଉଛି ଆମ ଓଡିଶାର ସ୍ଥିତି । ୨୩ ବର୍ଷ ଧରି ବିକାଶ ତ ଚାଲିଛି ଆଉ ବିକାଶର ତାଲିକା ଏତେ ଲମ୍ବା ଯେ କହିବା ବି ସମ୍ଭବ ନୁହେଁ ।

ହେଲେ ବିକାଶର ଚିତ୍ର ଏହି ଦୃଶ୍ୟ ହିଁ ବଖାଣି ଦେଉଛି । ଏମାନଙ୍କ ସ୍ଥିତି କୁ ଉପହାସ କରୁଛି ଖଣିର ସହ ସହ କୋଟି ଟଙ୍କାର ଲାଭାଂଶ । କୌଣସି ବେପାରିଙ୍କ ଖଣି ହୋଇଥିଲେ ଆମେ ହୁଏତ ଏଠି ତାଙ୍କର ଦାୟିତ୍ୱହୀନତା ବା ଶୋଷଣ ମନଭାବ ଦେଖାଇଥାନ୍ତୁ । ହେଲେ ଏ ହେଉଛି ସରକାରୀ ଖଣି ବା ଓଏମସି ଅର୍ଥାତ (ଓଡିଶା ମାଇନିଙ୍ଗ କର୍ପୋରେସନ) ର ଖଣିଜ ଅଞ୍ଚଳ । ଯେଉଁଠି ପ୍ରତ୍ୟେକ ଆୟ ବା ସମ୍ପତ୍ତିରେ ଅଂଶିଦାର ହେଉଛନ୍ତି ସେଠିକାର ଲୋକ । ସେଇଠୁ ଓମ୍ସି ସହ ସହ କୋଟି ଟଙ୍କାର ଖଣି ଉତ୍ତଳନ କରି ବେପାର କରୁଛି । ଖାଲି ସେତିକି ନୁହେଁ ସହରୀମାନଙ୍କୁ ଆହାର କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଟଙ୍କା ବାଣ୍ଟି ବଦାନ୍ୟତା ଦେଖାଉଛି ଯେ ମାଗଣାଖିଆଙ୍କୁ ଦାନ କରୁଛି । ହେଲେ ଯେଉଁ ଅଞ୍ଚଳରୁ ଖଣିଜ ପଦାର୍ଥ ରାମ୍ପି ନେଉଛି ଓଏମସି । ସେ ଅଞ୍ଚଳରେ ବିକାଶ ପାଇଁ ଥରଟିଏ ବି ଧ୍ୟାନ ଦେଉନି ।

ସରକାର ବିକାଶ ତ କରୁଛନ୍ତି । ବିକାଶର ତାଲିକା ବି ଦେଖାଉଛନ୍ତି । ଏଠି ଓଏମସି ଲକ୍ଷ ଲକ୍ଷ କୋଟି ଟଙ୍କା ଆୟ କରୁଛି କିନ୍ତୁ କ’ଣ ବିନିଯୋଗ କରୁଛି କ’ଣ ବା ବିକାଶ କରିଛି ଦେଖନ୍ତୁ ଏ ହେଉଛି ଓଏମ୍ ସି ଅଞ୍ଚଳର ବିକାଶର ଚିତ୍ର….. ଏହାକୁ ସରକାର କହିବେ ଯେ ଆମେ ବିକାଶ କରୁଛୁ, ବିକାଶ ଚାଲିଛି, ବିକାଶ ହେଉଛି, ବିକାଶ ହେବ । ଆମେ ସରକାରଙ୍କ କଥାକୁ ଯାଉନୁ । ଆମେ ଓଏମସି କଥା କହୁଛୁ । ଯାହାର ଗୋଟିଏ ସିଏସଆର ଆକ୍ଟିଭିଟି ବି ଚାଲିଛି । ସେଥିରେ ଅନ୍ତତଃ ଚଳପ୍ରଚଳ ପାଇଁ ରାସ୍ତା ଖଣ୍ଡିଏ କରିପାରିଥାନ୍ତା । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁମୁଣ୍ଡି ପଞ୍ଚାୟତ ଉପର ଉରୁମୁଣ୍ଡା ଗାଁ ର ଲୋକମାନେ ଜୀବିକା ପାଇଁ ବାହାରକୁ ବି ଯାଇପାରନ୍ତେ । ବାହାର ଦୁନିଆ ଦେଖିପାରନ୍ତେ । ପ୍ରସୂତି କି ରୋଗୀ ଏଭଳି ଦୁର୍ଦଶା ଭୋଗିନଥାନ୍ତେ କିନ୍ତୁ ସେଟାବି କରିପାରୁନି ଓଏମସ । ଯେଉଁ ଦୂରାବସ୍ଥା ହେଉଛି, ଏହା ଓଏମସର ଅବଦାନ କହିଲେ ଭୁଲ ହେବ ନାହିଁ ।

Leave a Reply

Your email address will not be published. Required fields are marked *