ରାଉରକେଲାରୁ ନବୀନ ନିବାସ ଯାଏଁ ପଦଯାତ୍ରା

FILE PHOTO

ଭୁବନେଶ୍ୱର(ଦ କୁଇଭର): ରାଉରକେଲାରୁ ନବୀନ ନିବାସ ଯାଏଁ ପଦଯାତ୍ରା । ଆଉ କାନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ବୋଝ । ସମସ୍ୟାର ନୂଆ ମଡେଲ ଧରି ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ । ମନରେ ବହୁ ଆଶା । ମୁଖ୍ୟମନ୍ତ୍ରୀ ମୋ ମଡେଲ ଦେଖିବେ ଓ କାର୍ଯ୍ୟକାରୀ ପାଇଁ ପ୍ରତିଶ୍ରୁତି ଦେବେ । ଏଭଳି ଏକ ଅଭିନବ ଉପାୟରେ ରାଉରକେଲାରୁ ପଦଯାତ୍ରା କରି ରାଜଧାନୀ ଆସୁଛନ୍ତି ମୁକ୍ତିକାନ୍ତ । ରାଉକେଲବାସୀଙ୍କ ଅସଂଖ୍ୟ ସମସ୍ୟାକୁ ବୋଝ କରି ନୂଆ ମଡେଲକୁ କାନ୍ଧରେ ବୋହି ବୋହି ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା ଚଳାଇଛନ୍ତି । ୩୩୦ କିଲୋମିଟର ରାସ୍ତାକୁ ଅତିକ୍ରମ କରି ସେ ରାଜଧାନୀକୁ ଆସୁଛନ୍ତି ।

ନା ଖରା, ନା ଶୀତ, କାକର କାହାକୁ ଖାତିର ନ କରି ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ବୋଝକୁ ମୁଣ୍ଡାଇ ଅବିସ୍ରାନ୍ତ ଭାବେ କରୁଛନ୍ତି ପଦଯାତ୍ରା । ନା ତାଙ୍କ ପାଦ କେବେ ଥକିଛି ନା ଥକିବ । ମନୋବଳ ଦୃଢ କରି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟାକୁ ଦୂର କରିବା ପାଇଁ ଆଗେଇ ଚାଲିଛନ୍ତି ଏହି ଓଡ଼ିଆ ପୁଅ । ଆଉ ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ମୋ ପାଦ ଥକିବନି ବୋଲି ମଧ୍ୟ କହୁଛନ୍ତି । ଦୁଇ କାନ୍ଧରେ ସମସ୍ୟାର ମଡ଼େଲକୁ କାନେ୍ଧଇ ଆଗେଇ ଚାଲିଛନ୍ତି ରାଉଲକେଲାର ଏହି ଯୁବକ ।

୨୦୧୩ ମସିହାରେ ରାଉଲକେଲାରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ହୁଏତ ଭୂଲି ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଭୂଲି ଯାଇଥିବା ଏହି ସବୁ ପ୍ରତିଶ୍ରୁତିକୁ ମନେ ପକାଇ ଦେବା ପାଇଁ ଏଭଳି ନିଆରା ପଦଯାତ୍ରା କରୁଛନ୍ତି ମୁକ୍ତିକାନ୍ତ । କେବଳ ଏଠି ନୁହେଁ, ସେ ପୂର୍ବରୁ ଦିଲ୍ଲୀ ପଦଯାତ୍ରା କରି ଯାଇ ରାଉକେଲାର ସମସ୍ୟା ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ପାଇଁ ଚେଷ୍ଟା କରିଥିଲେ । ଏବେ ସେ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ବୋଝକୁ କାନ୍ଧରେ ବୋହି ରାଉରକେଲାରୁ ବାହାରିଥିବା ମୁକ୍ତିକାନ୍ତ କଟକରେ ପହଞ୍ଚିଥିବା ବେଳେ ନବୀନ ନିବାସରେ ଖୁବଶୀଘ୍ର ପହଞ୍ଚିବେ । ତେବେ ଦେଖାଯାଉ ମୁକ୍ତିକାନ୍ତ ନବୀନ ନିବାସ ପାଖରେ ପହଞ୍ଚିପାରୁଛନ୍ତି କି ନାହିଁ ଆଉ ତାଙ୍କ ବିକାଶର ମଡେଲକୁ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ରଖିପାରୁଛନ୍ତି କି ନାହିଁ ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *