ଅର୍ଚ୍ଚନା ନାଗ ମାମଲାରେ ବିଜେଡି-ବିଜେପି ମଧ୍ୟରେ ହୋଇଛି କି ଡିଲ୍ ?

FILE PHOTO

(ଦ କୁଇଭର): ଅର୍ଚ୍ଚନା ନାଗ ମାମଲାରେ ବିଜେଡି-ବିଜେପି ମଧ୍ୟରେ ହୋଇଛି କି ଡିଲ୍? କେଳେଙ୍କାରୀକୁ ଚପାଇ ଦେବାକୁ ଭିତରେ ହୋଇଛି କି ସିକ୍ରେଟ୍ ପ୍ଲାନ୍? ଅର୍ଚ୍ଚନାଙ୍କ ମାୟାଜାଲରୁ ବଞ୍ଚିବା ପାଇଁ ଏମିତି କିଛି ଯୋଜନା ହୋଇଛି କି? ଅର୍ଚ୍ଚନାଙ୍କ ଘାଟରେ ଉଭୟ ବିଜେଡି ଓ ବିଜେପିର ନେତା ପାଣି ପିଇଛନ୍ତି । ଲକଡାଉନ ରେ ଯେତେବେବେଳେ ସବୁ କିଛି ଠପ୍ ଥିଲା, ସେତେବେଳେ ଅର୍ଚ୍ଚନାଙ୍କ ରାଜଉଆସରେ ନେତା, ମନ୍ତ୍ରୀଙ୍କ ଭିଡ ଜମୁଥିଲା । ସମସ୍ତଙ୍କୁ ବାନ୍ଧି ରଖିଥିଲେ ଅର୍ଚ୍ଚନା । ଅନେକ କିଛି ଆପତ୍ତିଜନକ ରେକର୍ଡ କାଳେ ଅର୍ଚ୍ଚନାଙ୍କ ପାଖରେ ଅଛି । ଯାହାକୁ ନେଇ ଅର୍ଚ୍ଚନା ବି ଦେଇସାରିଛନ୍ତି ସୂଚନା ।

ସେ କାଳେ ମୁହଁ ଖୋଲିଲେ ବଦଳିଯିବ ଓଡ଼ିଶା । ଉଭୟ ବିଜେପି ଓ ବିଜେଡିର ନେତାମାନେ ସେଠି ହାଜର ହୋଇଥିବାରୁ ଉଭୟ ନେତା ଏବେ ଚିନ୍ତାରେ । କମିଶନରେଟ୍ ପୋଲିସ ତ ଏଥିରେ ତଦନ୍ତ କରିଛି । ସେ କାଳେ ବିଜେଡି ନେତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ଏକଥା ଦେଖି କେନ୍ଦ୍ରୀୟ ସଂସ୍ଥା ଇଡି ବି ପଶିଆସିଛି । ମନି ଲଣ୍ଡରିଂ ନାଁରେ ଏବେ ତଦନ୍ତ ଚଳାଇଛି । ସେ କାଳେ ବିଜେପି ନେତାଙ୍କୁ ବଞ୍ଚାଇବାକୁ ରାସ୍ତା ଖୋଜୁଛି ।

ପଦ୍ମପୁର ଉପନିର୍ବାଚନ ସମୟରେ ରେଡ୍ ରାଜନୀତି ମଧ୍ୟ ସରଗରମ ହୋଇଥିଲା । ସେତେବେଳେ ଅଭିଯୋଗ ହୋଇଥିଲା ବିଜେପି କେନ୍ଦ୍ରୀୟ ସଂସ୍ଥାକୁ ବିନିଯୋଗ କରୁଛି ଇନକମ୍ ଟ୍ୟାକ୍ସ ରେଡ ପାଇଁ ଓ ବିଜେଡି ରାଜ୍ୟର ଜିଏସିଟିକୁ ବିନିଯୋଗ କରୁଛି । ଯଦି ଏହି ଅଭିଯୋଗରେ ଯଦି ସତ୍ୟତା ଥାଏ, ତାହେଲେ ଏଠି ବି ଉଭୟ ଫସିବା ନିଶ୍ଚିତ । ଆଉ ଉଭୟ ଉଭୟଙ୍କ ସଂସ୍ଥାକୁ ଲଗାଇ ନିଜ ନିଜର ନେତାମାନଙ୍କୁ ବାହାର କରିବାକୁ ଲାଗିଛନ୍ତି ।

ହେଲେ ଅର୍ଚ୍ଚନାଙ୍କ ପାଟି ଖୋଲିଲେ ଆଉ ମିଡିଆ ବି ଚୁପ୍ ରହିବନି । ପୂର୍ବଭଳି ମିଡିଆକୁ ଯଦି ନେତାମାନେ କିଣି ନିଅନ୍ତି, ସୋସିଆଲ ମିଡିଆ ଚୁପ୍ ରହିବନି । ଅର୍ଚ୍ଚନାଙ୍କ ସହ ରଖିଥିବା ଉଭୟ ଦଳର ନେତାମାନଙ୍କର ଅସଲ ଚେହେରା ପଦାକୁ ଆସିଯିବ । ନିର୍ବାଚନରେ ବରବାଦ ହୋଇଯିବାର ସମ୍ଭାବନି ବି ଅଛି । ସେଥିପାଇଁ ଉଭୟ କାଳେ ଉଭୟଙ୍କ ସହିତ ଭିତରେ ଚୁକ୍ତି କରିଛନ୍ତି । ତଦନ୍ତ ତ ହେବ, ପୋଲିସ ବି ତଦନ୍ତ କରିବ , ଇଡି ବି ତଦନ୍ତ କରିବ । କାଳେ ଏହି ତଦନ୍ତ କାଳରେ କୌଣସି ରାଜନୈତିକ ନେତାଙ୍କୁ ସମନ କରାଯିବ ନାହିଁ । ଏମିତି କାଳେ ଗୋଟିଏ ଭିତିରି ଚୁକ୍ତି ହୋଇଛି ।

ଏକଥାକୁ ବି ଯଦି ଦେଖିବା, ଏହା ଗୋଟିଏ ଅମୂଳକ ବୋଲି କହିହେବ ନାହିଁ । କାରଣ ଇଡି ଏତେ ତଥ୍ୟ ପାଇଲାଣି । ଆଜି ପର୍ଯ୍ୟନ୍ତ ଜଣେ ବି ରାଜନେତାଙ୍କୁ ସେ ଡାକିନାହିଁ । ପୋଲିସ ବି ଡାକିନାହିଁ । ଏ ଡିଲରେ ଅଛି, କେବଳ ତଳ ତଳିଆ ଅଫିସର, ଆଉ ବେପାରୀଙ୍କୁ ତଦନ୍ତ ପାଇଁ ଡକାଯିବ । ନେତାମାନଙ୍କୁ ନିର୍ବାଚନ ପର୍ଯ୍ୟନ୍ତ ଛାଡ଼ିଦିଆଯିବ । ହଁ ଯେଉଁ ନେତା ଦଳ ବିରୁଦ୍ଧରେ ଯିବେ, ସେମାନଙ୍କୁ ସାଙ୍ଗେ ସାଙ୍ଗେ ଟାଣି ନିଆଯିବ । ସେ ନିର୍ବାଚନ ଭିତରେ ବି ହେଉ ବା ନିର୍ବାଚନ ପୂର୍ବରୁ ହେଉ । ଏମିତି କିଛି ଗୁପ୍ତ ଡିଲ୍ କାଳେ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଲାଣି । ଯଦି ଏମିତି ଚର୍ଚ୍ଚା ହୋଇଥିବ, ସେଟା କେବଳ ରାଜ୍ୟପାଇଁ ମାରାତ୍ମକ ନୁହେଁ ସମଗ୍ର ବ୍ୟବସ୍ଥା ପାଇଁ ସାଙ୍ଘାତିକ ହେବ । କାରଣ ଅଭିଯୁକ୍ତମାନଙ୍କୁ ଭିତିରି ସୁରକ୍ଷା ଦିଆଯିବ । ଯାହାଦ୍ୱାରା ସତ ଲୁଚିଯିବ ଓ କାଳ୍ପନିକ କଥା ଟାକୁ ସତ ବୋଲି ବାହାରକୁ ଛଡ଼ାଯିବ ।

Leave a Reply

Your email address will not be published. Required fields are marked *