ଯୋଗୀଙ୍କୁ ବଡ଼ ଝଟକା: ହାତ ଛାଡ଼ିଲେ ଆଉ ଜଣେ ମନ୍ତ୍ରୀ

(ଦ କୁଇଭର): ବିଧାନସଭା ନିର୍ବାଚନ ଯେତେ ପାଖେଇଆସୁଛି, ଯୋଗୀଙ୍କ ପାଇଁ ଅଡ଼ୁଆ ସେତେ ବଢୁଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଲାଗିଛି । ପୁଣି ଯୋଗୀଙ୍କ ହାତ ଛାଡ଼ିଲେ ଆଉ ଜେଣ ମନ୍ତ୍ରୀ । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ଆଉ ଜଣେ ମନ୍ତ୍ରୀ ଯୋଗୀଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ଉତ୍ତରପ୍ରଦେଶ ରାଜନୀତି ବେଶ୍ ସରଗରମ ହୋଇଛି । ଯୋଗୀ କ୍ୟାବିନେଟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ଚୌହାନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ନିକଟରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯୋଗୀଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ସେ ସମାଜବାଦୀ ପାର୍ଟିକୁ ଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଏକ ଟ୍ୱିଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାହିଁକି ନାଁ ସେ ତାଙ୍କ ଟ୍ୱିଟରେ ଲେଖିଥିଲେ କି ସ୍ୱାମୀପ୍ରସାଦଙ୍କୁ ସମାଜବାଦୀ ପାର୍ଟିକୁ ସ୍ୱାଗତ ।

ୟୁପି ନିର୍ବାଚନ ପୂର୍ବରୁ ଦାରା ସିଂଙ୍କ ଇସ୍ତଫା ପରେ ଆରମ୍ଭ ହୋଇଯାଇଛି ରାଜନୀତି । ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି, ପରିବାର କୌଣସି ସଦସ୍ୟ ଯଦି ବିପଥଗାମୀ ହୁଅନ୍ତି ତେବେ ଦୁଃଖ ଲାଗେ । ଦଳରୁ ବିଦାୟ ନେଉଥିବା ଲୋକଙ୍କୁ ମୁଁ ଏତିକି କହିବି ଯେ, ବୁଡ଼ିଯାଉଥିବା ଡଙ୍ଗାରେ ପାଦ ଦେଲେ ନିଜର ହିଁ କ୍ଷତି ହେବ । ଏହାସହ ସେ କହିଛନ୍ତି ବଡ଼ ଭାଇ ଦାରା ସିଂ ନିଜ ନିଷ୍ପତ୍ତିକୁ ପୁର୍ନଃବିଚାର କରନ୍ତୁ ।

ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ସାମାଜିକ ନ୍ୟାୟ ସଂଗ୍ରାମର ନିରନ୍ତର ସଂଗ୍ରାମୀ ଦାରା ସିଂ ଚୌହାନଙ୍କୁ ସପାରେ ସ୍ୱାଗତ ଓ ଅଭିନନ୍ଦନ । ସପା ଓ ଏହାର ସହଯୋଗୀ ଦଳମାନେ ଏକତ୍ରିତ ହୋଇ ସମାନତା ପାଇଁ ଆନ୍ଦୋଳନକୁ ଆଗେଇ ନେବେ ଓ ଭେଦଭାବ ଦୂର କରିବେ । ଅନ୍ୟପଟେ ଦାରା ସିଂ କହିଛନ୍ତି ବର୍ତ୍ତମାନ ମୁଁ କେଉଁ ଦଳକୁ ଯିବି ତାହା ସ୍ଥିର କରିନାହିଁ ।

Leave a Reply

Your email address will not be published. Required fields are marked *