ମହିଳା ହକି ଦଳକୁ ଲିଲିମା ମିଞ୍ଜଙ୍କ ବାଏ ବାଏ

(ଦ କୁଇଭର): ଜାତୀୟ ମହିଳା ହକି ଦଳକୁୁ ବାଏ ବାଏ କହିଲେ ଓଡ଼ିଆ ଖେଳାଳି ଲିଲିମା ମିଞ୍ଜ । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ଗତ ଦଶନ୍ଧି ତାଙ୍କ ପାଇଁ ସ୍ୱତନ୍ତ୍ର । ଏହି ସମୟ ମଧ୍ୟରେ ସେ ଭାରତୀୟ ମହିଳା ହକି ଦଳରେ ସାମିଲ ହୋଇ ଦେଶ ପାଇଁ କିଛି କରିବାର ସୂଯୋଗ ମିଳିଥିଲା ।

ଯେଉଁ ସମୟରେ ମହିଳା ହକି ଦଳ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା, ସେହି ସମୟରେ ଦଳରେ ସାମିଲ ହୋଇଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି ବୋଲି ସେ ଲେଖିଛନ୍ତି । ବର୍ତ୍ତମାନ ଭାରତୀୟ ମହିଳା ହକି ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଅଭିଯାନ ଆରମ୍ଭ କରିଛି । ଏଥିରେ ନୂଆ ନୂଆ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ମିଳିବା ଦରକାର । ଅନ୍ୟପଟେ ସେ କହିଛନ୍ତି, ଓଡ଼ିଶାରେ ହକିର ଉନ୍ନତି ପାଇଁ ଆଗାମୀ ଦିନରେ କାମ କରିବି ।

Leave a Reply

Your email address will not be published. Required fields are marked *