ଡେଲଟା-ଓମିକ୍ରନ ଦ୍ୱାରା ସଂକ୍ରମିତ ସମ୍ଭାବନା ବହୁତ କମ୍‌

(ଦ କୁଇଭର): ଡେଲଟାକ୍ରନ ବୋଲି କିଛି ନାହିଁ । କରୋନାର ଏହି ନୂଆ ପ୍ରଜାତିକୁ ନେଇ ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗୁରବାର ଡେଲଟାକ୍ରନ ସଂକ୍ରମଣ ଉପରେ ଏକ ବିବୃତି ଦେଇ କହିଛି ଯେ, ସାଇପ୍ରେସରେ କରୋନା ଏକ ଭିନ୍ନ ପ୍ରଜାତି ଦେଖିବାକୁ ମିଳିଥିଲା । ଯେଉଁଥିରେ ଉଭୟ ଡେଲଟା ଓ ଓମିକ୍ରନ ଭାରିଆଣ୍ଟ ଦେଖିବାକୁ ମିଳିଥିଲା । ଏହାର ନାମକୁ ଡେଲଟାକ୍ରନ ରଖାଗଲା । ବ୍ଲୁମବର୍ଗ ନିଜର ରିପୋର୍ଟରେ କହିଛି ଯେ, ସାଇପ୍ରେସରେ ବର୍ତ୍ତମାନ ସୁଦ୍ଧା ୨୫ଟି ଏପରି କେଶ ମିଳିଛି ଯାହା ଡେଲ୍ଟାକ୍ରନ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ସବୁ ଦ୍ୱନ୍ଦ ଦୂର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ହୁ ର କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଡେଲଟାକ୍ରନ ବୋଲି କିଛି ଜିନିଷ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କରୋନା ବ୍ୟାପକ ବୈଷୟିକ ମୁଖ୍ୟ ଡାକ୍ତର ମାରିଆ ବାନ କେରଖୋବେ କହିଛନ୍ତି କି ଡେଲଟାକ୍ରନ ଦ୍ୱାରା ଜିନମ ସ୍ୱିକୁଏନ୍ସିଂ ପ୍ରଦୂଷିତ ହେବାର ସମ୍ଭାବନା ଅଧିକ ରହିଛି । ତଥାପି ସେ ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟକ୍ତି କରୋନାର ଭିନ୍ନ ଭିନ୍ନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇପାରିବ । ଏଡାପୂର୍ବରୁ ମଧ୍ୟ ଅନେକ ଉଦାହାରଣ ଦେଖିବାକୁ ମିଳିଛି ଯେ, ଅନେକ ଲୋକ ଇନଫ୍ଲୁଏନଜା ବା କରୋନାରେ ସଂକ୍ରମିତ ହୋଇସାରିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କହିଛନ୍ତି ଯେ, କରୋନା ଭାଇରସ ଓ ଇନଫ୍ଲୁଏନଜା ବ୍ୟାପିବା ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଯଥାଶୀଘ୍ର ଯାଇ ଟିକା ନେଇ ଯାଆନ୍ତୁ । ଡେଲଟା ଓ ଓମିକ୍ରନ ଉଭୟ ଭାରିଆଣ୍ଟ ଦ୍ୱାରା ସଂକ୍ରମଣ ହେବା ସମ୍ଭାବନା ବହୁତ କମ୍ । ତେଣୁ ହୁଏତ ପରୀକ୍ଷାରେ କିଛି ଗଡ଼ବଡ଼ ଥାଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Leave a Reply

Your email address will not be published. Required fields are marked *