କଟକ ମହାନଦୀରେ କୁମ୍ଭୀର ଅତଙ୍କ

(ଦ କୁଇଭର): କଟକ ମହାନଦୀରେ କୁମ୍ଭୀର ଆତଙ୍କ। ମହାନଦୀରେ ଆଜି ଏକ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଥିଲା। ତେବେ ମଧୁସୁଦନ ବ୍ରିଜ ଉପରେ ଯାଉଥିବା ଲୋକମାନେ କିଛି ସମୟ ପାଇଁ ଅଟକି ରହି କୁମ୍ଭୀରଟିକୁ ଦେଖୁଥିଲେ। ଫଳରେ ବ୍ରିଜ ଉପରେ ଲୋକଙ୍କ ଭିଡ଼ ବଢିବାରେ ଲାଗିଥିଲା। ତେବେ ସେପଟେ ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛି ବନବିଭାଗ। ଘଡିଆଳ କୁମ୍ଭୀରମାନଙ୍କର ବଂଶ ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ସେମାନଙ୍କ ବଂଶ ବିସ୍ତାର କରିବା ଉଦ୍ଦେଶ୍ୟରେ ମହାନଦୀରେ ମୋଟ ୧୭ଟି ଘଡିଆଳ କୁମ୍ଭୀର ଛଡ଼ାଯାଇଛି ବୋଲି ସ୍ପଷ୍ଟ କରିଛି ବନ ବିଭାଗ।

ସେଥିରୁ ୪ଟି କୁମ୍ଭୀର ଦେହରେ ଜିପିଏସ୍ ଲଗାଯାଇ ସେମାନଙ୍କ ଗତି ବିଧି ଉପରେ ନଜର ରଖାଯାଇଛି ବୋଲି କହିଛି ବନବିଭାଗ। ଜିପିଏସ୍ ଲାଗିଥିବା ୪ଟି ଘଡିଆଳ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡ଼ିଛି । ଏହି କୁମ୍ଭୀରମାନେ ସାଧାରଣଭାବେ ମାଛ ଖାଇ ବଞ୍ଚନ୍ତି। ଏମାନେ ମଣିଷର କୌଣସି କ୍ଷତି କରନ୍ତି ନାହିଁ। ତେଣୁ ଏ ନେଇ ବନ ବିଭାଗ ଏବେ ଗାଁ ରୁ ଗାଁ କୁ ବୁଲି ଆତଙ୍କିତ ନ ହେବା ପାଇଁ ଲୋକଙ୍କୁ ସଚେତନ କରୁଛି।

Leave a Reply

Your email address will not be published. Required fields are marked *