ପଞ୍ଜାବ କଂଗ୍ରେସର ଅଭିନବ ପ୍ରଚାର: ‘ଚନ୍ନି ଝୁକେଗା ନେହିଁ’

(ଦ କୁଇଭର): ସବୁଆଡ଼େ ଚାଲିଛି ପୁଷ୍ପା ଫିଲ୍ମର କ୍ରେଜ୍ । ପୁଷ୍ପା ସିନେମା ରିଲିଜ ହେବା ପରେ ଏହାର ଗୋଟିଏ ସଂଳାପ ଏବେ ଭାଇରାଲ ହେବାରେ ଲାଗିଛି । ଖେଳାଳୀଙ୍କ ଠାରୁ ଆରମ୍ଭ କରି ଟିକଟକ୍ ଷ୍ଟାର ତ ପ୍ରଶାସନିକ ଅଧିକାରୀଙ୍କ ଠାରୁ ନେତା ସମସ୍ତେ ଏବେ ସେହି ଗୋଟିଏ ସଂଳାପକୁ ନିଜ ନିଜର ଷ୍ଟାଇଲରେ ଉପସ୍ଥାପନ କରୁଛନ୍ତି । ତେବେ ଏଥିରୁ ବାଦ୍ ପଡ଼ିନି କଂଗ୍ରେସ । ଏହି କ୍ରମରେ ଏବେ ପଞ୍ଜାବ ନିର୍ବାଚନରେ ବି କଂଗ୍ରେସ ତରଫରୁ ଜାରି କରାଯାଇଥିବା ଏକ ପୋଷ୍ଟରେ ପୁଷ୍ପା ସିନେମାର ସଂଳାପ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

ଗୋଟିଏ ପଟେ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟ ଆସିଛି। ଏଥିରେ ବର୍ତମାନର ମୁ୍ଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ସବୁଠାରୁ ଆଗରେ ଥିବା ସ୍ପଷ୍ଟ ହୋଇଛି । ଏନେଇ ରବିବାର ଦିନ ରାହୁଲ ଗାନ୍ଧୀ ଲୁଧିଆନା ଠାରେ ବିଧିବଧ ଭାବେ ଘୋଷଣା କରିବେ ବୋଲି ଜଣାପଡିଛି । ହେଲେ ଯୁବ କଂଗ୍ରେସ ତରଫରୁ ଚନ୍ନିଙ୍କୁ ନେଇ ଏକ ପୋଷ୍ଟର ଜାରି କରାଯାଇଛି । ଏଥିରେ ପୁଷ୍ପା ସିନେମାର ଚର୍ଚ୍ଚିତ ସଂଳାପ ରହିଛି ।

ପୋଷ୍ଟରରେ ଲେଖାଯାଇଛି କି, ଇଡି ଚଢାଉ କରାଅ କି ମିଛ ଅଭିଯୋଗ ଆଣ, ଚନ୍ନି ଝୁକେଗା ନେହିଁ , ଇଏ ପଞ୍ଜାବର ସିଂହ । କେବଳ ସେତିକି ନୁହେଁ ପଞ୍ଜାବର ବିଭିନ୍ନ ସହରରେ କଂଗ୍ରେସ ତରଫରୁ ନିର୍ବାଚନୀ ସାମଗ୍ରୀ ବଣ୍ଟା ଯାଉଛି ଯେଉଁଥିରେ ଲେଖା ଯାଇଛି କି ସର୍ବଦା ଚନ୍ନି, ସର୍ବଦା ଚନ୍ନି । ଅନ୍ୟପଟେ, ଶନିବାର ଦିନ ସିଦ୍ଧୁ କହିଛନ୍ତି ଯେ ଯଦି ୬୦ ଜଣ ବିଧାୟକ ଅଛନ୍ତି, ତେବେ ସିଏମ୍ ନିର୍ବାଚିତ ହେବେ। ୬୦ ଜଣ ବିଧାୟକଙ୍କ ବିଷୟରେ କେହି କହୁ ନାହାଁନ୍ତି। ସରକାରୀ ଗଠନ ପାଇଁ ରୋଡମ୍ୟାପ ବିଷୟରେ କେହି କହୁ ନାହାଁନ୍ତି। ମୋର ପଞ୍ଜାବ ମଡେଲ ଶିଶୁ, ଯୁବକ ଏବଂ ରାଜ୍ୟର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଯାଉଛି।

Leave a Reply

Your email address will not be published. Required fields are marked *