ଭୋଟରଙ୍କୁ ଖୁଲମ ଖୁଲା ଧମକ ଦେଉଛନ୍ତି ପ୍ରମିଳା ମଲ୍ଲିକ

ବିଂଝାରପୁର (ଦ କୁଇଭର): ଭୋଟରଙ୍କୁ ଖୁଲମ ଖୁଲା ଧମକ ଦେଉଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ । ଭୋଟ୍ ନ ଦେଲେ ମୋ ପାଖ ମାଡ଼ିବନି। ଏଭଳି ବିବାଦୀୟ, ଧମକ ଦେଇ ବିବାଦ ଘେରକୁ ଆସିଛନ୍ତି ବିଧାୟିକା ମହୋଦୟା । ଆଜି ବିଂଝାରପୁର ବ୍ଲକର ଅଳକୁଣ୍ଡ ପଞ୍ଚାୟତରେ ଏକ ନିର୍ବାଚନୀ ସଭାରେ ଭୋଟରଙ୍କୁ ଖୁଲମ ଖୁଲା ଧମକ ଦେଉଥିବା ଦେଖିବାକୁ ମିଳିଛି । ଯଦି ସେ ଟିକେଟ ଦେଇଥିବା ପାର୍ଥିକୁ ଭୋଟ୍ ଦେବେ, ତେବେ ଜନତା ଘର, ଚାଉଳ, ରାସନ ପାଇବେ, ନହଲେ ପାଇବେ ନାହିଁ ।

ମୁଁ ଯାହାକୁ ଟିକେଟ ଦେଇଛି ଯଦି ତାକୁ ଭୋଟ ଦେବ ତାହାଲେ ତମର ଦୁଃଖ ଶୁଣାଯିବ, ନହେଲେ ନାହିଁ । ନହେଲେ କିଏ ଖାଇଗଲା, କାହାକୁ ଘର ମିଳିଲାନି, କାହାର ରାସନ କାର୍ଡ ହେଲାନି କିଏ ଚାଉଳ ନପାଇଲା, ସେତେବେଳକୁ ତମେ ବିଧାୟିକାଙ୍କୁ କହିବନି ବୋଲି ତାଙ୍କ ଭାଷଣରେ କହିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ । ତେବେ ଗଣତନ୍ତ୍ର ରାଷ୍ଟ୍ର ରେ ସମସ୍ତଙ୍କର ଅଧିକାର ଅଛି ନିଜ ନିଜର ମନ ମୁତାବକ ପାର୍ଥି କୁ ମତଦାନ କରିବା ପାଇଁ, ତାହାଲେ ବିଧାୟିକା ଏମିତି ବୟାନ ବିଜେଡିର ଗୋଷ୍ଠୀ କନ୍ଦଳର ଡର ନାଁ ଅଂହକାର, ତାହା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave a Reply

Your email address will not be published. Required fields are marked *