ପଞ୍ଚାୟତ ନିର୍ବାଚନ ମୈଦାନରେ ଗୋପବନ୍ଧୁ ଦାସ

(ଦ କୁଇଭର): ପାଖେଇ ଆସୁଛି ପଞ୍ଚାୟତ ଭୋଟ୍ । ଗାଁ ଗହଳିରେ ଲାଗିଛି ନେତାଙ୍କ ଭିଡ଼ । ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଗ୍ରାଉଣ୍ଡ ଜିରୋରେ ଝାଳ ବୁହାଉଛନ୍ତି ବହୁ ହେବିୱେଟ୍ । ଏହାରି ଭିତରେ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ପଞ୍ଚାୟତ ନିର୍ବାଚନରେ ଗୋପବନ୍ଧୁ ଦାସ । କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ବୋଲି ଅଭିଯୋଗ କରିଛି ଭାରତୀୟ ବିକାଶ ପରିଷଦ । ତାଙ୍କ ଅଭିଯୋଗ ଯେ, ପଞ୍ଚାୟତ ନିର୍ବାଚନରେ ପ୍ରଚାର କରୁଛନ୍ତି ଗୋପବନ୍ଧୁ ଦାସ ।

କଥା ଟି ଶୁଣି ଆପଣଙ୍କୁ ଗପ ଭଳି ଲାଗୁଥିବ ନିଶ୍ଚୟ । କିନ୍ତୁ ଏ ଗୋପବନ୍ଧୁ କିନ୍ତୁ ସେ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ନୁହଁନ୍ତି ଆଜ୍ଞା । ଏ ଗୋପବନ୍ଧୁ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରେସିଡେନ୍ସିଆଲ ଅଫିସର ଅନ ସ୍ପେଶାଲ ଡ଼୍ୟୁଟିରେ ଥିବା ଓଏଏସ ଗୋପବନ୍ଧୁ ଦାସ ମହୋଦୟ । ଏହି ସରକାରୀ ବାବୁ ମହୋଦୟ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଛନ୍ତି ସତ, କିନ୍ତୁ କରୁଛନ୍ତି କିନ୍ତୁ କିଛି ଓଲଟା । ସରକାରୀ କାର୍ଯ୍ୟ କରିବା ବଦଳରେ ବାବୁ ମହୋଦୟ ବିଜୁ ଜନତା ଦଳ ପାଇଁ ପଞ୍ଚାୟତ ନିର୍ବାଚନରେ ମାତିଛନ୍ତି । ଅର୍ଥାତ୍ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି ।

ଏକଥା ଆମେ କହୁନୁ ଆଜ୍ଞା । ଏଭଳି ଅଭିଯୋଗ ଆଣିଛି ଭାରତୀୟ ବିକାଶ ପରିଷଦ । ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଅଭିଯୋଗ ଅନୁଯାୟୀ, ଗୋପବନ୍ଧୁ ଦାସ ମହୋଦୟ, ଗତ ଫେବୃଆରୀ ୯ ତାରିଖ ଦିନ ରଙ୍ଗରିଲୁଣ୍ଡା ଅନ୍ତର୍ଗତ ୫୩ ନମ୍ବର ଜିଳ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କରୁଛନ୍ତି । ସେହିପରି କୁଡ଼ାଖଣ୍ଡି ବ୍ଲକ ୧୦ ନମ୍ବର ଜିଳ୍ଲା ପରିଷଦ ଜୋନର ଜଗଦଳପୁର, ନିମଖଣ୍ଡି ଓ ଲୋଚାପଦାରେ ବିଜୁ ଜନତା ଦଳର ପ୍ରାର୍ତୀମାନଙ୍କ ସପକ୍ଷରେ ପ୍ରଚାର ପ୍ରସାର କରିଥିଲେ ।

ଭାରତୀୟ ବିକାଶ ପରିଷଦ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, ମୁଖ୍ୟମନ୍ତ୍ରୀ ନିଜକୁ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତୀ ଓ ଧଳା ଫର ଫର ପୋଷାକ ପିନ୍ଧି ଶାନ୍ତିର କୋପତ ଭାବେ ଅହିଂସା ଓ କୁମ୍ଭୀର କାନ୍ଦଣା କାନ୍ଧୁଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଏମିତି । ତେଣୁ ତୁରନ୍ତ ପଞ୍ଚାୟତ ସମିତି ଆଇନାବଳୀ ୧୯୫୯ ଓ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନାବଳୀ ୧୯୬୪ର ଖୁଲମଖୁଲା ଲଉଂଘନ କରିଛନ୍ତି ଗୋପବନ୍ଧୁ ଦାସ । ତେଣୁ ଭାରତୀୟ ପିଙ୍ଗଳ କୋଡ ଅନୁଯାୟୀ, ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ସହିତ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଭାରତୀୟ ବିକାଶ ପରିଷଦ ।

Leave a Reply

Your email address will not be published. Required fields are marked *