ଜଗା ଦର୍ଶନ ପାଇଁ ଆଉ ଦରକାର ପଡ଼ିବନି ଟିକା ପ୍ରମାଣପତ୍ର

(ଦ କୁଇଭର): କୋହଳ ହେଲା ଜଗା ଦର୍ଶନ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆଉ ଦରକାର ପଡ଼ିବନି ଟିକା ପ୍ରମାଣପତ୍ର । ଆସନ୍ତା ୨୧ରୁ ଶ୍ରୀମନ୍ଦିରରେ ସହଜ ହେବ ଜଗା ଦର୍ଶନ । ଜଗାଦର୍ଶନ ନେଇ କଟକଣା କୋହଳ କଲା ଶ୍ରୀମନ୍ଦିର ପ୍ରଶାସନ । ମାସ୍କ ପିନ୍ଧି ଭିତରକୁ ପ୍ରବେଶ ବାଧ୍ୟତାମୂଳକ । ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା।

ସାରା ରାଜ୍ୟରେ କରୋନା ସଂକ୍ରମଣ ପାଇଁ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଥିଲା । ଯାହା ଫଳରେ ଅନେକ ଶ୍ରଦ୍ଧାଳୁଙ୍କ ପାଇଁ ଜଗା ଦର୍ଶନ ବନ୍ଦ ଥିଲା । ବଡଦାଣ୍ଡରେ ଥାଇ ଜଗା ମୁଣ୍ଡିଆ ମାରି ଭକ୍ତଙ୍କୁ ଫେରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ସେନେଇ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ଶ୍ରୀମନ୍ଦିର ଭିତରକୁ ଯିବାକୁ ଆଉ ଦେଖାଇବାକୁ ପଡ଼ିବନି ଟିକା ପ୍ରମାଣପତ୍ର । ତେଣୁ ଭକ୍ତଙ୍କ ମଧ୍ୟରେ ଏକପ୍ରକାର ଖୁସି ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *