ଫେରୁଛି ଋଷ ସୈନ୍ୟ: ଟଳିନି ଯୁଦ୍ଧ ଆଶଙ୍କା

(ଦ କୁଇଭର): ୟୁକ୍ରେନ୍ ସୀମାରୁ ସୈନ୍ୟ ପ୍ରତ୍ୟାହାର କରୁଛି ଋଷ । ତଥାପି ଟଳିନି ଯୁଦ୍ଧ ଆଶଙ୍କା । ୟୁକ୍ରେନ-ଋଷ ବିବାଦ ଉପରେ ରହିଛି ସାରା ବିଶ୍ୱର ନଜର । ଗତକାଲି ୟୁକ୍ରେନ ସୀମାରୁ ଋଷ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ଯୁଦ୍ଧ ଆଶଙ୍କା କିଛି ମାତ୍ରାରେ ଟଳିଥିଲା । କିନ୍ତୁ ଏବେ ବି ଭୟରେ ରହିଛି ଆମେରିକା । କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଋଷ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ସୀମାକୁ ଘେରି ରହିଛନ୍ତି ଋଷ ସୈନ୍ୟ । କୌଣସି ବି ମୁହୁର୍ତ୍ତରେ ବି କରିପାରେ ହମଲା । ଯାହାକୁ ନେଇ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନେ ଏବେ ବି ଭୟରେ ଅଛନ୍ତି ।

ସେପଟେ ଋଷର ଚାପ ମଧ୍ୟରେ ବୁଧବାର ପତାକା ଉତ୍ତୋଳନ କରି ଜାତୀୟ ଏକତା ପ୍ରଦର୍ଶନ କରିଛି ୟୁକ୍ରେନ୍ । ପାଶ୍ଚାତ୍ୟ ଦେଶ ଗୁଡ଼ିକର ଆକଳନ ଅନୁଯାୟୀ, ଋଷ ୟୁକ୍ରେନର ଉତ୍ତର, ପୂର୍ବ ଏବଂ ଦକ୍ଷିଣରେ ୧ଲକ୍ଷ ୫୦ ହଜାରରୁ ଅଧିକ ସୈନ୍ୟ ମୂତୟନ କରିଛି । ଋଷର ରାଷ୍ଟ୍ରପତି ଭ୍ଲାଦମିର୍ ପୁଟିନ୍ ସଙ୍କେତ ଦେଇ କହିଛନ୍ତି ଯେ, ସେ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛନ୍ତି । ଏବଂ ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଏହି ଶଙ୍କଟକୁ କୂଟନୈତିକ ସମାଧାନର ସୂଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଅଧିକ ସୈନ୍ୟବାହିନୀର ଖବର ଏହା ମସ୍କୋର ଉଦ୍ଦେଶ୍ୟ ଉପରେ ସନ୍ଦେହ ସୃଷ୍ଟି କରିଛି ।

ସେପଟେ ବୁଧବାର ଦିନ ଋଷ କହିଛି ଯେ, ନିଜର ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସାମରିକ ବେସକୁ ଫେରାଇ ଆଣିଛି । କିନ୍ତୁ ଆମେରିକା ଏହାକୁ ବିଶ୍ୱାସ କରୁନାହିଁ । ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିକେନ୍ କହିଛନ୍ତି କି, ଆମେ ଋଷର ସୈନ୍ୟବାହିନୀ ପ୍ରତ୍ୟାହାରର କୌଣସି ଚିହ୍ନ ଦେଖିନାହୁଁ । ପୁଟିନ୍ ଚାହିଁଲେ କୌଣସି ସମୟରେ କାହାକୁ ବି ମାରିପାରିବେ । ବର୍ତ୍ତମାନ ସେ ଟ୍ରିଗର ଉପରେ ହାତ ରଖିଛନ୍ତି । କୌଣସି ମୁହୂର୍ତ୍ତରେ ସେ ଏହାକୁ ଦବାଇପାରିବେ । ତେଣୁ କୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆମେରିକା କହିଛି।

Leave a Reply

Your email address will not be published. Required fields are marked *