ଆସନ୍ତାକାଲି କୋଟିଆରେ ପଞ୍ଚାୟତ ଭୋଟ୍

(ଦ କୁଇଭର): ଚାଲିଛି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା । ଆସନ୍ତାକାଲି ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ସବୁଠାରୁ ବଡ଼ କଥା ହେଉଛି ଆସନ୍ତାକାଲି ବିବାଦୀୟ କୋଟିଆରେ ଭୋଟ୍ ପଡ଼ିବ । ତେଣୁ ଭୋଟ୍ ପୂର୍ବରୁ ଆଜି ଆନ୍ଧ୍ର-ଓଡ଼ିଶା ସୀମାକୁ ବନ୍ଦ କରିଛି ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୀମାରେ ପୋଲିସ ଦ୍ୱାରା ବ୍ୟାରିକେଡ ଲଗାଯାଇଛି । ଏବଂ ସମସ୍ତଙ୍କୁ ଯାଞ୍ଚ କରାଯାଉଛି । ଯେଉଁମାନେ ଓଡ଼ିଶାର ପରିଚୟ ପତ୍ର ଦେଖାଉଛନ୍ତି, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳୁଛି ।

କୋଟିଆରେ ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମସ୍ତ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଆନ୍ଧ୍ର ପକ୍ଷରୁ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଛି । ସେପଟେ ଆସନ୍ତାକାଲି ଭୋଟ୍ ପାଇଁ କୋଟିଆରେ ପହଞ୍ଚିସାରିଛନ୍ତି ପୋଲିଂ ଅଧିକାରୀ ।

Leave a Reply

Your email address will not be published. Required fields are marked *