ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

(ଦ କୁଇଭର): ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦ୍ୱିତୀୟ ଦିନରେ ବିଶ୍ୱ ବୈଷବ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବା ଅବସରରେ ଉଦବୋଧନ ଦେଇ କହିଛନ୍ତି, ବିଶ୍ୱର ବିଭିନ୍ନ ଆସ୍ଥା ପଛରେ ଈଶ୍ୱର ଭକ୍ତି ରହିଛି । ମାନବତାକୁ ଆସ୍ଥା ଆଧାରରେ ବାଣ୍ଟି ହେବନି।

ସତ୍ୟ ଏକ, ଏହାକୁ ବାଣ୍ଟି ହେବ ନାହିଁ। ବ୍ୟକ୍ତିକୁ ସବୁ ବେଳେ  ଈଶ୍ୱରଙ୍କ ସ୍ମରଣ କରିବା ଉଚିତ। ସେ ତାଙ୍କ ଭାଷଣରେ ଚୈତନ୍ୟ ମହାପ୍ରଭୁଙ୍କ ମହାଭାବ ସଂପର୍କରେ ବର୍ଣ୍ଣନା କରିଥିଲେ। ଏଥିସହ ଭକ୍ତ ମୀରାବାଈ, କବୀର ଓ ସୁରଦାସ, ସନ୍ଥ ତୁଳସୀ ଦାସ, ଶ୍ରୀରାମାନୁଜାଚାର‌୍ୟ୍ୟ, ଗୁରୁ ନାନକ, ଶଙ୍କର ଦେବ, ନରସୀ ମେହତା, ନାରାୟଣ ଭଟ୍ଟ, ସନ୍ଥ ତୁକାରାମ, ଏକନାଥ, ଜ୍ଞାନେଶ୍ୱର ଆଦିଙ୍କୁ ବି ସ୍ମରଣ କରିଛନ୍ତି ରାଷ୍ଟ୍ରପତି। ସେବାଭାବ ଆମ ସଂସ୍କୃତିର ମୂଳମନ୍ତ୍ର । କରୋନାଯୋଦ୍ଧାଙ୍କ ସେବା ମନୋଭାବକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ଏହି ଶୁଭାରମ୍ଭ ଉତ୍ସବରେ ତାଙ୍କ ସହିତ ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *