IAS କ୍ରିଷନ କୁମାର ପାଇଲେ ନୂଆ ଦାୟିତ୍ୱ

(ଦ କୁଇଭର): କେନ୍ଦ୍ର ଡେପୁଟେସନରେ ଯିବେ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ କିଷନ କୁମାର । ସେ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବରେ ତୁଲାଇବେ ଦାୟିତ୍ୱ । ଆଜି ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ସୂଚନା ମିଳିଛି ।

୨୦୦୨ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଡ.କ୍ରିଷନ୍ କୁମାର । ତେବେ ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ କ୍ରିଷନ୍ କୁମାର କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବରେ ଦାୟିତ୍ୱ ତୁଲାଇବେ । ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ କାର୍ଯ୍ୟରତ ଡ.କ୍ରିଷନ୍ କୁମାର ।

Leave a Reply

Your email address will not be published. Required fields are marked *