ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କୁ ପ୍ରଶଂସା କଲେ ମୋଦି

(ଦ କୁଇଭର): ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୮୬ତମ ସଂସ୍କରଣରେ ୟୁଟ୍ୟୁବ୍ ସେନସେସନ୍ ତଥା ତାଞ୍ଜାନିଆର କିଲି ଓ ନୀମାଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି । ଭାରତର କଳା, ସଙ୍ଗୀତ ଓ ବିଶିଷ୍ଟ କଳାକାର ଓ ବ୍ୟକ୍ତି ବିଶେଷଙ୍କୁ ନିଜ ଭିଡିଓ ମାଧ୍ୟମରେ ସମ୍ମାନ ଦେଉଛନ୍ତି ତାଞ୍ଜାନିଆର କିଲି ଓ ନୀମା ଯାହା ଗତ କିଛି ମାସ ମଧ୍ୟରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ନିକଟରେ ଏହି ଯୋଡି ଭାରତର ଜାତୀୟ ସଙ୍ଗୀତ ଗାନ କରିଥିଲେ ଓ ଲତା ମଙ୍ଗେସକରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଯାହାକୁ ନେଇ ଆଜି ମନ୍ କି ବାତ୍‌ରେ ମୋଦି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନ ମନ୍ତ୍ରୀ କହିଛନ୍ତି ଏହି ଭଉଣୀ-ଭାଇ ମଧ୍ୟରେ ଭାରତୀୟ ସଙ୍ଗିତ ପ୍ରତି ଭଲପାଇବା ରହିଛି ଯାହା ଫଳରେ ସେମାନେ ଆଜି ଏତେ ଲୋକପ୍ରିୟ ହୋଇପାରିଛନ୍ତି ।

Leave a Reply

Your email address will not be published. Required fields are marked *