ଜେଲେନସ୍କିଙ୍କୁ ପ୍ରଶଂସା କରି ଏପରି କହିଲେ ଟ୍ରମ୍ପ

(ଦ କୁଇଭର): ନାଟୋ ଓ ବାଇଡେନଙ୍କ ଉପରେ ପୁଣି ବର୍ଷିଲେ ଟ୍ରମ୍ପ । ଟ୍ରମ୍ପ ପୁଟିନଙ୍କୁ ସ୍ମାର୍ଟ କହିଥିବା ବେଳେ ଅନ୍ୟନେତା ମାନେ ମୁର୍ଖ ବୋଲି କହିଛନ୍ତି । ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି । ବିଶ୍ବ ଶକ୍ତିମାନେ ଋଷକୁ ଏଥିପାଇଁ ଦାୟୀ କରୁଛନ୍ତି । ଚେତାବନୀ ମଧ୍ୟ ଦେଉଛନ୍ତି । କିନ୍ତୁ ଏହାରି ମଧ୍ୟରେ ନିଆଁରେ ଘିଅ ଢାଳିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୟୁକ୍ରେନ ସଙ୍କଟକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଟାର୍ଗେଟ କରିଛନ୍ତି ଏଥିସହ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସାହସିକତାକୁ ମଧ୍ୟ ପ୍ରଶଂସା କରିଛନ୍ତି।

ମିଳିଥିବା ସୂଚନା ଅନୁଯାଇ ଫ୍ଲୋରିଡାର ଅର୍ଲାଣ୍ଡୋରେ ଆୟୋଜିତ ବାର୍ଷିକ ରାଜନୈତିକ କାର୍ଯ୍ୟକ୍ରମ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପ ପହଞ୍ଚିଥିଲେ। ସେଠାରେ ସେ ୮୬ ମିନିଟ୍ ପାଇଁ ଏକ ଭାଷଣ ଦେଇଥିଲେ । ଏହି ସମୟ ମଧ୍ୟରେ ସେ କେବଳ ବାଇଡେନ୍ ଏବଂ ୟୁକ୍ରେନ ସଙ୍କଟ ଉପରେ ଦୀର୍ଘ ସମୟ ଧରି କଥା ହେବା ଜାରି ରଖିଥିଲେ। ସେ ତାଙ୍କ ଭାଷଣରେ ନାଟୋ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ସେ କହିଛନ୍ତି ଯେ ଋଷକୁ ମାନସିକ ସ୍ତରରେ ଘେରି ରହିବା ଏବଂ ପୃଥକ କରିବା ପରିବର୍ତ୍ତେ ନାଟୋ ଅର୍ଥନୈତିକ ପ୍ରତିବନ୍ଧକ ମଧ୍ୟରେ ସୀମିତ ରହିଛି । ସେ ପୁଣି କହିଥିଲେ ଯେ ଅବଶ୍ୟ ପୁଟିନ୍ ସ୍ମାର୍ଟ କିନ୍ତୁ ପ୍ରକୃତ ସମସ୍ୟା ହେଉଛି ଆମର ନେତାମାନେ ବହୁତ ମୁର୍ଖ । ବାଇଡେନ୍ ହିଁ ଏହି ଯୁଦ୍ଧକୁ ପ୍ରଶ୍ରୟ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଟ୍ରମ୍ପ । ଏହାସହ ପୁଟିନଙ୍କ ସହ ନିଜର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ମନେ ପକାଇଛନ୍ତି । ଯଦି ସେ ଶାସନରେ ଥାନ୍ତେ ତେବେ ଏପରି ଯୁଦ୍ଧ କେବେବି କରାଇଦେଇନଥାନ୍ତେ ବୋଲି କହିଛନ୍ତି ଟ୍ରମ୍ପ ।

Leave a Reply

Your email address will not be published. Required fields are marked *