ସେବା ପାଇଁ ପଦ ପଦବୀ ଅନାବଶ୍ୟକ

(ଦ କୁଇଭର): କାହାର ଜୀବନ ବଞ୍ଚାଇବା ପାଇଁ ବଡ ପଦବୀ ବା ସରକାରୀ ସ୍ୱୀକୃତିର ଆବଶ୍ୟକତା ଦରକାର ନୁହେଁ, ନିଜ ଭିତରେ ଥିବା ସାହାସିକତା ଓ ସେବା ମନୋବୃତି ହିଁ ଲୋକଙ୍କୁ ଉଦ୍ଧାର କରିବା ମନୋବଳ ଜୁଟାଇଥାଏ । ଏଭଳି ସେବା ମନୋବୃତ୍ତିର ଉଦାହରଣ ସାଜିଛନ୍ତି ନୟାଗଡର ଜଣେ ସିଏସ୍ଏଫ୍ ଜବାନ। ରବିବାର ଦିଲ୍ଲୀର ମେଟ୍ରୋ ଷ୍ଟେସନରେ ପ୍ରାୟ ୨୫ ଫୁଟ ଉଚ୍ଚତାରେ ଫସି ରହିଥିବା ଜଣେ ଆଠ ବର୍ଷର ବାଳିକାକୁ ଉଦ୍ଧାର କରି ଚର୍ଚ୍ଚାକୁ ଆସିଥିଲେ ଜଣେ ସିଏସ୍ଏଫ୍ ଜବାନ । କେବଳ ଏହି ଘଟଣା ନୁହେଁ ଆଗରୁ ମଧ୍ୟ ଏହି ଯବାନ ଜଣେ ମହିଳାଙ୍କୁ ଉଦ୍ଧାର କରି ଚର୍ଚ୍ଚାକୁ ଆସିଥିଲେ । ଏବେ ସେ ପୁଣି ଜଣେ ସରକାରୀ କର୍ମଚାରୀ ନୁହେଁ ଜଣେ ମଣିଷପଣିଆ ଭଳି ଗୋଟିଏ କୁନି ଝିଅର ଜୀବନକୁ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି ।

କୁହାଯାଉଛି ଯେ, କୁନି ଝିଅଟି ଖେଳୁଥିବା ସମୟରେ ବାଡ଼ ଉପରକୁ ଚଢିଯାଇଥିଲା । ଆଉ ୮ ବର୍ଷର ଏହି କୁନି ଝିଆଟି ଖେଳୁ ଖେଳୁ ୨୫ ଫୁଟ ଉଚ୍ଚତାର ଏକ ବାଡରେ ଫସି ଯାଇଥିଲା । ଆଉ ଉଦ୍ଦାର ପାଇଁ ଆରମ୍ଭ କରିଥିଲା ଚିତ୍କାର । ଝିଅଟିର ଚିତ୍କାର ଶୁଣିବା ପରେ କିଛି ଯାତ୍ରୀ ସିଏସ୍ଏଫ୍ ଓ ସେଣ୍ଟାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସକୁ ସୂଚନା ଦେଇଥିଲେ । ଏହି ସମୟରେ ନିୟମିତ ପେଟ୍ରୋଲିଂ କରୁଥିବା ଜଣେ ଜବାନ ଘଟଣାସ୍ଥଳରେ ପହଂଚି ସେହି କୁନି ଝିଅଟିକୁ ନିଜ କାନ୍ଦରେ ଧରି ସେଠୁ ଉଦ୍ଧାର କରିଥିଲେ ।

ଯବାନଙ୍କ ଏହି ମହାନତାର ଭିଡିଓଟି ସାମ୍ନାକୁ ଆସିବା ପରେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଜବାନ ଜଣଙ୍କ ହେଉଛନ୍ତି ରଣପୁର ବ୍ଲକର ବିନୋଦପଡା ଗାଁର ନବକିଶୋର ନାୟକ । ନବକିଶୋରଙ୍କ ଏହି ସାହାସିକତା ପାଇଁ ଦିଲ୍ଲୀ ସରକାର ଏବଂ ମନ୍ତ୍ରୀ ବିଶ୍ୱସ୍ୱର ଟୁଡୁ ତାଙ୍କୁ ଉତ୍ସାହିତ କରିବା ସହ ସମ୍ନାନିତ କରିଛନ୍ତି । ବୋଧ ହୁଏ ଆପଣ ଏହି ଜବାନଙ୍କୁ ଭୁଲି ନଥିବେ କିଛି ମାସ ତଳେ ଏହି ଜବାନ ଜଣଙ୍କ ଜଣେ ମହିଳାଙ୍କୁ ଉଦ୍ଧାର କରି ଚର୍ଚ୍ଚାକୁ ଆସିଥିଲେ । ପୂର୍ବରୁ ଏପରି ଅନେକ ସାହସିକତା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଓଡ଼ିଆ ଯବାନ । ଏହି କାର୍ଯ୍ୟପାଇଁ ତାଙ୍କୁ ସବୁଆଡୁ ସୁଭେଚ୍ଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *