ତ୍ରିରଙ୍ଗା ଧରି ସୀମାପାର୍ ହେଲେ ପାକିସ୍ତାନୀ

(ଦ କୁଇଭର): ବର୍ଷୁଛି ଗୁଳି ଆଉ ବନ୍ଧୁକର ଗର୍ଜନରେ ଗର୍ଜି ଉଠୁଛି ସହରର ସବୁ ଗଳିକନ୍ଦି । ଏହି ଦୃଶ୍ୟ ହେଉଛି ୟୁକ୍ରେନ୍ ସହରର ଖାର୍କିଭର ଯେଉଁଠି ଋଷ ଓ ୟୁକ୍ରେନ୍ ସେନା ମାନ୍ନାସାମ୍ନା ହୋଇଛନ୍ତି । ଋଷ ଏବଂ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଫାଇଟିଙ୍ଗ ଦେଖିବାକୁ ମିଳୁଛି । ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ପରିସ୍ଥିତି ପୁରା ଭୟଙ୍କର ହୋଇପଡିଛି । ଶହଶହ ଲୋକଙ୍କ ଜୀବନ ଗଲାଣି । ଗୋଟିଏ ପଟେ ଭୟରେ ବହୁନାଗରିକ ଜୀବନ ବଞ୍ଚାଇବା ଲାଗି ନିଜ ଦେଶ ଛାଡି ପଳାୟନ କରୁଛନ୍ତି । ତେବେ ଏହି ସମୟରେ ବିଦେଶୀମାନଙ୍କ ରକ୍ଷାକବଚ ସାଜିଛି ତ୍ରିରଙ୍ଗା ।

ପାକିସ୍ତାନ ବି ଦେଖିଲା ତ୍ରିରଙ୍ଗାର ତାକତ୍ । ଯଦି ଜୀବନ ପ୍ରତି ବିପଦ ଉଠେ ତେବେ ପାକିସ୍ତାନୀମାନେ ମଧ୍ୟ ଭାରତୀୟ ତ୍ରିରଙ୍ଗା ଉଠାବାକୁ ପଛାଇଲେ ନାହିଁ । ତେବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଜୀବନ ବଞ୍ଚାଇବା ପାଇଁ ପାକିସ୍ତାନୀ ଓ ତୁର୍କୀ ଛାତ୍ର ନିଜ ଦେଶ ପରିବର୍ତ୍ତେ ଭାରତୀୟ ତ୍ରିରଙ୍ଗାର ଶରଣ ନେଉଛନ୍ତି। ଏଭଳି ମନ୍ତବ୍ୟ ଦେଇଛନ୍ତି ଏହି ଭାରତୀୟ ଛାତ୍ର । ସେମାନେ କହିଛନ୍ତି ଯେ ତ୍ରିରଙ୍ଗା ସେମାନଙ୍କ ସହ କିଛି ପାକିସ୍ତାନୀ ଓ ତୁର୍କୀ ଛାତ୍ରଙ୍କୁ ମଧ୍ୟ ସୁରକ୍ଷିତ ଭାବେ ୟୁକ୍ରେନରୁ ବାହାର କରିବାରେ ସାହାଯ୍ୟ କରିଛି। ଆମକୁ କୁହାଯାଇଥିଲା ଯେ ସାଥିରେ ତ୍ରିରଙ୍ଗା ଧରି ଗଲେ ଆମର କୌଣସି ଅସୁବିଧା ହେବ ନାହିଁ। ତେଣୁ ସେମାନେ ବଜାରୁ ୬ଟି ସ୍ପ୍ରେ ପେଣ୍ଟ ଆଉ ଦୋକାନରୁ ପରଦା କିଣି ତିରଙ୍ଗା ତିଆରି କରିଥିଲେ । ଭାରତୀୟ ଛାତ୍ରଙ୍କ କହିବାନୁସାରେ, ପାକିସ୍ତାନ ଓ ତୁର୍କୀ ଛାତ୍ର ମଧ୍ୟ ଏହିପରି କରିଥିଲେ। ସେମାନେ ନିଜ ଦେଶ ପରିବର୍ତ୍ତେ ଭାରତୀୟ ତ୍ରିରଙ୍ଗାର ସାହାରା ନେଇଥିଲେ।

ଜଣେ ଛାତ୍ର କହିଛନ୍ତି, ଆମେ ଓଡେସାରୁ ବସ୍ ବୁକ୍ କଲୁ ଓ ମାଲ୍ଡୋଭା ସୀମାରେ ପହଞ୍ଚିଲୁ। ଏହି ସମୟରେ ଥରେ ଆମେ ସୈନିକମାନଙ୍କୁ ସାମ୍ନା କରିଥିଲୁ। ଆମେ ପୂର୍ବରୁ ହିଁ ବସ୍ ବାହାରେ ଦୁଇଟି ତ୍ରିରଙ୍ଗା ଲଗାଇଥିଲୁ। ସୈନିକମାନେ ତ୍ରିରଙ୍ଗା ଦେଖି ଗୁଳି ଚାଳନା ବନ୍ଦ କରି ଆମକୁ ଛାଡ଼ି ଦେଇଥିଲେ । ଛାତ୍ରମାନେ ଆହୁରି କହିଛନ୍ତି, ମାଲ୍ଡୋଭାରେ ପହଞ୍ଚିବା ପରେ ଆମକୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନଥିଲା। ସେଠାରେ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଆମ ପାଇଁ ଖାଦ୍ୟଠାରୁ ଆରମ୍ଭ କରି ସବୁ ଆବଶ୍ୟକୀୟ ଜିନିଷ ସେଠାରେ ଉପଲବ୍ଧ ଥିଲା।

Leave a Reply

Your email address will not be published. Required fields are marked *