ୟୁକେନକୁ କାହିଁକି ସାହାଯ୍ୟର ହାତ ବଢାଉନି ଭାରତ ? ଜାଣନ୍ତୁ ଏହା ପଛର ଇତିହାସ…

(ଦ କୁଇଭର): ୟୁକ୍ରେନରେ ଚାଲିଛି ଧ୍ୱଂସର ତାଣ୍ଡବ ଲୀଲା । ଏପରି ଦୁର୍ଦ୍ଦିନ ସ୍ଥିତିରେ ୟୁକେନକୁ କାହିଁକି ସାହାଯ୍ୟର ହାତ ବଢାଉନି ଭାରତ? କାହିଁକି ସବୁ ଦେଖି ମଧ୍ୟ ଚୁପ୍ ରହିଛି? ୟୁକ୍ରେନ୍-ଭାରତ ମଧ୍ୟରେ ଭଲ ସମ୍ପର୍କ ଥିବା ସତ୍ତେ୍ୱ ମଧ୍ୟ କାହିଁକି ସହଯୋଗ କରୁନି ଭାରତ? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଋଷ ସହିତ ଭାରତର ଦୀର୍ଘ ବର୍ଷ ଧରି ଭଲ ସମ୍ପର୍କ ଥିବା ବେଳେ ୟୁକ୍ରେନ୍ ସହିତ ସମ୍ପର୍କ କିଛି ଖରାପ ନୁହେଁ । ତେବେ ଆପଣ କେବେ ଭାବିଛନ୍ତି ୟୁକେନ୍ ର ଏଭଳି ସଙ୍କଟ ସମୟରେ ଭାରତ କାହିଁକି ୟୁକ୍ରେନ୍ କୁ ସମର୍ଥନ କରୁନାହିଁ ।

ଏହା ପଛରେ ରହିଛି ବଡ଼ ଇତିହାସ । କାରଣ ଯେତେବେଳେ ବି ଭାରତର ସ୍ୱାର୍ଥ କଥା ଉଠିଛି, ସେତେବେଳେ ଭାରତକୁ ବିରୋଧ କରିଛି ୟୁକ୍ରେନ୍ ।

୧- ୟୁକ୍ରେନ୍ କାଶ୍ମୀର ପ୍ରସଙ୍ଗ ଉପରେ ଜାତିସଂଘରେ ଭାରତ ବିରୁଦ୍ଧରେ ଭୋଟ୍ କରିଥିଲା ।
୨- ଏହାସହ ପରମାଣୁ ପରୀକ୍ଷଣ ପ୍ରସଙ୍ଗ ଉପରେ ମଧ୍ୟ ଭାରତ ବିରୁଦ୍ଧରେ ଭୋଟ୍ କରିଥିଲା ୟୁକ୍ରେନ୍ ।
୩- ଅନ୍ୟପଟେ ୟୁକ୍ରେନ୍ ଜାତିସଂଘର ସିକ୍ୟୁରିଟି କାଉନସିଲରେ ଭାରତର ସ୍ଥାୟୀ ସଦସ୍ୟତାକୁ ବିରୋଧ କରିଥିଲା ୟୁକ୍ରେନ୍ ।

କେବଳ ଏତିକି ନୁହେଁ ଭାରତର ପାରମ୍ପରିକ ଶତ୍ରୁ ପାକିସ୍ତାନକୁ ହତିଆର ଯୋଗାଇଥାଏ ୟୁକ୍ରେନ୍ । ଏହାସହ ଅଲକାଏଦା ପଛରେ ମଧ୍ୟ ତୋର ସମର୍ଥନ ଥିବା ବିଶ୍ୱ ସବୁଦାୟରେ ଅଭିଯୋକ ରହିଛି । ୟୁକ୍ରେନ କେବେ ବି ଭାରତର ସମର୍ଥନ ଦେଇନାହିଁ । ଯେବେ ଆମ ଉପରେ ପ୍ରତିବନ୍ଧକ ଲାଗିଲା ସେତେବେଳେ ଜାତିସଂଘରେ ସେ ପ୍ରତିବନ୍ଧକ ସପକ୍ଷରେ ଭୋଟ୍ କରିଥିଲା । ଅନ୍ୟପଟେ ଯେତେବେଳେ ଭାରତ ନିଜର ଶକ୍ତି ବୃଦ୍ଧି ପାଇଁ ୟୁରାନିୟମ ଖୋଜୁଥିଲା । ସେତେବେଳେ ୟୁକ୍ରେନ୍ ପାଖରେ ୟୁରାନିୟମର ଭଣ୍ଡାର ଥିବା ସତ୍ତେ୍ୱ ଭାରତକୁ ୟୁରାନିୟମ ଯୋଗାଇ ନଥିଲା ନାହିଁ ।

ଅନ୍ୟପକ୍ଷରେ ୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧ ବେଳେ ଆମେରିକା ଭାରତ ଉପରେ ପରମାଣୁ ବମ୍ ପକାଇବାର ଯୋଜାନାକୁ ଋଷ ପଣ୍ଡ କରିଥିଲା । ସେତେବେ ଳେ କେବଳ ଋଷ ହିଁ ଏକମାତ୍ର ଦେଶ ଥିଲା ଯିଏ ଭାରତକୁ ନୈସେନା କ୍ଷେତ୍ରରେ ସାହାଯ୍ୟ କରିଥିଲା ଯାହା ଫଳରେ ପଛଘୁଞ୍ଚା ଦେଇଥିଲା ଆମେରିକା ଓ ବ୍ରିଟେନ୍ । ପ୍ରତ୍ୟକ ଦୁର୍ଦ୍ଦିନ ସମୟରେ ଭାରତ ସହିତ ଋଷ ଛିଡାହୋଇଛି । ଏବଂ ଅନ୍ୟପଟେ ଭାରତର ଅଗ୍ରଗତି ଓ ଉନ୍ନତିକୁ ବିରୋଧ କରିଛି ୟୁକ୍ରେନ୍ । ୟୁକ୍ରେନ୍ ର ଗୁଣଗାଉଥିବା ଆମ ଭାରତର ଭାରତୀୟମାନେ ଜାଣିରଖନ୍ତୁ ୟୁକ୍ରେନ୍ ଆମର କେତେବଡ଼ ଶତ୍ରୁ । ଏହାସହ ସବୁଠାରୁ ବଡ଼ କଥା ହେଉଛି ଭାରତୀୟଙ୍କ ବଡ଼ ପଣ ଯେ, ୟୁକ୍ରେନ୍ ଭଳି ଏକ ଶତ୍ରୁ ରାଷ୍ଟ୍ରକୁ ମଧ୍ୟ ସହଯୋଗ କରିବକେୁ ପଛାଉନାହିଁ ଭାରତ ।

Leave a Reply

Your email address will not be published. Required fields are marked *