ରାଷ୍ଟ୍ରପତି ଜେଲେନସ୍କିଙ୍କୁ ୩ଥର ହତ୍ୟା ଉଦ୍ୟମ

(ଦ କୁଇଭର): ଋଷ-ୟୁକ୍ରେନ୍ ଯୁଦ୍ଧ ୯ମ ଦିନରେ ପହଁଚିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହତ୍ୟା ପାଇଁ ରୁଷ କରିଛି ସାଂଘାତିକ ଷଡଯନ୍ତ୍ର । ଏଭଳି ଏକ ସମ୍ବେଦନଶୀଳ ଖବର ଅର୍ନ୍ତଜାତିୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଟାଇମ୍ସ ଅଫ୍ ଲଣ୍ଡନରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ମାତ୍ର ୭ଦିନ ମଧ୍ୟରେ ଜେଲେନସ୍କିଙ୍କୁ ହତ୍ୟା ପାଇଁ ୩ଥର ଉଦ୍ୟମ ହୋଇଛି। ହେଲେ ଏଥିରେ ବିଦ୍ରୋହୀ ଗୋଷ୍ଠୀଙ୍କୁ ସଫଳତା ମିଳି ନଥିବା ଏକ ରିପୋର୍ଟରେ ଦାବି କରାଯାଇଛି।

ୟୁକ୍ରେନର ରାଜଧାନୀ କିଭରେ ଏବେ ମଧ୍ୟ ରୁଷର ୪୦୦ ଜଣ ଆତଙ୍କବାଦୀଙ୍କୁ ୟୁକ୍ରେନ ପଠାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏଥିସହ ୟୁକ୍ରେନର ୨୪ଜଣ ସରକାରୀ କର୍ମଚାରୀଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଏକ ଗୋଷ୍ଠି ପ୍ରସ୍ତୁତ ହୋଇଥିଲା କିନ୍ତୁ ଏଥିରେ ବିଦ୍ରୋହୀ ଗୋଷ୍ଠୀ ବିଫଳ ହେବା ନେଇ ଏହି ରିପୋର୍ଟରେ ଦାବି କରାଯାଇଛି। କୁହାଯାଇଛି କି, ଜେଲେନସ୍କିଙ୍କୁ ହତ୍ୟା କରିବାକୁ ବେଗନର ଗୃପ ନାମକ ଏକ ଘରୋଇ ସେନାକୁ ପୁତିନ ନିଯୁକ୍ତ କରିଛନ୍ତି । ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ଜେଲେନସ୍କିଙ୍କ ବ୍ୟତୀତ ୨୩ ଜଣ ୟୁକ୍ରେନ ଅଧିକାରୀଙ୍କୁ ହତ୍ୟା କର ।

Leave a Reply

Your email address will not be published. Required fields are marked *