ପୁଟିନଙ୍କୁ ମାରିଦିଅ !

(ଦ କୁଇଭର): ଆଜି ନବମ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଏବେ ବିଶ୍ୱଯୁଦ୍ଧ ମୁହାଁ ହୋଇଛି ଏହି ଦୁଇ ଦେଶଙ୍କ ବିବାଦ । ଏପଟେ ଯୁଦ୍ଧ ଟାଳିବା ପାଇଁ ଉପାୟ ବାହାର କରିଛନ୍ତି ଆମେରିକାର ଜଣେ ସାଂସଦ। ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିଦେଲେ ଯୁଦ୍ଧ ବନ୍ଦ ହୋଇଯିବ ବୋଲି ଋଷବାସୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ।

ତେବେ ସୂଚନା ମୁତାବକ ଆମେରିକୀୟ ସାଂସଦ ଲିଣ୍ଡେସ ଗ୍ରାହାମ କହିଛନ୍ତି କି ଯଦି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ତେବେ ଋଷର କେହି ଜଣେ ଆଗକୁ ଆସି ପୁଟିନଙ୍କୁ ହତ୍ୟା କରିଲେ ଯୁଦ୍ଧ ଶେଷ ହୋଇଯିବ । ଆମେରିକାର ଫାଙ୍କ୍ସ ଟେଲିଭିଜନ ଚ୍ୟାନେଲର ଏକ ଲାଇଭ କାର୍ୟ୍ୟକ୍ରମରେ ଲିଣ୍ଡେସ ଏଭଳି ବୟାନ ଦେଇଛନ୍ତି । କେବଳ ଏତିକି ନୁହେଁ ଲିଣ୍ଡେସ ଟ୍ରମ୍ପଙ୍କୁ ବି ବିରୋଧ କରି କହିଛନ୍ତି କି ଟ୍ରମ୍ପ ପୁତିନଙ୍କୁ ଜଣେ ପ୍ରତିଭା ବୋଲି କହିବା ଟ୍ରମ୍ପଙ୍କର ସବୁଠାରୁ ବଡ ଭୁଲ୍ ।

ଏଥିସହ ଲିଣ୍ଡସେ ଗ୍ରାହାମ୍ ବୃଟସ୍ ଏବଂ କର୍ଣ୍ଣେଲ ଷ୍ଟାଫେନ୍ବର୍ଗଙ୍କ ବିଷୟରେ ମଧ୍ୟ କହିଛନ୍ତି ଯେ ବୃଟସ୍ ରୋମାନ୍ ଜେନେରାଲ୍ ଜୁଲିୟସ୍ କେସରଙ୍କୁ ହତ୍ୟା କରିଥିଲେ । ଅନ୍ୟପକ୍ଷରେ, କର୍ଣ୍ଣେଲ ଷ୍ଟାଫେନ୍ବର୍ଗ ଜୁଲାଇ ୨୦, ୧୯୪୪ ରେ ଆଡଲଫ ହିଟଲରଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏପରି କହିବା ସହ ସେ ପୁନିକୁ ହତ୍ୟା କରିଦେଲେ ଯୁଦ୍ଧ ଶେଷ ହେବ ବୋଲି ଆହ୍ୱାନ ହେବା ସହ ଋଷବାସୀଙ୍କୁ କହିଥିଲେ ଯେ ଯଦି ତୁମେ ତୁମର ଅବଶିଷ୍ଟ ଜୀବନକୁ ଅନ୍ଧାରରେ ଦେଖିବାକୁ ଚାହୁଁନାହଁ, ଯଦି ତୁମେ ନିଜକୁ ଅତ୍ୟଧିକ ଦାରିଦ୍ର୍ୟରୁ ଦୂରେଇ ରଖିବାକୁ ଚାହୁଁଛ, ତେବେ କାହାକୁ ଏହି ପଦକ୍ଷେପ ନେବାକୁ ପଡ଼ିବ ।

ଏପଟେ ସିନେଟର ଲିଣ୍ଡସେ ଗ୍ରାହାମଙ୍କ ବିବୃତ୍ତି ଉପରେ ଋଷର ପ୍ରତିକ୍ରିୟା ମଧ୍ୟ ଆସିଛି। ରୁଷ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ପୁଟିନଙ୍କୁ ହତ୍ୟା କରିବା ବିଷୟରେ ଲିଣ୍ଡସେ ଗ୍ରାହାମଙ୍କ ଆଲୋଚନା ଏକ ଅପରାଧ। ଆମେରିକାରେ ରୁଷର ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନୋଭ କହିଛନ୍ତି ଯେ ଆମେରିକା ଏହା ଉପରେ ଏକ ସରକାରୀ ସ୍ପଷ୍ଟୀକରଣ ଦେବା ଉଚିତ୍ ।

Leave a Reply

Your email address will not be published. Required fields are marked *