‘ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଅଫ୍ ଇୟର’ ପୁରଷ୍କାର ପାଇଲା ବଜାଜ୍ ଆଲିଆଞ୍ଜ

(ଦ କୁଇଭର): ବଜାଜ୍ ଆଲିଆଞ୍ଜ ବୀମା କମ୍ପାନୀ ଏ ବର୍ଷ ବେଶ ଭଲ ପ୍ରଦର୍ଶନ କରିଛି । ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଅଫ୍ ଇୟର ପୁରଷ୍କାର ବି ଲାଭ କରିଛି । ଇଣ୍ଡିଆଇନ ଇନ୍ସୁରାନ୍ସ ସୁମିତ ଏଣ୍ଡ ଆୱାର୍ଡ ୨୦୨୨ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବାଜାଜ୍ ଆଲିଆଞ୍ଜ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗ୍ରାହକ ସେବାକୁ ଏହି କମ୍ପାନୀ ବେଶ ଅଗ୍ରାଧିକାର ଦେଇଛି । ଗୋଟିଏ ଦିନରେ ବୀମା କ୍ଲେମ୍ ଅନୁମୋଦନ କରି ଅନ୍ୟ କମ୍ପାନୀମାନଙ୍କ ଠାରୁ ଆଦୃତ ବି ହୋଇପାରିଛି । ୨୦୨୦-୨୧ ବର୍ଷରେ ୯୮.୦ ପ୍ରତିଶତ କ୍ଲେମ୍ ସେଟଲମେଣ୍ଟ ରେସିଓରେ ପହଞ୍ଚିପାରିଛି ବାଜାଜ ଆଲିଆଞ୍ଜ ।

ଇଲେକ୍ଟ୍ରୋନିକ ଟ୍ରାନ୍ସଫର ମାଧ୍ୟମରେ କ୍ଲେମ୍ ଡିପୋଜିଟ୍ କରି ଗ୍ରାହକମାନଙ୍କର ଆଦୃତି ଲାଭ କରିଛି । ଚଳିତ ବର୍ଷରେ ୩.୪୪ କୋଟି ଜୀବନବୀମା କରିଛି କମ୍ପାନୀ । କମ୍ପାନୀ ତାର ଆସେଟକୁ ୭୦ ହଜାର ୨୯୫ କୋଟି ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏକ ବଡ଼ ଉପଲବ୍ଧି ହେଲା ୨୦୧୯-୨୦ ବର୍ଷର ଗୋଟିଏ ଦିନର ୭୮ ପ୍ରତିଶତ ନନ ଇନେଭେଷ୍ଟିଗେଟିଭ୍ ଇଣ୍ଡିଭିଜୁଆଲ କ୍ଲେମ୍ ସେଟେଲ୍ କରିପାରିଛି ।

କମ୍ପାନୀ ତାର ସ୍ନୋଗାନ ରଖିଛି, ଆମେ କେବଳ ଜୀବନ ବୀମା କରୁନାହୁଁ, ଦ୍ରୁତ ଗତିରେ ଓ ସହଜ ଉପାୟରେ ଲୋକଙ୍କୁ ସେବା ଯୋଗାଉଛୁ । ଏଭଳି ସେବାରେ ବୈଷୟିକ ଜ୍ଞାନ କୌଶଳ ସଂଯୋଗ କରି ଗ୍ରାହକମାନଙ୍କ ଆଦୃତି ପାଇବା ସହିତ କମ୍ପାନୀ ଅଫ୍ ଇୟର ପୁରସ୍କାର ପାଇଛି ।

Leave a Reply

Your email address will not be published. Required fields are marked *