(ଦ କୁଇଭର): ପାକିସ୍ତାନକୁ ପୁଣି ଝଟ୍‌କା । ଫାଇନାନ୍‌ସିଆଲ୍ ଆକ୍ସନ ଟାକ୍ସ ଫୋର୍ସ ଶୁକ୍ରବାର ଦିନ ପାକିସ୍ତାନକୁ ଗ୍ରୀ ତାଲିକାରେ ରଖିଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ହୋଇଥିବା ଆର୍ଥିକ କାର୍ୟ୍ୟାନୁଷ୍ଠାନ ସଂସ୍ଥା (ଏଫଏଟିଏଏଫ୍‌)ର ବୈଠକର ଅନ୍ତିମ ଦିନରେ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯାଇଛି । ସୂଚନାଯୋଗ୍ୟ, ୨୦୧୮ ଜୁନ ମାସ ଠାରୁ ଟେରର ଫଣ୍ଡିଂ ଓ ମନି ଲଣ୍ଡ୍ରିଂ ସହିତ ଜଡିତ ସର୍ତ୍ତ ପୂରା ନ କରିବା କାରଣରୁ ପାକିସ୍ତାନକୁ ଏଫଏଟିଏଫ ଗ୍ରେ ତାଲିକାରେ ରଖାଯାଇଛି । ୪ ଦିବସୀୟ ଏଫଏଟିଏଫର ବୈଠକ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା ।

ଏହି ବୈଠକରେ ସଂଯୁକ୍ତ ଆରବ ଇମିରାଟକୁ ମଧ୍ୟ ଗ୍ରେ ତାଲିକାରେ ସାମିଲ କରାଯାଇଛି । ଉଲ୍ଲେଖନୀୟ ଯେ, ଏଫଏଟିଏଫ ଏକ ଇଣ୍ଟର-ଗଭରମେଣ୍ଟ ଶାଖା । ଏହାର କାର୍ୟ୍ୟାଳୟ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ରହିଛି । ଜି୭ ସମୂହର ରାଷ୍ଟ୍ରଗୁଡ଼ିକ ଦ୍ୱାରା ଏହା ୧୯୮୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହାର କାମ ଆତଙ୍କବାଦୀଙ୍କ ବିତ୍ତପୋଷଣ ଉପର ନଜର ରଖିବା ହେଉଛି ଅନ୍ୟତମ କାମ । ଆଗାମୀ ଜୁନ ମାସ ଯାଏଁ ପାକିସ୍ତାନକୁ ଗ୍ରେ ତାଲିକାରେ ରହିବାକୁ ହେବ ।

Leave a Reply

Your email address will not be published. Required fields are marked *